ଅଧ୍ୟାୟ ୨ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ହେ ଜଗନ୍ନାଥ
ତୁମ ପାଦେ ମନ ହେଉ ସମର୍ପିତ
୭
ହେ ମଧୁସୂଦନ ମଧୁମୟ କର
ତୁମ ଗଢ଼ା ଏ ସଂସାର ।
ଜଗତ ମଙ୍ଗଳ କର ପାପ ସବୁ
କରି ହେ ନାଥ ଖଣ୍ଡନ ।
ଜୀବନ ରାସ୍ତାରେ ଅନେକ ମୋଡ଼ାଣି
ବେଳେବେଳେ ପଡ଼େ
ପଥ ଖୋଜୁଥାଏ ନିତି ପଥ ହୁଡ଼ା
ହୋଇ ମୁଁ ପଥିକ ଜଣେ ।
ତୁମେ ପ୍ରଦର୍ଶକ ପରା ନାରାୟଣ
ଲେଖ ଭାଗ୍ୟେ ଜନ୍ମ ମରଣ
ଦିବ୍ୟ ଜ୍ୟୋତି ତୁମେ ଦିବ୍ୟ ଦ୍ରଷ୍ଟା
ଭାଗ୍ୟ କର ନିର୍ଧାରଣ ।
କଟାଛଟା ପାପୁଲିରେ ଲେଖିଲ
କେତେ କେତେ କଥା
୧୪
ସିଏ ମୋ ଜଗନ୍ନାଥ
ଦୁଃଖ ସୁଖର ଗାର ଟାଣି ଦେଇଛ
ଲେଖି ଜୀବନ ଗାଥା ।
କର୍ମର ଫଳ ଭୋଗୁଥାଏ ମଣିଷ
ତୁମ ଏଇ ସଂସାର ରେ
ତୁମେ ନ୍ୟାୟର ପରୀକ୍ଷା କରୁଅଛ
ନିତି ସଞ୍ଜ ସକାଳରେ ।
ପୁଣ୍ୟର ପଥ ରହିଲା ବହୁଦୂରେ
୮
ମୁଁ ପାପି ମଣିଷ ଜଣେ
ନିତି ଖୋଜୁଛି ପୁଣ୍ୟର ପଥ ତୁମ
ନାମ ଲେଖି ସକାଳରେ ।
ଜୀବନ ଚାଲିଛି ଜୀବନ ରାସ୍ତାରେ
ଖୋଜୁଛି ମୁ ପୁଣ୍ୟ ପଥ
କାହିଁକି ଟାଣ ପାପ ପଙ୍କ ପୋଖରୀ
ଜୀବନଟା ଛଟପଟ।
ଦିଅ ଠାକୁର ତୁମ ତୁଳସୀ ଜଳ
ହୃଦୟ ହେଉ ପବିତ୍ର ।
ଦେଖାଅ ସତ୍ ମାର୍ଗ ହେ ନାଥ ମନ
ଧାଇଁ ଯାଉ ଶ୍ରୀ କ୍ଷେତ୍ର ।
ପବିତ୍ର ନାମେ ମନ କର ପବିତ୍ର
ଭାବନା ତୁମ ପାଦେ ରଖ
କ୍ଷମା ଦେବ ସବୁ ଦୋଷାଦୋଷ
ଜଗତକର୍ତା ଜଗନ୍ନାଥ ।
୧୫
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ