ଅଧ୍ୟାୟ ୫୨ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଯାହା ପାଇଁ ନିତି ଦିନ ରାତି ହୁଏ
ଋତୁ ବି ବଦଳି ଯାଏ
୭୭
ସମୟ ଚକ ଯା, ପାଇଁ ଅବିରତ
ସଂସାରରେ ଘୁରୁଥାଏ।
ସିଏ ପରା ମୋ ଜଗନ୍ନାଥ...
ସକାଳ ହେଲେ ନିଃଶ୍ୱାସ ପ୍ରଶ୍ୱାସରେ
ହୁତ୍ପିଣ୍ଡକୁ ଚଳାନ୍ତି
ଶିରା ପ୍ରଶିରାରେ ରକ୍ତ ହୋଇ ଯିଏ
ନିତି ମୋତେ ବତାନ୍ତି
ସିଏ ପ୍ରଭୁ ମୋ ଜଗନ୍ନାଥ...
କୋଶେ ଦୂରରୁ ଡାକିଦେଲେ ଯିଏ
ଓଁ ବୋଲି କହି ଥାନ୍ତି
ପଡ଼ିଗଲା ବେଳେ ଯିଏ ଅଦୃଶ୍ୟ ରେ
ରହି ହାତ ଧରି ଥାନ୍ତି ।
ସିଏ ପରା ମୋ ଜଗନ୍ନାଥ...
ବାନ୍ଧିଛନ୍ତି ମମତା ଡୋରି ରେ ଏଇ
୧୫୩
ସିଏ ମୋ ଜଗନ୍ନାଥ
ଜଗତରେ ମଣିଷକୁ
ମହାକର୍ଷଣ ଶକ୍ତି ହୋଇ ଧରିଛନ୍ତି
ପରା ଏଇ ସଂସାରକୁ ।
ଯିଏ ନିତି ମୋର ଚିନ୍ତା ଚେତନା ରେ
ମୋ ବିବେକରେ ଅଛନ୍ତି
ଧାଡ଼ି ଧାଡ଼ି ପଦ କହିଦେଇ ସକାଳ
ଭଜନରେ ଆସି ଥାନ୍ତି ।
୭୭
ଲୁହ ବୋହିଗଲେ ଅଦୃଶ୍ୟରେ ରହି
ଲୁହକୁ ମୋର ପୋଛନ୍ତି
ସାନ୍ତ୍ୱନା ଆଉ ଆଶ୍ୱାସନା ଦେଇ ମୋ
ଜୀବନ ରଥ ଚଳାନ୍ତି ।
ସିଏ ପ୍ରଭୁ ମୋ ଜଗନ୍ନାଥ...
ନିରାକାର ଅଦୃଶ୍ୟ ଶକ୍ତି ସେପରା
ଦୁଃଖିଙ୍କର ଗଣ୍ଠିଧନ
ଭକ୍ତ ପାଇଁ ଯୁଗେ ଯୁଗେ ଅବତରି
କଳିର ରୂପ ଦାରୁବ୍ରହ୍ମ ।
ପତିତ ଉଦ୍ଧାର ପାଇଁ ତାଙ୍କ ନାମ
ପରା ପତିତପାବନ
ମାରନ୍ତି ସିଏ ତାରି ପାରନ୍ତି ସିଏ
ସେ ପ୍ରଭୁ ମୋ ଜଗନ୍ନାଥ ।
ଭକ୍ତ ଡାକିଲେ ଅନନ୍ତ ଶୟନରୁ
ଉଠି ଆସନ୍ତି ଧରାକୁ
୧୫୪
ସିଏ ମୋ ଜଗନ୍ନାଥ
ଭକତ ବାନ୍ଧବ ବୋଲି ନାମ ହେଲା
ତାଙ୍କର କାଳ କାଳ କୁ ।
ଆକାର ନାହିଁ ତାଙ୍କର ନିରାକାର
ଜନ୍ମ ମୃତୁ୍ୟ ଗତି ମୁକ୍ତି
କିଏ ବା ବର୍ଣ୍ଣିବ ଅଦୃଶ୍ୟ ଶକ୍ତିକୁ
ଅଛିକି ଲେଖନୀ ଶକ୍ତି ।
ତୁମେ ମୁଁ ଆମେ ସେମାନେ ସଭିଙ୍କ
୭୮
ଭିତରେ ସେ ଅଛନ୍ତି
କୀଟଠୁ ବ୍ରହ୍ମାଣ୍ଡ ସେଇ ପରିବ୍ୟାପ୍ତ
ସୃଷ୍ଟି କର୍ତ୍ତା ଗତିମୁକ୍ତି।
ଧର୍ମ ସଂସ୍ଥାପନ ପାଇଁ ପ୍ରଭୁ ଧରା
ଧାମକୁ ଅବତରି ଥାନ୍ତି
ପାପ ପୁଣ୍ୟର ହିସାବ କରି ପାପି
ସଂହାର ସେଇ କରନ୍ତି ।
କି ସୁନ୍ଦର ଆହାଃ ମୋ କାଳିଆ ସୁନା
ରନô ବେଦୀ ଝଟକୁଛି
ଦାରୁବ୍ରହ୍ମ ରୂପ ମନଲୋଭା ଭାରି
ଭକତ ଆଖି ଲାଖିଛି ।
ଯା ପାଇଁ ମୁଁ ନିତି ଭଜନ ଲେଖୁଛି
ସିଏ ପ୍ରଭୁ ଜଗନ୍ନାଥ
ହାତରେ ବଳ ଲେଖନୀ ରେ ଶବ୍ଦ
ସବୁ ତୁମ ଇଛା ନାଥ ।
୧୫୫
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ