ଅଧ୍ୟାୟ ୫୪ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ହେ ନାଥ
ତୁମ ପାଖେ ସମର୍ପିତ ।
୭୯
ନୟନ ଖୋଲିଲେ ଚିନ୍ତା ଚେତନାରେ
ଆସ ତୁମେ ଜଗନ୍ନାଥ
ରାତି ପାହିଗଲେ ତୁମେ ମୟ ହୁଏ
ତୁମ ସୃଷ୍ଟିର ସଂସାର ।
ତୁମେ ତ ଗଢ଼ିଛ ସୁନୀଳ ଆକାଶ
ନୀଳ ନୀଳ ଏ ସାଗର
ତୁମେ ଦେଇ ମିଠା ମିଠା ସମୀର
ମାଟିରେ ଗଛ ପତର ।
ଚାଲିବା ପାଇଁ ପାଦ ତଳରେ ମାଟି
ବଞ୍ଚôବାକୁ ତ ଆହାର
ଆଉ କିଛି ଲୋଡ଼ା ନାହିଁ ନାଥ ତୁମେ
ଅଛ ତ ସାଥିରେ ମୋର।
ତୁମ ନାମରେ ମଧୁ ବରଷି ଯାଏ
ଜୀବନ ତୃପ୍ତ ମୋର
୧୫୮
ସିଏ ମୋ ଜଗନ୍ନାଥ
ନାମ ରସରେ ଅମୃତ ପାନରେ ସରୁ
ବାକି ଜୀବନଟା ମୋର।
ସମୟର ଉଜାଣି ସୁଅରେ ଭସାଇ
ନେଉଛ ତୁମେ ନାଥ
ଉତ୍ଥାନ ପତନ ତୁମକୁ ଜଣା ମୁଁ ତ
ସଂସାରେ ନିମିତ୍ତ ମାତ୍ର ।
୮୦
ଭାଙ୍ଗି ପଡ଼ିଲେ ଦିଅ ବଳ ପୁଣି ଉଠି
ମୁଁହି ଚାଲୁ ଥାଏ ନିତି
ଧୈର୍ଯ୍ୟ ର ପାହାଡ଼ କରିଛି ମୋତେ
ଭାଙ୍ଗି ନାହିଁ ମୋ ଛାତି ।
ଯାହା ଲେଖିଛ ଅଦୃଶ୍ୟ ହାତେ ସିଏ
ତ ଭାଗ୍ୟ ମୋ ଅଟଇ
ଦୋଷ କି ଦେବି ତୁମକୁ ଏପରା
କର୍ମର ଫଳ ଅଟଇ।
ମାନ ଅଭିମାନ ନାହିଁ ହେ ଠାକୁର
ରଖ ତୁମ ଭୂଜ ତଳେ
ଶରଣ ଦିଅ ଜୀବନ ଦାତା ତୁମ
ଶରଣପନ୍ଥା ର ତଳେ ।
ଭାଙ୍ଗି ନ ପଡ଼ୁ କେବେ ମୋ ହୃଦୟ
କଲି ତୁମ ସିଂହାସନ
୧୫୯
ସିଏ ମୋ ଜଗନ୍ନାଥ
ବସିଥାଅ ତୁମେ କାଳିଆ ସେଇଠି
ଚକା ଆଖି ଚାହିଁ ଥାଅ ।
ମନ ମୋ ହେଉ ବୃନ୍ଦାବନ
ହୃଦୟ ହେଉ ତୁଳସୀ ବଣ
ଭାବନାହେଉ ଗୋପାଳୁଣୀ
ଜୀବନ ଯମୁନା କୂଳ।
୮୦
କେଳୀକୁଞ୍ଜ ବନେ ମନ ନାଚୁଥାଉ
ତୁମ ନାମ ଗାଇ ଗାଇ
ଆସ ହେ କାଳିଆ ଡାକୁଛି ତୁମକୁ
ଶେଷ ଦର୍ଶନ ପାଇଁ
ଦିଅ ହେ ନାଥ ମନକଦମ୍ବ ମୂଳେ
ଶେଷ ବଂଶୀ ବଜାଇ।
କର୍ଣ୍ଣରେ ମୋର ଶୁଣୁ ଥାଉ ନାଥ
ତୁମରି ମୁରଲୀ ସ୍ୱର
ଧନ୍ୟ ହେଉ ନାରୀ ଜନମ ମନକୁ
ଆହୁରି ତ ଦୃଢ଼ କର।
+
ଫେରିବା ବେଳେ ଶୁଦ୍ଧ ଆତ୍ମା ଟିଏ
ଫେରୁ ତୁମ ପାଖକୁ
ନ ଲାଗି କଳଙ୍କ ନରହୁ ଦହନ
ତୃପ୍ତ ହୋଇଫେରି ଯାଉ।
୧୬୦
ସିଏ ମୋ ଜଗନ୍ନାଥ
ଜଗତ ମଙ୍ଗଳ କର ତୁମେ ନାଥ
ଦିଅ ସୁନ୍ଦର ଜୀବନ
ସଭିଏଁ ରୁହନ୍ତୁ ଶାନ୍ତି ରେ ନାଥ ହେ
ଶୁଣି ତୁମ ବଂଶୀ ସ୍ୱର ।
ମଧୁର ବଂଶୀ ବଜାଅ ସକାଳୁ ନାଥ
ମଧୁମୟ କର ସଂସାର
ଅବଶୋଷ ଦୁଃଖ ଭୂଲି ଯାଉ ମଣିଷ
୮୧
ସ୍ୱାଗତ କରୁ ଶୁଭ ସକାଳ ।
୧୬୧
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ