ଅଧ୍ୟାୟ ୫୧ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ହେ ନାଥ
ତୁମ ପାଦେ ସମର୍ପିତ
୭୬
ଜଗତ ମଙ୍ଗଳ କର ଜଗନ୍ନାଥ
ଶୁଭ କର ଶୁଭଙ୍କର ।
ଠିକଣା ଖୋଜୁଛି ନିଜର ଠାକୁର
ମନ ଭଡ଼ା ଘର ତୁଲ
କେବେ ତୁମ ପାଖେ କେବେ ନିଅ
ଦୂର ତୁମେ ଏକା ଜାଣ ।
ତୁମ ଇଛାରେ ତ ଚାଲିଛି ଜୀବନ
ମୁଁ ଘୁରୁଥାଏ ନଟୁ ପରି
ତୁମେ କି ଜାଣନା ମନ କଥା ନାଥ
ଯନ୍ତ୍ରଣା ହେଲା ଭାରି ।
କାହିଁକି ଦେଲ ଏମିତି ଜୀବନ ନାଥ
ପ୍ରତି ପାଦରେ ତ କଣ୍ଟା
ଚାଲିବାକୁ ହେବ ଅନେକ ଦୂରକୁ
ସହି ସହି ଏଇ ବ୍ୟଥା ।
୧୫୧
ସିଏ ମୋ ଜଗନ୍ନାଥ
ମନର ମହୋଷଧି ତୁମରି ନାମ ନାଥ
ତେଣୁ ତୁମକୁ ତ ସ୍ମରେ
ଅଳିକ ସଂସାର କ୍ଷଣିକ ଜୀବନ ତୁମେ
ସତ୍ୟ ଶିବ ହେ ଠାକୁରେ।
ମନ ଦେବାର ଥିଲା ତୁମକୁ ଦେଇ
ଦେଲି ହେ ଜଗନ୍ନାଥ
ରଖିବକି ନା ଭୂଜ ତଳେ ତୁମର
୭୬
ତୁମେ ଏକ ପରା ଜାଣ ।
ଇଛା ଏଜୀବନରେ କେବଳ ତୁମରି
ଚରଣ ସ୍ପର୍ଶ ହେ ନାଥ
ପାପ କି ପୁଣ୍ୟ କିଏ ବା ଦେଖିଛି ତୁମେ
ସିନା ଏକା ଜାଣି ପାର ।
ମନ ଯାହା କୁହେ ମଣିଷ ତାହା କରେ
ମନ ମୂଳରେ ଗୋବିନ୍ଦ
ମୋର ଭଲ ମନ୍ଦ ମୋର ଦୁଃଖ ସୁଖ
ସବୁ ତୁମ ପାଦେନାଥ ।
ଯାଉଛି ତୁମ ନିର୍ଦ୍ଦେଶରେ ତୁମେ କରିବ
ସବୁର ତ ସମାଧାନ
ଭରସା ବିଶ୍ୱାସ ନିଶ୍ଚୟ ଅଛି ଠାକୁର
ଲେଖୁଛି ତୁମ ଭଜନ ।
୧୫୨
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ