ଅଧ୍ୟାୟ ୧ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି କଲି ଜଗନ୍ନାଥ
ଆଖି ଖୋଲି ଦେଲି ୬
ଶୁଭ କର ହେ ଶୁଭଙ୍କର ତୁମ
ନାମ ତୁଣ୍ଡେ ନେଲି ।
ଭକ୍ତି ପୁଷ୍ପାଞ୍ଜଳି ଘେନ ଠାକୁର
ହୃଦୟରୁ ଟେକିଦେଲି
ଅଜ୍ଞାନ ତିମିର ନାଶ ହେଉ ନାଥ
ଆତ୍ମା ଦୀପ ପ୍ରଜ୍ଜଳିତ କଲି ।
ସାତ୍ତ୍ୱିକ ଭାବନା ଜାଗ୍ରତ କର
ସୁ ଭାବନା ଆସୁ
ଇର୍ଷା ପରଶ୍ରୀକାତରତା ଭରିଲା
ସଂସାରେ ଶୁଭ ଦୃଷ୍ଟି ପଡ଼ୁ ।
ପହଡ଼ ଭାଙ୍ଗି ଠାକୁର ଉଇଁ ଆସ
ସକାଳ ସୁରୁଜ ହୋଇ
ତୁମ ସୁନେଲି ଖରା ବିଛାଡ଼ି ଦିଅ
ଜଗତ ଆଲୋକ ପାଇଁ।
୧୧
ସିଏ ମୋ ଜଗନ୍ନାଥ
ଆଖି ଖୋଲି ଚାହିଁ ଦିଅ ବାରେ
ଚକାନୟନ ଜଗତକୁ
ଝରିପଡ଼ୁ କରୁଣାର ବାରି ତୁମର
ଜଗତ ମଙ୍ଗଳ ହେଉ ।
କୁଟ କପଟ ସ୍ୱଭାବ ପରିହର ପ୍ରଭୁ
ସତ୍ୟ ମାର୍ଗେ ଜୀବନ ଚାଲୁ
ମନର ଆବେଗ ଏ ମନରେ ରହୁ
୬
ତୁମ ନାମରେ ପିୟୁଷ ଭରୁ ।
ଭୋକ ଶୋଷ ମରୁ ତୁମ ନାମରେ
ଅମୃତ ମୟ ସଂସାର ହେଉ
ଜୀବନର ପଥ ସୁଗମ ହେଉ ନାଥ
ସତ୍ସଙ୍ଗ ମିଳୁଥାଉ।
ଏ ସକାଳଟା ମହକି ଯାଉ ଏ ଫୁଲ
ଫଗୁଣର ବାସରେ
ଶାନ୍ତ ହେଉ ମନ ତୁମରି ତୁଳସୀ
ଜଳ ସେବନରେ ।
ଜଳୁ ହୃଦୟେ ଭକ୍ତିର ପ୍ରଦୀପ ଆତ୍ମା
ପଥ ହେଉ ଆଲୋକ ମୟ
ସକଳ କଷ୍ଟ ହରଣ କର ଜୀବନରୁ
ହେ ହୃଷିକେଶ ।
୧୨
ସିଏ ମୋ ଜଗନ୍ନାଥ
ଆସ ହେ ଠାକୁର ପାହାନ୍ତି ପ୍ରହରୁ
ହୃଦୟ ମନ୍ଦିରକୁ
ଭକ୍ତିଫୁଲ ତୁମ ପାଇଁ ସଜାଇ ରଖିଛି
ପାଦ ପୂଜା କରିବାକୁ ।
ତୁମ ଦର୍ଶନେ ଏ ନାରୀ ଜୀବନ ହେଉ
ସଦା ପବିତ୍ର
ଦୟାରେ ହେ ନାଥ ସଂସାରକୁ ତୁମେ
୭
ପରା ଦୟାମୟ ଠାକୁର ।
୧୩
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ