ଲୋଡ୍ ହେଉଛି…
ଲୋଡ୍ ହେଉଛି…
ସମର୍ପଣ - ଡ଼ ସ୍ୱର୍ଣ୍ଣଲତା ଲେଙ୍କା | ମୋ କଲମ
ମୋ କଲମ
ଲେଖକ
କବିତା
ଗଳ୍ପ
ପ୍ରବନ୍ଧ
ପୁସ୍ତକ
ଲଗ୍ ଇନ୍
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ସମର୍ପଣ
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
· ୪୯ ଅଧ୍ୟାୟ
ସମର୍ପଣ
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା ସଂକଳନ
ମାଗଣାରେ ପଢ଼ିବା ଆରମ୍ଭ କରନ୍ତୁ
ଦାମ ଶୀଘ୍ର ଆସିବ।
ସୂଚୀପତ୍ର
ଅଧ୍ୟାୟ ୧
ସମର୍ପଣ-୧
ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ଜଗନ୍ନାଥ ତୁମ ପାଦେ ସମର୍ପିତ ।ା ଶ୍ରୀ ପଦାରବିନ୍ଦେ ଅଳି ମହାପ୍ରଭୁ ଶୁଭେ ଯାଉ ଦିନ ସରି। ଆହେ ଦୟାମୟ କରୁଣା ସାଗର ସରୁ ଦିନ ନାମ ସ୍ମରି ।ା ନାମ ସ୍ମରଣରେ ସଞ୍ଜ ସକାଳରେ ମନରେ ପୁଲକ ଭରି। ଈଶ୍ୱରମନସ୍କ ହୁଏ ମୋ ଭାବନା ସଂସାରକୁ ପଛ କରି ।ା ମନ ହୁଏ କିଛି ଲେଖିବା ପାଇଁକି ତୁମର ମହିମା ଗୁଣି। କଲମ ମୋହର ହୁଏ ମଧୁସ୍ରାବି କୃପା ତବ ନୀଳମଣି ।ା ଆହେ ଇଛାମୟ…
ଖୋଲା
ଅଧ୍ୟାୟ ୨
ସମର୍ପଣ - ୨
ଜୟ ଜଗନ୍ନାଥ କୋଟି ପ୍ରଣତି ଘେନ ଜଗନ୍ନାଥ ତୁମ ପାଦେ ସମର୍ପିତ। ତୁମେ ତ ଶୋଇଲ କ୍ଲାନ୍ତ ଶ୍ରାନ୍ତ ହୋଇ ଚାରି ମାସ ଜଗନ୍ନାଥ ।। ଏପଟେ ଜୀବନ ହେଉଅଛି ପରା ଦିନୁଁଦିନ ଦୁଃଖ ଯୁକ୍ତ ।ା ଜଗତପିତା ହେ ତୁମେ ଶୋଇଗଲେ ଦୁଃଖ କହିବୁ କାହାକୁ ? ଶୋଇପଡ଼ି ଥାଅ ଅନନ୍ତ ଶୟନେ କାନ ଡେରି ଭକ୍ତ ଡାକକୁ। ଭକ୍ତର ଡାକରେ ହୁଅ ହେ ଅସ୍ଥିର ତୁମେ ପରା ଭକ୍ତ ବତ୍ସଳ। ଭକତ ଜୀବନ ହୃଦୟର ଠାକୁର ତୁମେ ହିଁ ଭକତ ସମ୍ବଳ ।…
ଖୋଲା
ଅଧ୍ୟାୟ ୩
ସମର୍ପଣ - ୩
ଜୟ ଶ୍ରୀ ଜଗନ୍ନାଥ ! କୋଟି ପ୍ରଣତି ଘେନ ହେ ଜଗନ୍ନାଥ ତୁମ ପାଦେ ସମର୍ପିତ ।ା ଜୀବନ ଯମୁନା ବହୁଛି ଉଜାଣି ଦୁଃଖ ହେଲା ଅପ୍ରମିତ। ଅନେକ ସମସ୍ୟା ଘେରରେ ଜୀବନ ସଢୁଛି ଜୀବନ ନାଥ ।ା ତୁମରି ଆଶିଷ ଶାନ୍ତିର ଚନ୍ଦନ ତୁମ ନାମୁ ଝରେ ମଧୁ। ତୁମରି କୃପାରେ ପଙ୍ଗୁ ଲଙ୍ଘେ ଗିରି ଯେଣୁ ତୁମେ କୃପାସିନ୍ଧୁ ।ା ଦେଖା ଦିଅ ନାଥ ହୃଦୟରେ ମୋର ମୁରଲୀ ଧର କହ୍ନାଇ। ମନର ଠାକୁର ମନ କଥା ବୁଝ ଦୁଃଖ ରାତି ଯାଉ ପାହି ।ା…
ଖୋଲା
ଅଧ୍ୟାୟ ୪
ସମର୍ପଣ - ୪
ଜୟ ଜଗନ୍ନାଥ। କୋଟିଏ ପ୍ରଣତି ଘେନ ଜଗନ୍ନାଥ ତୁମ ପାଦେ ସମର୍ପିତ ।ା ତୁମ ନାମରେ ସକାଳ ଆରମ୍ଭ ହେଲା ଆହେ ଜଗନ୍ନାଥ। ତୁମ ନାମରେ ଦିନ ହେଉ ଶୁଭ ହର ହରି ସବୁ ଦୁଃଖ ।ା ନିଷ୍କପଟ ମୋର ମାନସ ପଟରେ ଆସ ସକାଳୁ ସକାଳୁ। ନରହୁ ମନରେ ଦୁଷିତ ଭାବନା ତୁମ ଦରଶନ ମିଳୁ ।ା ଚକାନୟନରେ ଆଖି ମୋର ଲାଖି ଯାଉ ଆହେ ଜଗନ୍ନାଥ । ତୁମ ରଙ୍ଗାଧର ହସରେ ସୁନ୍ଦର ହେଉ ମୋ ଜୀବନ ପଥ ।ା ତୁମରି ମଧୁର…
ଖୋଲା
ଅଧ୍ୟାୟ ୫
ସମର୍ପଣ - ୫
ଜୟ ଜଗନ୍ନାଥ। କୋଟିଏ ପ୍ରଣତି ଘେନ ଜଗନ୍ନାଥ ତୁମ ପାଦେ ସମର୍ପିତ ।। ନାଥ ହେ କାହିଁକି ଜଞ୍ଜାଳେ ଘାରିଛ ଜୀବନ ହେଲା ନୀରସ । ସୁଖ ବୋଲି ଯାହା ଦେଇଅଛ ସବୁ ହୋଇଲା ଗଳାର ଫାଶ ।ା ସୁଖ ସୌଭାଗ୍ୟ ଯାହା ତ ଦେଇଛ ଲାଗେ ସବୁ ମିଛ ଆଜି। ପ୍ରକୃତ ସୁଖକୁ ପାଏନା କେଉଁଠି ଦିନ ସରେ ଖୋଜି ଖୋଜି ।ା ସେଥିପାଇଁ ନିତି ଶରଣ ଲୋଡ଼େ ମୁଁ ତୁମ ପାଦେ ଜଗନ୍ନାଥ। ରଖ କି ନ ରଖ ତୁମର ବିଚାର ଆହେ ଅନାଥର ନାଥ ।ା…
ଖୋଲା
ଅଧ୍ୟାୟ ୬
ସମର୍ପଣ - ୬
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ଆହେ ନାଥ ତୁମ ପାଦେ ସମର୍ପିତ। ପରିଚୟ ହୀନ ନାରୀଟିଏ ମୁହିଁ ପାଦେ ରଖ ଜଗନ୍ନାଥ। ରାଗିଛକି ତୁମେ! ପ୍ରାଣର ଠାକୁର କାହିଁକି ବାଜୁନି ବଂଶୀ ମନ ବୃନ୍ଦାବନ ଲାଗେ ଖାଲି ଖାଲି ଶବ୍ଦ ଭାବ ଗଲା ରୁଷି। ତୁମକୁ ଦେଖିଲି ଅଛ କୁଞ୍ଜ ବନେ ଗୋପି ମାନଙ୍କ ମେଳରେ। ମୋ ମନ ରାଧିକା ଝୁରୁଛି ଏଠି ତୁମ ପ୍ରେମ ବିରହରେ ।। ଆସ ହେ ଶ୍ରୀହରି ଏ କଳିରେ ପରା ତୁମେ ଜଗନ୍ନାଥ ଏଠି। ଖୋଜେ…
ଖୋଲା
ଅଧ୍ୟାୟ ୭
ସମର୍ପଣ -୭
ଜୟ ଜଗନ୍ନାଥ । କୋଟି ପ୍ରଣତି ଘେନ ହେ ନାଥ ଏ ଜୀବନ ସମର୍ପିତ। କଟା ଛଟା ଏଇ ହାତ ପାପୁଲିରେ ଟାଣି ଦେଲ କେତେ ରେଖା। ଭାଗ୍ୟର ରେଖାକୁ ଛୋଟ କରି ଦେଲ କଷ୍ଟ ହେଲା ଡାକେ ସଖା ।ା ଦୁଃଖର ଗାରଟି ଲମ୍ବି ଗଲା ସୁଖ ଗାର କରିଦେଲ ଛୋଟ। ଜୀବନେ ଯନ୍ତ୍ରଣା ସହି ହୁଏ ନାହିଁ ସମୟ ଦେଉଛି କଷ୍ଟ ।ା ସକାଳ ହୋଇଲେ ଜଞ୍ଜାଳ ଘାରୁଛି ସଞ୍ଜରେ ବି ସରେ ନାହିଁ। ଥରେ ନାଥ କଳିଯୁଗେ ଦିଅ ତୁମ ମଧୁର ବଂଶୀ ବଜାଇ ।ା ଅନ୍ତ…
ଖୋଲା
ଅଧ୍ୟାୟ ୮
ସମର୍ପଣ -୮
ଜୟ ଶ୍ରୀ ଜଗନ୍ନାଥ କୋଟି କୋଟି ପ୍ରଣତି ହେ ଜଗନ୍ନାଥ ତୁମ ପାଦେ ସମର୍ପିତ ସକାଳ ହୋଇଲା ତୁମରି ନାମରେ ଭକ୍ତି ଫୁଲ ଘେନ ନାଥ। ଆସ ହେ ମୋ ନାଥ ମୋ ଅତିଥି ହୋଇ ଭଙ୍ଗା କୁଟିରକୁ ଥରେ। ପ୍ରତିକ୍ଷା ଦୀପାଳି ଜାଳୁଅଛି ପ୍ରଭୁ କ୍ଷୁଦ୍ର ମୋ ହୃଦ ମନ୍ଦିରେ ।ା ଆସ ମୋର ନାଥ ଫୁଲ ଫଗୁଣରେ ରଙ୍ଗର ଅବିର ଧରି। ଫିକା ସଂସାରକୁ ସଜାଇ ଦିଅ ହେ ଚିମୁଟାଏ ରଙ୍ଗ ବୋଳି ।ା ପାହାନ୍ତି ପହରେ ସପନ ଭାଂଗିଲା ଦିଅ ତାହାକୁ ଫେରାଇ।…
ଖୋଲା
ଅଧ୍ୟାୟ ୯
ସମର୍ପଣ -୯
ଜୟ ଶ୍ରୀ ଜଗନ୍ନାଥ। ତୁମ ପଦ୍ମପାଦରେ ଅଧମା ଏ ନାରୀ ନିତି ହୁଏ ସମର୍ପିତ। ତୁମେ ଆସ ନାଥ ପୂରୁବ ଆକାଶେ ସକାଳ ସୂରୁଯ ହୋଇ। ସୁପ୍ତ ଚେତନାକୁ ଜାଗ୍ରତ କରାଅ କଅଁଳ ପରସ ଦେଇ ।ା ସକାଳ ଆସେ ତୁମରି ନାମରେ ଦେଇ ଦିନର ସୂଚନା। ଅପବିତ୍ର ମନ ପବିତ୍ର ହୁଅଇ ତୁମ ନାମ ଗାଇ ସିନା ।ା ପାପୀ ମଣିଷଟି ଜାଣେନା ପୁଣ୍ୟ ତାହା ଠାରୁ କେତେ ଦୂରେ। ସଂସାର ସାଗର ପାରି ହୋଇଯାଏ ନାମକୁ ଜପି ନିଷ୍ଠାରେ ।ା ଦୁଃଖ ସୁଖ…
ଖୋଲା
ଅଧ୍ୟାୟ ୧୦
ସମର୍ପଣ -୧୦
ଜୟ ଶ୍ରୀ ଜଗନ୍ନାଥ। କୋଟିଏ ପ୍ରଣତି ଘେନ ଜଗନ୍ନାଥ ହେଲି ପଦେ ସମର୍ପିତ। ନିଦ ସରି ନାହିଁ ଆହେ ଜଗନ୍ନାଥ ଆସେ ତୁଣ୍ଡେ ତୁମ ନାମ। ଆଖି ଖୋଲି ନାହିଁ ନିଳାଦ୍ରୀ ବିହାରୀ ଦେଖେ ଛବି ଅନୁପମ ।ା ନିଦୁଆ ଆଖିରେ ଅସ୍ଥିର ମନରେ କେବଳ ତୁମେହିଁ ଆସ। ତୁମ ନାମ ଧରି ଦେଲେ ନାଥ ହୁଏ ସକଳ ଦୁଃଖର ନାଶ ।ା ଶୋଇ ପାରୁନାହିଁ ରାତ୍ର କାଳେ ହରି ନିଦ୍ରା ଭାଙ୍ଗେ ଘନ ଘନ। ପ୍ରତି ବେଳେ ଦେଖେ ବିନିଦ୍ର ରାତିରେ ତୁମର ଛବି ପ୍ରାଣଧନ ।ା…
ଖୋଲା
ଅଧ୍ୟାୟ ୧୧
ସମର୍ପଣ -୧୧
ଜୟ ଜଗନ୍ନାଥ । କୋଟିଏ ପ୍ରଣତି ଘେନ ଜଗନ୍ନାଥ ତୁମ ପାଦେ ସମର୍ପିତ। ମୋ ମନର କଷ୍ଟ ଦିନୁଦିନୁ ନାଥ ବଳି ପଡିଲା ବହୁତ ।ା ସକାଳୁ ଶ୍ରୀପାଦେ ସମର୍ପିତ ହେଲେ ଭଲେ ଦିନ କଟିଯାଏ। ସାହସ ଧଇର୍ଯ୍ୟ ଦମ୍ଭ ଓ ବିଶ୍ୱାସ ଏ ମନରେ ବଢ଼ିଯାଏ ।ା ଅଙ୍କାବଙ୍କା ଏଇ ଜୀବନର ପଥ ବାଟ ଚାଲିବାକୁ କଷ୍ଟ। ଆବଡ଼ା ଖାବଡା ଜୀବନ ରାସ୍ତାରେ ପାଦ ଖସୁଛି ବହୁତ ।ା ତୁମେ ନାଥ ହାତ ଧରି ନିଅ ଏଇ ବେସାହାରା ମଣିଷକୁ। ତୁମେ ନାଥ…
ଖୋଲା
ଅଧ୍ୟାୟ ୧୨
ସମର୍ପଣ -୧୨
ଜୟ ଜଗନ୍ନାଥ। କୋଟି ପ୍ରଣତି ଘେନ ହେ ନାଥ ତୁମ ପାଦେ ସମର୍ପିତ। ତୁମ ଇଚ୍ଛାରେ ଶବ୍ଦ ସିନା ଆସେ ତୁମେ ନ ଚାହିଁଲେ ନାହିଁ। କେମିତି ଲେଖିବି ଦୁଇ ଧାଡ଼ିର ତୁମେ ନ ଚାହିଁଲେ ତୁମପାଇଁ ? ନୁହେଁ ସାଲବେଗ ନୁହେଁ ମୁଁ ଦାସିଆ ନୁହେଁ ବଳରାମ ଦାସ। ନୁହେଁ ଜୟ ଦେବ କେମିତି ଲେଖିବି ଗୀତ ଗୋବିନ୍ଦ ରହସ୍ୟ ।ା ନୁହେଁ ମୁଁ କୁବୁଜା ଅବା ରାଧା ମୀରା ନାହିଁ ସେଇ ଭାବ ମୋର। କାହିଁକି କେଜାଣି ତୁମରି ନାମରେ ମିଳେ ଆନନ୍ଦ ଅପାର ।ା ତୁମ…
ଖୋଲା
ଅଧ୍ୟାୟ ୧୩
ସମର୍ପଣ -୧୩
ଜୟ ଶ୍ରୀ ଜଗନ୍ନାଥ। ତୁମ ନାମରେ ସକାଳ ଆରମ୍ଭ ହେଲା ଆହେ ଜଗନ୍ନାଥ ! ତୁମ ନାମରେ ଶୁଭ ହେଉ ଦିନ ହର ହରି ସବୁ ଦୁଃଖ। ନିଷ୍କପଟ ମୋର ମାନସ ପଟରେ ତୁମେ ଆସ ପଦ୍ମମୁଖ ।ା ନ ରହୁ ମନରେ ଆନ କେଉଁ ଭାବ କଳା ମୁହଁ ଦିଶୁଥାଉ। ଚକାନୟନରେ ମୋର ଆଖି ଲାଖି ଦିନ ସରୁ ମହାବାହୁ ।ା ତୁମ ଚାପା ହସ ଦେଖି ମୋର ଓଠ ହସୁ ଥାଉ ହୃଷୀକେଶ। ତୁମରି ମଧୁର ବଇଁଶୀର ସୁର ଶୁଭୁଥାଉ ପିତବାସ ।ା ସକାଳୁ…
ଖୋଲା
ଅଧ୍ୟାୟ ୧୪
ସମର୍ପଣ -୧୪
ଜୟ ଶ୍ରୀ ଜଗନ୍ନାଥ ! କୋଟି ପ୍ରଣତି ଘେନ ହେ ପ୍ରଭୂ ନାରାୟଣ ତୁମ ପଦ୍ମପାଦେ ନିରନ୍ତର ରହୁ ମନ। ଛିନ୍ନ ମୋ ଜୀବନ ବୀଣା ନାରାୟଣ ଭରି ଦିଅ ସ୍ୱର ଲୟ। ପାହିଲା ରଜନୀ ଆସ ଜଗନ୍ନାଥ ଡାକେ ମୁଁ ଆଦରି ନିଅ ।ା ତୁଳସୀ ବାସିବ କୁସୁମ ଫୁଟିବ ତୁମରି ସାନ୍ନିଧ୍ୟ ପାଇ। ତୁମରି ମନ୍ତ୍ରରେ ସ୍ପନ୍ଦିତ ହେବ ମୋର ଚତୁଃପାର୍ଶ୍ୱ ଭୁଇଁ ।ା ତୁମରି ନାମରେ ସୁପ୍ତ ମୋ ମନରେ ଆସିବ ଆଶା କିରଣ। କଳା ସାଆନ୍ତେ ହେ ! ଡାକିଦେଲେ ଥରେ ଖେଳି…
ଖୋଲା
ଅଧ୍ୟାୟ ୧୫
ସମର୍ପଣ -୧୫
ଜୟ ଜଗନ୍ନାଥ ! କୋଟି ପ୍ରଣତି ଘେନ ଜଗନ୍ନାଥ ତୁମ ପାଦେ ସମର୍ପିତ। ସକାଳ ଆସିଲା ସମସ୍ୟା ଘାରିଲା ସମାଧାନ ଖୋଜେ ନାଥ ।ା ଆହେ ଜଗନ୍ନାଥ କଳିର ପ୍ରତ୍ୟକ୍ଷ ଦେବତା ହେ ଦାରୁବ୍ରହ୍ମ। ଆହେ ନାରାୟଣ ରକ୍ଷାକର ପ୍ରଭୁ ପରମାତ୍ମା ପରଂବ୍ରହ୍ମ ।ା ସକାଳ ଓ ସଞ୍ଜ ଭଲ ଏବଂ ମନ୍ଦ ତୁମ ପାଇଁ ସିନା ନାଥ। ତୁମରି ଉପରେ ଭରସା ମୋ ତୁମେ ରଖିବ ବୁଡିବା ପୋତ ।ା କିଏ କହେ ତୁମେ ନାହଁ ବୋଲି ତୁମେ ପରା ଅଛ ଅନୁଭବେ। ଦେହ…
ଖୋଲା
ଅଧ୍ୟାୟ ୧୬
ସମର୍ପଣ -୧୭
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ମହାପ୍ରଭୁ ତୁମ ପାଦେ ସମର୍ପିତ ।ା କେତେ ଯେ ଈର୍ଷାର ଅଳନ୍ଧୁ ଲାଗିଛି ମନ ଝରକାରେ ନାଥ। ପୋଛି ହୋଇ ଯାଉ ସବୁ ଅନାୟାସେ ତୁମ ନାମେ ଜଗନ୍ନାଥ ।ା ଯା’ମନ ଯେପରି ତାକୁ ସେଇ ଭାବେ ଯାଚି ଦିଅ ତୁମେ ଫଳ। ଭଲ ମଣିଷକୁ ଭଲର ଚାଦର ଖରାପକୁ ମନ୍ଦ ଫଳ ।ା ମୁଁ କେବେ ପିନ୍ଧିନି ମିଛର ଗହଣା ସତ୍ୟ ମୋର ସଦା ସାଥୀ। ଭାବୁଛି ସେ ଲାଗି ତୁମରି କୃପାରେ ମିଳୁଛି ଦିବ୍ୟ ବିଭୁତି…
ଖୋଲା
ଅଧ୍ୟାୟ ୧୭
ସମର୍ପଣ -୧୮
ଜୟ ଶ୍ରୀ ଜଗନ୍ନାଥ ! ତୁମେ ପରଂବ୍ରହ୍ମ ତୁମେ ଦାରୁବ୍ରହ୍ମ ତୁମେ ଜଗତ ଈଶ୍ୱର। କୋଟିଏ ପ୍ରଣାମ ଅଦେଖା ପାଦରେ ହେ ସତ୍ୟ ଶିବ ସୁନ୍ଦର ।ା ଜୀବନର ବୋଝ ଦୂର ହେଉ ମୋର ଦୟା ହେଉ ମହାବାହୁ। ତୁମେ ଥାଉ ଥାଉ ପଡ଼ିଲି ବିପଦେ ରକ୍ଷା କର ବେଳ ଥାଉ ।ା କୃପାମୟ ହରି ଆହେ ଚକ୍ରଧାରୀ ଜୀବନ ନାବ ନାବିକ। ଡାକୁଛି ଆତୁରେ ହେ ବ୍ରଜ ବିହାରୀ ହେ କୃଷ୍ଣ ବିଶ୍ୱ ନାୟକ ।ା ବିଶ୍ୱାସ ରହିଛି ତୁମ ଆଗମନେ ଦୁଃଖ ପଳାଇବ ଦୂରେ।…
ଖୋଲା
ଅଧ୍ୟାୟ ୧୮
ସମର୍ପଣ -୧୯
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ଜଗନ୍ନାଥ ତୁମ ପାଦେ ସମର୍ପିତ। କଳା ଠାକୁର ହେ ଭାବର ଠାକୁର ଭକତ ବାନ୍ଧବ ହରି। ଭକତ ଯୋଡ଼ିଲେ ହାତ ଦିଅ ତୁମେ ଅଚିରେ ବିପଦୁ ତାରି ।ା ହଟିଆ ଠାକୁର ହଟ ଦେଖ ତୁମେ ଏ କଥା ଜାଣେ ଭକତ। ପୁଣି ପହଞ୍ଚାଇ ଦିଅ ଲକ୍ଷ୍ୟ ସ୍ଥଳେ ଇଚ୍ଛା କ୍ରମେ ଜଗନ୍ନାଥ ।ା କାହାର ଜୀବନ କେତେ ଦିନ ତୁମ ଖାତାରେ ଲେଖା ହୋଇଛି। ଯନ୍ତ୍ରଣା ଜାଲରେ ଛନ୍ଦି ପୁଣି ନିଅ ଭକ୍ତକୁ ପାଖକୁ ଡାକି ।ା…
ଖୋଲା
ଅଧ୍ୟାୟ ୧୯
ସମର୍ପଣ -୨୦
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ଜଗନ୍ନାଥ ତୁମ ପାଦେ ସମର୍ପିତ। ମୁକ୍ତକର ମୋତେ ସଂସାର ବନ୍ଧନୁ ଯନ୍ତ୍ରଣା ହେଲା ବହୁତ ।ା ଜୀବନ ଜଳୁଛି ଯନ୍ତ୍ରଣା ଜୁଇରେ ଅହରହ ଢାଳେ ଲୁହ। କେମିତି ଡାକିଲେ ଶୁଣିବ କାଳିଆ ଦୟା କରି ମୋତେ କୁହ ।ା ଈର୍ଷା କାତରତା ଚାରିଆଡ଼େ ଖାଲି ରକ୍ତ ଚିହ୍ନୁନି ରକ୍ତକୁ। ମନ କଷ୍ଟ ହେଲେ ଧାଇଁ ଯାଏ ମନ କେବଳ ତୁମ ପାଖକୁ ।ା କଳିଯୁଗେ ପରା ସମ୍ପର୍କରେ ଫାଟ ତୁମ ବନ୍ଧନରେ ବାନ୍ଧ। ତେଣୁ…
ଖୋଲା
ଅଧ୍ୟାୟ ୨୦
ସମର୍ପଣ -୨୧
ଜୟ ଶ୍ରୀ ଜଗନ୍ନାଥ ! ତୁମ ପାଦେ ତୁମେ ଦେବା ହାତେ କରୁଛି ମୁଁ ପ୍ରଣିପାତ ।ା ସକାଳୁ ସକାଳୁ କଳା ବଦନକୁ ଚାହିଁ ଦେଲେ ଥରେ ସଖି। କାହିଁକି କେଜାଣି ମନ ଆକାଶରୁ ଯାଏନା ସେ ଜହ୍ନ ଲିଭି ।ା କହି ପାରିବକି ଥରେ ମୋର ସଖି! କି ଯାଦୁ ରଖିଛି ସିଏ ? ପଡିଗଲେ ଥରେ କାଳିଆ ଭାବରେ ସବୁ ଭୁଲି ହୋଇ ଯାଏ ।ା ତାଙ୍କ ଆକର୍ଷଣ ନିଆରା ଅଲିଭା ଏଇ ହୃଦୟ କାନ୍ଥରେ। ଥରେ ହଜିଗଲେ କାଳିଆ ପ୍ରେମରେ ଆଉ କି ଲୋଡା ସଂସାରେ ।…
ଖୋଲା
ଅଧ୍ୟାୟ ୨୧
ସମର୍ପଣ -୨୨
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ଜଗନ୍ନାଥ ତୁମ ପାଦେ ସମର୍ପିତ। ଭାସିଗଲା ଭେଳା ମଝି ଦରିଆରେ ଉଦ୍ଧର ହେ ଜଗନ୍ନାଥ ।ା ଭରସା ନାବରେ ବସିଛି କାଳିଆ ଭାବରେ ଭସାଇ ନିଅ। ସଂସାର ସାଗର ପାରି ହେବା କଷ୍ଟ ତୁମେ କି ଜାଣିନ କୁହ ? ତୁମ ମହାମନ୍ତ୍ର ଜୀବନ ପାଥେୟ ଗାଇ ଗାଇ ଦିନ ସରୁ। ଜୀବନର ମନ୍ତ୍ର ଜାଣେନା ପ୍ରଭୁ ହେ ଶିଖାଅ ହେ ଶ୍ରେଷ୍ଠ ଗୁରୁ ।ା ହାରିବା ଜିତିବା ଜୀବନର ଖେଳ ହାରିଗଲି ଦୁଃଖ ନାହିଁ।…
ଖୋଲା
ଅଧ୍ୟାୟ ୨୨
ସମର୍ପଣ -୨୩
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ହେ ଜଗନ୍ନାଥ ତୁମ ପାଦେ ସମର୍ପିତ ।ା ତୁମ ରାମ ନାମ ତୁଣ୍ଡ ଗାଉଥାଉ ହରି ନାମ ତୁଣ୍ଡ ଗାଉ। ପୂଣ୍ୟ ନାମ ସ୍ୱରେ ଜୀବନର ଗୀତ ଧୀରେ ମଧୁମୟ ହେଉ ।ା ତୁମ ନାମ ହେଉ ମୋ ଜୀବନ ମନ୍ତ୍ର ହରେ କୃଷ୍ଣ ହରେ ରାମ। ଧୀରେ ଧୀରେ ଏହି ସଂସାର ପଙ୍କରୁ ବାହାରି ଆସୁ ମୋ ମନ ।ା ଜୀବନ ବୀଣାରେ ଅହରହ ନାଥ ତୁମ ନାମ ବାଜୁ ଥାଉ। ଚ୍ଛିନ୍ନ ବୀଣାରେ ସୁମଧୁର ସ୍ୱରରେ ତାଳ ଲୟ ଆଦି…
ଖୋଲା
ଅଧ୍ୟାୟ ୨୩
ସମର୍ପଣ -୨୪
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ଜଗନ୍ନାଥ ତୁମ ପାଦେ ହେଲି ସମର୍ପିତ ।ା ମନ ପକ୍ଷୀ ମୋର ବ୍ୟାକୁଳ ହେଉଛି ଶ୍ରୀମନ୍ଦିର ଯିବ ଉଡ଼ି। ବଡ଼ ଦେଉଳରେ ବସାଟିଏ ବାନ୍ଧି ରହିବ ସେଠାରେ ପଡ଼ି ।ା ପ୍ରତି ସକାଳରେ ନିଶ୍ଚିତ ଦେଖନ୍ତି ପ୍ରିୟ ମୋ ଚକାନୟନ। ଭଜୁ ଥାନ୍ତି ତୁମ ପବିତ୍ର ନାମକୁ ପୁଲକିତେ ତନୁ ମନ ।ା ସଞ୍ଜ ହେଲେ ନିଜେ ସମର୍ପିତ ହୋଇ ଆଶ୍ରାକରି ପଦ୍ମପାଦ। ବଡ଼ ଦେଉଳର ବସାରେ ନୀରବେ ଶୋଇଯାନ୍ତା ଅପ୍ରମାଦ ।ା ଶୋଷ…
ଖୋଲା
ଅଧ୍ୟାୟ ୨୪
ସମର୍ପଣ -୨୫
ଜୟ ଶ୍ରୀ ଜଗନ୍ନାଥ ! ସକାଳ ପ୍ରଣତି ଘେନ ଜଗନ୍ନାଥ ସମର୍ପିତ ମୁହିଁ ନିତି। ତୁମରି ନାମର ରସ ପାନ କରି ଦିନ ଯାଉ ପ୍ରଭୁ ବିତି ।ା ରାତ୍ରି ଶେଷ ହେଲେ ଆସ ପ୍ରଭାତରେ ମୁକ୍ତି ମନ୍ତ୍ର ଗାଇ ଧୀରେ। ତୁମରି ମଧୁର ବଇଁଶୀର ସ୍ୱର ଭରି ଯାଏ ମହିପରେ ।ା ସକାଳ ହୋଇଲା ତୁମେ ଆସ ପ୍ରଭୁ ହୃଦୟ ମନ୍ଦିରେ ମୋର। ଢାଳିଦିଅ ନାଥ କରୁଣା କଣିକା ମହକି ଯାଉ ସକାଳ ।ା ନିଦ ମଳମଳ ଆଖିରେ ଯେବେ ମୁଁ ତୁମ ଛବି ଦେଖିଦିଏ।…
ଖୋଲା
ଅଧ୍ୟାୟ ୨୫
ସମର୍ପଣ -୨୬
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ହେ ଜଗନ୍ନାଥ ହେଲି ପାଦେ ସମର୍ପିତ। ରାତି ଯାଏ ଦିନ ଆସେ ସିନା ତୁମ ସମୟ ଚକ୍ରରେ ଘୂରି। ଦୁଃଖ ସରେ ନାହିଁ ନ ଜଳିଲେ ଜୁଇ ଏତିକି ଜାଣିଛି ହରି ।ା ମୋର ଏ ଜୀବନ ନାଟକରେ ହରି ଲେଖିଛ ଘଟଣା କେତେ ! ଗୋଟିଏ ସରିଲେ ଆନଟି ଆସୁଛି ଜୀବନ କାନ୍ଦୁଛି ଯେତେ। କେମିତି ଗଢ଼ିଲ ନାଥ ଏ ଜୀବନ ଏତେ କଟାଛଟା କରି। ଯେତେ କାନ୍ଦିଲେ ବି ସରେନି କାନ୍ଦିବା ଦୁଃଖ ଯାଏ ନାହିଁ ଛାଡ଼ି…
ଖୋଲା
ଅଧ୍ୟାୟ ୨୬
ସମର୍ପଣ -୨୭
ଜୟ ଜୟ ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ଜଗନ୍ନାଥ ତୁମ ପାଦେ ସମର୍ପିତ ।ା ଉଠିଗଲା ଜୀବ ନିଦୁଆ ଆଖିରେ ସକାଳ ମନ୍ତ୍ର ପଢ଼ି । ଆଖି ଖୋଲି ଦେଖେ ଏଇ ଜଗତକୁ କେହି ନୁହେଁ ତୁମ ପରି ।ା କଳା ବଦନରେ ନାଲି ନାଲି ଓଠେ ମୁରୁକି ମୁରୁକି ହସି। ତୁମେ ଆସ ନାଥ ମନ ଆକାଶରେ ବିଛାଇ କଅଁଳ ଜ୍ୟୋତି ।ା ତୁମ ସରି କେହି ନାହିଁ ଜଗନ୍ନାଥ ତୁମ ସରି କେହି ନାହିଁ । ବାଙ୍କ ଚାହାଣୀରେ ଯାଉଅଛ ପ୍ରଭୁ ସଭିଙ୍କର ମନ ଛୁଇଁ…
ଖୋଲା
ଅଧ୍ୟାୟ ୨୭
ସମର୍ପଣ -୨୮
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ହେ ଜଗନ୍ନାଥ ତୁମ ପାଦେ ସମର୍ପିତ ।ା ମନ ହରି ହରି ବୋଲରେ ତୁ ଥରେ ହୋଇ ଗଲାଣି ପ୍ରଭାତ। କରିବେ ସେ ହରି ଭବ ଜଳୁ ପାରି ଏହିତ ଶାସ୍ତ୍ର ସମ୍ମତ ।ା ଭକ୍ତ ପରା ତାଙ୍କ ପିତା ମାତା ବନ୍ଧୁ ଭକ୍ତ ତାଙ୍କ ଜୀବ ଧନ। ଭକ୍ତ ପାଇଁ ସେହି ଶଙ୍ଖ ଚକ୍ର ଧାରି ସେ ଅଟନ୍ତି ଭକ୍ତ ପ୍ରାଣ ।ା ଭକତ ଭଜିଲେ ଗୋବିନ୍ଦ ଗୋବିନ୍ଦ ନିଦ୍ରାରୁ ଉଠନ୍ତି ହରି। ଭକ୍ତର ଆନନ୍ଦେ ହୋଇ ଆନନ୍ଦିତ ବରଷନ୍ତି କୃପା…
ଖୋଲା
ଅଧ୍ୟାୟ ୨୮
ସମର୍ପଣ -୨୯
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ଜଗନ୍ନାଥ ତୁମ ପାଦେ ସମର୍ପିତ ।ା ପ୍ରଭାତ ଆସିଲେ ଜୀବନ ତରୁର ଡାଳେ ବାହୁନେ କପୋତ କେମିତି ଚାଲିବ ଏ ସଂସାର ନାବ ସାହା ହୁଅ ଜଗନ୍ନାଥ ।ା ତୁମେ ଦେଇଥିବା ଜୀବନକୁ ମୁହିଁ ସମର୍ପି ପଦ୍ମ ପାଦରେ। ନିବେଦନ କରେ କଳା ନାଉରୀ ହେ, ପାରି କରିଦିଅ ବାରେ ।ା ଜୀବନ ତରୀ ମୋ ଭାସି ଭାସି ଯାଏ ମଝି ଦରିଆରେ ନାଥ। ଥଳ ପାଏନା କି କୂଳ ବି ପାଏନା ପାଣି ଯେ ଅକାତ କାତ ।ା…
ଖୋଲା
ଅଧ୍ୟାୟ ୨୯
ସମର୍ପଣ -୩୦
ଜୟ ଶ୍ରୀ ଜଗନ୍ନାଥ ! ଅଖିଳ ବ୍ରହ୍ମାଣ୍ଡ ପତି ଜଗନ୍ନାଥ ଘେନ କୋଟିଏ ପ୍ରଣତି । ତୁମ ପାଦେ ସମର୍ପିତ ଏ ଜୀବନ ଦେଖ କିପରି ଜଳୁଛି ।ା ପରିଚୟ ହୀନ ନାରୀଟିଏ ନିତି ପରିଚୟ ଟିକେ ମାଗେ। ଜାଣେନା କାହିଁକି ଜନ୍ମିଛି ସଂସାରେ ଅଛି କିବା ମୋର ଭାଗ୍ୟେ ।ା ମନପକ୍ଷୀ ମୋର ବ୍ୟାକୁଳ ହେଲାଣି ଫେରି ଯିବାକୁ ନୀଡ଼କୁ । ପଥହୁଡ଼ା ପକ୍ଷୀ ପଥ ପାଉ ନାହିଁ ଠିକଣା ମାଗେ ତୁମକୁ ।ା ତୁମେ ସିନା ଏକା ଜାଣିଛ ତା'ଘର ବାହୁଡ଼ା ଠିକଣା ପଥ।…
ଖୋଲା
ଅଧ୍ୟାୟ ୩୦
ସମର୍ପଣ -୩୧
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ଜଗନ୍ନାଥ ତୁମ ପାଦେ ସମର୍ପିତ ।ା ପ୍ରେମମୟ କର ଏଇ ଜଗତକୁ ଅପ୍ରାକୃତ ପ୍ରେମେ ହରି। ରଜ, ତମ, ଗୁଣ ଲୋପ ପାଇଯାଉ ସାତ୍ତ୍ୱିକତା ଉଠୁ ପୂରି ।ା ଈର୍ଷା କାତରତା ସରିଯାଉ ମନୁ ଅଳିକ ସଂସାରେ ପ୍ରଭୁ ! ତୁମରି ପ୍ରେମରେ ବୁଡ଼ିଯାଉ ମନ ଦିନ ଯାଉ ସରି ସବୁ ।ା ତୁମରି ଚିନ୍ତନେ ଦିନ ପ୍ରେମମୟ ହେଉ ହେ ରାଧା ମାଧବ ! ଦିବ୍ୟ ପ୍ରେମ ସ୍ପର୍ଶେ ଆନ୍ଦୋଳିତ ହେଉ ଚେତନା ପ୍ରିୟ କେଶବ…
ଖୋଲା
ଅଧ୍ୟାୟ ୩୧
ସମର୍ପଣ -୩୨
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ଜଗନ୍ନାଥ ତୁମ ପାଦେ ସମର୍ପିତ ।ା ଭାବର ଠାକୁର ଭାବରେ ଡାକୁଛି ଭାବନାର ଅନ୍ତ ହେଉ। ଜୀବନର ମନ୍ତ୍ର ଦିଅ ହେ ଠାକୁର ଜୀବନ ସ୍ପନ୍ଦିତ ହେଉ ।ା ଶବଦ ବ୍ରହ୍ମ ହେ ମଧୁର ଶବ୍ଦରେ ଭରି ଦିଅ ମୋ ଜୀବନ। ଜୀବନର ଶେଷ ପର୍ଯ୍ୟନ୍ତ ଓଠରେ ରହିଥାଉ ତୁମ ନାମ ।ା ଦାରୁବ୍ରହ୍ମ ଜଗନ୍ନାଥ ଭଜିଭଜି ଛାର ମୋର ଜୀବ ଯାଉ। ତୁମ ଅନୁଭବ ମୋ ହୃଦ ମନ୍ଦିରେ ସଦା କାଳେ ରହି ଥାଉ ।ା…
ଖୋଲା
ଅଧ୍ୟାୟ ୩୨
ସମର୍ପଣ -୩୩
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ଜଗନ୍ନାଥ ପାଦେ ହେଲି ସମର୍ପିତ ।ା ଆହେ ଜଗନ୍ନାଥ ଜଗତର ନାଥ ଏତିକି କରୁଣା ହେଉ। ଭକ୍ତ ଜନ ଦୁଃଖ ବଢ଼ିଲା ସାଆନ୍ତେ ତୁମେ ପ୍ରଭୁ ଥାଉ ଥାଉ ।ା କୋଠ ଭୋଗଖିଆ ମୋ ଚକା ଆଖିଆ ଉଠହେ ପହଡ଼ ଭାଂଗି। ବାହାରେ ଲାଗିଲା ଭକତଙ୍କ ଭିଡ଼ ଛାମୁ ଦରଶନ ଲାଗି ।ା କେତେ କେତେ ଦୁଃଖି ଚାହିଁ ରହିଛନ୍ତି କହିବାକୁ ତାଙ୍କ ଦୁଃଖ। ଆଉ ଶୁଅ ନାହିଁ ନିଳାଦ୍ରୀ ଗୋସାଇଁ ଚିକ୍କଣ କଳା ଶ୍ରୀମୁଖ ।ା…
ଖୋଲା
ଅଧ୍ୟାୟ ୩୩
ସମର୍ପଣ -୩୪
ଜୟ ଶ୍ରୀ ଜଗନ୍ନାଥ ! କୋଟି କୈବଲ୍ୟ ନିଧି ଦାରୁବ୍ରହ୍ମ ଭକତ ଜୀବନ ଧନ। ତୁମ ଦିବ୍ୟ ନାମ ତୁଣ୍ଡରେ ଧରିଲେ ଭରି ଯାଏ ଦୁଃଖି ମନ ।ା ଅଲୌକିକ ଶକ୍ତି ଆଧାର ତୁମେ ହେ ଯୁଗେ ଯୁଗେ ଭକତର। ତୁମରି ନାମରେ ସବୁ ଦୁଃଖ ଶୋକ ଆପେ ହୋଇ ଯାଏ ଦୂର ।ା ଆହେ ଦୟାମୟ କରୁଣା ସାଗର ପତିତପାବନ ହରି। ତୁମରି କରୁଣା ଜଳରେ ଜୀବନ ପାତ୍ର ଯାଉ ପ୍ରଭୁ ପୂରି ।ା ଆରତ ନାଶନ ହେ ଚକାନୟନ ଗୁହାରି ଶୁଣ ମୋ ବାରେ।…
ଖୋଲା
ଅଧ୍ୟାୟ ୩୪
ସମର୍ପଣ -୩୫
ଜୟ ଶ୍ରୀ ଜଗନ୍ନାଥ ! ସକାଳ ପ୍ରଣତି କରୁଛି ନାଥ ହେ ଦିନ ଶୁଭମୟ ହେଉ। ତୁମରି ଆଶିଷେ ଦୁଃଖ ଯାଇ ଦୂରେ ଜୀବନ ଆନନ୍ଦ ହେଉ ।ା ଯାହା ତୁମ ଇଚ୍ଛା କର ମହାପ୍ରଭୁ ଲାଗୁ ସୁଖ ଅବା ଦୁଃଖ । ଅଭିମାନ ଆଉ କାହିଁକି କରିବି ଚିକ୍କଣ କଳା ଶ୍ରୀ ମୁଖ ।ା କେବେ ମନ ଝୁଲେ ଫୁଲର ଦୋଳିରେ କେବେ ଲାଗେ ନିଆଁ ଝୁଲ। ସଂସାର ଭିତରେ କିଏ ତ ପାଏନା କେବେ ମମତାର ମୂଲ ।ା ଯୁଗେ ଯୁଗେ ଅଛ ଭକ୍ତର ତୁମେ ଏକା ଭଗବାନ…
ଖୋଲା
ଅଧ୍ୟାୟ ୩୫
ସମର୍ପଣ -୩୬
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ହେ ଜଗନ୍ନାଥ ତୁମ ପାଦେ ସମର୍ପିତ ।ା ସକାଳ ଓଁକାର ସ୍ୱରେ ତୁମେ ନାଥ ସଞ୍ଜ ଆଳତୀରେ ତୁମେ। ଶିଶୁର ପହିଲି ସ୍ୱରରେ ତୁମେ ହେ ବୃଦ୍ଧ ପ୍ରାର୍ଥନାରେ ତୁମେ ।ା ଆସିବା ସମୟେ ତୁମେ ଜଗନ୍ନାଥ ଗଲା ବେଳେ ତୁମେ ଥାଅ। ଜୀବନ ପଥରେ ଅଜଣା ରାସ୍ତାରେ ତୁମେ ହାତ ଧରି ନିଅ ।ା ତେଣୁ ତୁମ ନାମ ସ୍ମରଣେ ସକାଳ ଶୁଭ ମୟ ହୋଇଯାଏ । ତୁମର ଜୀବନ ତୁମକୁ ସମର୍ପି ଧୀରେ ବାଟ ଚାଲିଥାଏ…
ଖୋଲା
ଅଧ୍ୟାୟ ୩୬
ସମର୍ପଣ -୩୭
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ଜଗନ୍ନାଥ ତୁମ ପାଦେ ସମର୍ପିତ ।ା ଜୟ ଜଗନ୍ନାଥ ନାମେ ଏ ସକାଳ ଆସୁ ଖୁସି ବର୍ଷା କରି। ମଣିଷ ଜୀବନ ଆପେ ଯାଉ ସର୍ବ ସମସ୍ୟା ଘେରରୁ ତରି ।ା ତୁମରି ନାମରେ ମହମହ ବାସୁ ଜୀବନ ଅଗଣା ପ୍ରିୟ। ତୁମରି ନାମରେ ରଙ୍ଗ ଭରି ଯାଉ ଦୟାକର ଦୟାମୟ ।ା ଆହେ ଜଗନ୍ନାଥ! ସକଳ ଜୀବଙ୍କ ହୃଦୟ ମଉଡ଼ମଣି। ହେ ଚକାନୟନ! ତୁମରି ନାମରେ ରହିଛି ଆନନ୍ଦ ଖଣି ।ା…
ଖୋଲା
ଅଧ୍ୟାୟ ୩୭
ସମର୍ପଣ -୩୮
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ଜଗନ୍ନାଥ ତୁମ ପାଦେ ସମର୍ପିତ ।ା କେବେ ହଜିଯାଏ କେବେ ଭିଜିଯାଏ କେବେ ପୁଣି ହସୁଥାଏ। ତୁମ ଚକାଆଖି ଦେଖିଦେଲେ ଥରେ ଅବଶୋଷ ମେଣ୍ଟିଯାଏ ।ା ସକାଳ ଧୂପରେ ତେଣୁ ମୋ ମନର ବେଦନା ଦେଇ ସମର୍ପି । କୃପା ଭିକ୍ଷା କରେ ହେ କଳା ମଣିମା ତୁମଠୁ ଆଜନ୍ମ ପାପୀ ।ା ଭାବେ ଜୀବନର ସବୁ ଭଲ ମନ୍ଦ ଯଦି ତୁମର ଭିଆଣ। କାହିଁକି ଭାବିବି କାହିଁକି କାନ୍ଦୁଛି ସବୁ ଯଦି ତୁମ ଦାନ ।ା…
ଖୋଲା
ଅଧ୍ୟାୟ ୩୮
ସମର୍ପଣ -୩୯
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ଜଗନ୍ନାଥ ତୁମ ପାଦେ ସମର୍ପିତ ।ା ଦିନ ଗଡ଼ିଯାଏ ବେଳ ସରିଯାଏ ଜଣାପଡ଼େ ନାହିଁ କିଛି। ଜଳନ୍ତା ଦୀପରୁ କିପରି ତଇଳ ଧୀରେ ଧୀରେ କମୁଅଛି ।ା କଣା ମାଠିଆରୁ ଝରି ଯାଏ ପାଣି ଜୀବନରୁ ସରେ ଦିନ। କିନ୍ତୁ, ରହିଥାଏ ଦୁଃଖଟି ଅସରା ମୋ ପାଇଁ ଚକାନୟନ ।ା ହେତୁ ପାଇଲାଠୁ ବୁଝିଛି ଜୀବନ ଅନ୍ୟନାମ ସଂଘର୍ଷର। ତୁମକୁ ଭରସା କରିଛି ଚାଲିଛି ଆଗକୁ ନୀଳ ସୁନ୍ଦର ।ା ଅଜଣା…
ଖୋଲା
ଅଧ୍ୟାୟ ୩୯
ସମର୍ପଣ -୪୦
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି କରେ ଜଗନ୍ନାଥ ତୁମ ପାଦେ ସମର୍ପିତ ।ା ତୁମରି ନାମରେ ସକାଳ ଆରମ୍ଭ ନାମେ ଦିନ ହୁଏ ଶେଷ। ତୁମରି ନାମରେ ଆଜନ୍ମ ଯାତନା ଅନ୍ତ ହୁଏ ପିତବାସ ।ା ତୁମ ନାମାମୃତ ପାନ କରି କେତେ ପାପୀ ଯାଇଛନ୍ତି ତରି। ଅନାଦି କାଳରୁ ନାମର ମହିମା ଶାସ୍ତ୍ରୀୟ ପୃଷ୍ଠାରେ ହରି ।ା ସାଧୁଙ୍କ ମୁଖରେ ନାମାମୃତ ତତ୍ତ୍ୱ ଶୁଣିଛି ଅନେକ ଥର। ବିଶ୍ୱାସ ରଖିଛି ନାମ ଉଚ୍ଚାରଣେ ପାପରାଶି ହୁଏ ଦୂର ।ା ତୁମରି…
ଖୋଲା
ଅଧ୍ୟାୟ ୪୦
ସମର୍ପଣ -୪୧
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି କରେ ଜଗନ୍ନାଥ ତୁମ ପାଦେ ସମର୍ପିତ ।ା ସକାଳ ପ୍ରଣାମ କରୁଛି ନାଥ ହେ ଦିନ ହେଉ ଶୁଭମୟ । ତୁମରି ଆଶିଷ ଅମୃତ ପରସେ ସତ୍ୟର ହେଉ ଜୟ ।ା ଯଦିଓ ସଂସାରେ ତୁମରି ଇଚ୍ଛାରେ ସୂର୍ଯ୍ୟ ଚନ୍ଦ୍ର ଆତଯାତ। ଜୀବନର ସବୁ ସୁଖ ଦୁଃଖ ତୁମ ହାତଲେଖା ସୂଚିପତ୍ର ।ା ସେ ଲାଗି ଦୁଃଖରେ ପଡ଼ିଲେ ଠାକୁରେ ଅଭିମାନ ଲାଗେ ଟିକେ। କାହିଁକି ମୋ ପାଇଁ ଏତେଗୁଡାÿ ଦୁଃଖ ପୃଷ୍ଠା ରଖିଲ ସାଆନ୍ତେ ।ା…
ଖୋଲା
ଅଧ୍ୟାୟ ୪୧
ସମର୍ପଣ -୪୨
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି କରେ ଜଗନ୍ନାଥ ତୁମ ପାଦେ ସମର୍ପିତ ।ା ବସିଛି ଠାକୁରେ ତୁମରି ସାମ୍ନାରେ ଧରି ପୂଜା ଅର୍ଘ୍ୟଥାଳି। ସଙ୍କୋଚ ଲାଗୁଛି ସତେ କି ସନ୍ତୋଷ ହେବ ତୁମେ ବନମାଳୀ ।ା ଖଗପତି ଯା'ର ଆସନ ହୁଅନ୍ତି ଅନନ୍ତ ଯାହାଙ୍କ ଶେଯ। ପାରିଜାତ ଯା'ର ଶ୍ରୀ କଣ୍ଠରେ ହାର କି ଦେବି ଦେବାଧିରାଜ ।ା ଶୁଣିଛି ଭାବରେ ତୁମେ ଆନନ୍ଦିତ ହୁଅ ହେ ରମା ରମଣ। ସେ ଭାବ ଅଭାବ ଅତ୍ୟନ୍ତ ମୋ’ଠାରେ କେହ୍ନେ କରିବି ଅର୍ଜନ…
ଖୋଲା
ଅଧ୍ୟାୟ ୪୨
ସମର୍ପଣ -୪୩
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ଜଗନ୍ନାଥ ତୁମ ପାଦେ ସମର୍ପିତ ।ା ବଡ଼ ଦେଉଳରେ ବସିଛ ଠାକୁରେ ବଡ଼ପଣ ତୁମ ନେଇ। ମୋ ପାଇଁ ନିଷ୍ଠୁର କାହିଁକି ଠାକୁର ବଡ଼ପଣ ଗଲା କାହିଁ ? ଭକତ କାନ୍ଦୁଛି ତୁମରି ଆଗରେ ତୁମେ କି ନ ଦେଖ ତାକୁ। କାହିଁକି ମନୁଆ ଠାକୁର ଜଗତ ନ କହିବ ବା ତୁମକୁ ।ା ଦୁଃଖୀ ମଣିଷକୁ ପରୀକ୍ଷା କରିବା ଏହି କି ତୁମର ନ୍ୟାୟ ? ଯନ୍ତ୍ରଣାରେ ଭରି ଦେଉଛ କାହିଁକି ଜୀବନଟା ଦୁର୍ବିସହ ।ା…
ଖୋଲା
ଅଧ୍ୟାୟ ୪୩
ସମର୍ପଣ -୪୪
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ଜଗନ୍ନାଥ ତୁମ ପାଦେ ସମର୍ପିତ ।ା ଜୀବନର ଅର୍ଥ ଅନୁଭବ ପାଇଁ ଜୀବନଟା ଭାରି ଛୋଟ । ଜଣାପଡେ ନାହିଁ କେମିତି ସରୁଛି ଧୀରେ ଧୀରେ ଚଲାବାଟ ।ା ସମୟ ଚାଲିଛି ଆଗକୁ ଆଗକୁ ଛାଡ଼ି ଦେଇ ସ୍ମୃତି କିଛି। ହସ ଓ କାନ୍ଦର ଜୀବନ ଯଦିଓ ନିର୍ଦ୍ଧିଷ୍ଟ ଅବଧି ଅଛି ।ା ଜନମ କାଳରୁ ଆରମ୍ଭ ଜୀବନ ଜଳିବା ପୂର୍ବରୁ ଶେଷ। କେତେକ କାମନା ନିଶ୍ଚେ ପୂର୍ଣ୍ଣ ହୁଏ କିଛି ରହେ ଅବଶୋଷ ।ା…
ଖୋଲା
ଅଧ୍ୟାୟ ୪୪
ସମର୍ପଣ -୪୫
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ମହାପ୍ରଭୁ ତୁମ ପାଦେ ସମର୍ପିତ ।ା ତୁମେ ପରଂବ୍ରହ୍ମ ପୁରାଣ ପୁରୁଷ ପରମାତ୍ମା ଜଗନ୍ନାଥ। ଅନାଥର ନାଥ ଅଗତିର ଗତି ତବାଶିଷ ମୁକ୍ତି ପଥ।ା ତୁମେ ଇଚ୍ଛାମୟ ତୁମରି ଇଚ୍ଛାରେ ଚରଠୁ ଅଚର ଯାଏ। ସଂସାରେ ଆସନ୍ତି ରୁହନ୍ତି ଯାଆନ୍ତି ସୃଷ୍ଟି ସ୍ଥିତି ଲୟ ହୁଏ ।ା ସବୁ କିଛି ତୁମ ମାୟାର କାରେଣି ବୁଝି ବି ଅବୁଝା ଜୀବ। ମୁଁ କିନ୍ତୁ ବୁଝିଛି ବୋଲି ଆଦରିଛି ପ୍ରାଣ ପ୍ରିୟ ବାସୁଦେବ ।ା ତୁମରି…
ଖୋଲା
ଅଧ୍ୟାୟ ୪୫
ସମର୍ପଣ -୪୬
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ଜଗନ୍ନାଥ ତୁମ ପାଦେ ସମର୍ପିତ ।ା ମନୁଆଁ ଠାକୁର ନୀଳାଦ୍ରି ସୁନ୍ଦର ଚକା ଆଖି ଚକା ଡୋଳା। କେମିତି କହିବି କେମିତି ବଞ୍ଚୁଛି ଭାସୁଛି ଜୀବନ ଭେଳା ।ା ଦୁଃଖ ଦରିଆରେ କୂଳ ଦିଶେ ନାହିଁ ଯାତନାର ସ୍ରୋତ ଭାରି। ଦ୍ୱନ୍ଦର ଉତ୍ତାଳ ତରଙ୍ଗକୁ ଦେଖି ହୃଦୟ ଯାଉଛି ଥରି ।ା ଧୈର୍ଯ୍ୟର ଆହୁଲା ମାରୁଛି ଯଦିଓ ଆଶା ଅନୁଯାୟୀ ଗତି। କରୁନାହିଁ ହରି ଭେଳାଟି ମୋହରି ଆଶଙ୍କିତ ମୋର ସ୍ଥିତି ।ା ମନୁଆଁ…
ଖୋଲା
ଅଧ୍ୟାୟ ୪୬
ସମର୍ପଣ -୪୭
ଜୟ ଶ୍ରୀ ଜଗନ୍ନାଥ କୋଟିଏ ପ୍ରଣତି ଘେନିବ ହେ ନାଥ ତୁମ ପାଦେ ସମର୍ପିତ କାହିଁ କେତେ ଦିନୁ ଡାକୁଛି ତୁମକୁ ତୁମେ ତ ଶୁଣନା ଥରେ କେମିତି ଡାକିବି କହିବ କି ନାଥ ଲୁହର ଆଞ୍ଜୁଳା ଭରେ। ତୁମ ବିରହରେ ଜୀବନ ଜଳୁଛି ଦେଖା ଦିଅ ନାଥ ବାରେ ପ୍ରେମର ବାଂଶୁରୀ ବଜାଅ ନାଥ ଭିଜୁ ଏଇ ମନ ଥରେ। ମନର ଯମୁନା ଶୁଖି ଶୁଖି ଯାଏ କଦମ୍ବ ଫୁଟୁନି ଆଉ କେଳି କୁଞ୍ଜବନେ ଶୁଭୁନି ନୂପୁର ବାଜୁନି ବଂଶୀ ବି ଆଉ। ମନ ବୃନ୍ଦାବନ…
ଖୋଲା
ଅଧ୍ୟାୟ ୪୭
ସମର୍ପଣ -୪୮
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ଜଗନ୍ନାଥ ତୁମ ପାଦେ ସମର୍ପିତ ।ା ଜୟ? ଲକ୍ଷ୍ମୀ ପତି କରୁଛି ପ୍ରଣତି ଶ୍ରୀ ପଦେ ସମର୍ପି ମତି। ଜାଣେନା ଭକତି ଅର୍ଥ କିଛି ପ୍ରଭୁ ଭଜେ ତୁମ ନାମ ନିତି। ବିପତ୍ତିର ଦାଉ ବଢ଼େ ମହାବାହୁ ଶାନ୍ତି ହେଲା ବାଟବଣା। ବିଛଣା ଛାଡ଼ିଲେ ଚିନ୍ତା ମାଡ଼ି ଆସେ କେଉଁଠୁ ନ ପଡ଼େ ଜଣା। ବୟସର ଚଲାପଥରେ ଅନେକ ମୋଡ଼ ପାରି ହେଲା ପରେ। ତଥାପି ଭାବୁଛି ବୋଧହୁଏ କିଛି ଅବୁଝା ଲାଗି ଠାକୁରେ ।ା…
ଖୋଲା
ଅଧ୍ୟାୟ ୪୮
ସମର୍ପଣ -୪୯
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ଜଗନ୍ନାଥ ତୁମ ପାଦେ ସମର୍ପିତ ।ା ମଙ୍ଗଳମୟ ହେ, ମଙ୍ଗଳ ମୂରତି ଅରକ୍ଷ ରକ୍ଷକ ହରି। ପତିତପାବନ ଆରତ ନାଶନ ଦୀନବନ୍ଧୁ ଦଇତାରୀ ।ା ଅତ୍ୟନ୍ତ ଆତୁରେ ଡାକୁଛି ଠାକୁରେ ଟିକେ ତ କରୁଣା ହେଉ। ତୁମେ ନ ଚାହିଁଲେ ଆଉ କହ କିଏ ଚାହିଁବ ହେ ମହାବାହୁ ।ା ଜୀବନ ଧାରାରେ ତୁମେ ଏକା ସାହା ଏ କଥା ବୁଝିଲା ପରେ। ସମର୍ପି ଦେଇଛି ନିଜେ ମୁଁ ନିଜକୁ ଅଦେଖା ପଦ୍ମ ପୟରେ ।ା…
ଖୋଲା
ଅଧ୍ୟାୟ ୪୯
ସମର୍ପଣ -୫୦
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ଜଗନ୍ନାଥ ତୁମ ପାଦେ ସମର୍ପିତ ।ା ସକଳ ଘଟରେ ବିଜେ ନାରାୟଣ ସକଳ ଜୀବନ ଦାତା। ସକଳ ଅନ୍ତରେ ଅନ୍ତର୍ଯ୍ୟାମୀ ହରି ସକଳ ଭାଗ୍ୟ ବିଧାତା ।ା ସକଳ ସୃଷ୍ଟିର ତୁମେ ସୃଷ୍ଟି କର୍ତ୍ତା ସକଳ ପ୍ରାଣର ପ୍ରାଣ। ସକଳ ଜୀବନ ନିୟାମକ ନାଥ ସକଳ ସ୍ଥିତି କାରଣ ।ା ତୁମରି ଇଚ୍ଛାରେ ଯେବେ ଏ ସଂସାରେ ସବୁ କିଛି ହେଉ ଥାଏ। କାହିଁକି ମୋ ଇଚ୍ଛା ପ୍ରକାଶ କରିବି ମୁଁ ଅବା ଛାର କିଏ ? ସୁଖ…
ଖୋଲା
ମୂଳପୃଷ୍ଠା
ସବୁ ଲେଖା
ପାଠାଗାର
ଲଗ୍ ଇନ୍