ଅଧ୍ୟାୟ ୫୫ · ନଭେମ୍ବର ୧୩, ୨୦୨୬ · ୪ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ହେ ନାଥ
ତୁମେ ପାଦେ ସମର୍ପିତ...
୮୧
ଶେଷ ସବାରୀ ପଠାଅ ହେ ନାଥ
ଚାଲିବାଟା ହେଲା କଷ୍ଟ
ସ୍ୱର୍ଗ ଦ୍ୱାରରେ ଜଳି ଯାଉ ମୋ ଜୁଇ
ହୁଏ ମୁଠାଏ ପାଉଁଶ।
ଜଗନ୍ନାଥ ହେ ଏମନ ଡାକେ ତ୍ରାହି
ରଖିବାକୁ କିଏ ନାହିଁ
କାହିଁକି ଦିଅ କଷ୍ଟ ନାଥ ହେ ପାରୁନି
ଆଉ ଦେହ ମୋ ସହି ।
କେମିତି ଠାକୁର ତୁମେ ଟିକେ ଦିଅ
ଖରା ଟିକେ ଦିଅ ଛାଇ
ଅନ୍ଧ ପୁଟୁଳି ଖେଳି ଖେଳି ଗଲାଣି
ପରା ଅନ୍ଧୁଣୀ ହୋଇ ।
ତୁମେ ପରା ମନର ଠାକୁର ବୋଲି
ଜଗତରେ ପଡ଼େ ହୁରି
୧୬୨
ସିଏ ମୋ ଜଗନ୍ନାଥ
ମୋ ମନର କଥା ଜାଣିକି ପାରୁନ
କାହିଁକି କହିବି ଖୋଲି।
ଅନ୍ତର୍ଯ୍ୟାମୀ ବୋଲି ଭକତ ଡାକୁଛି
ବଡ଼ ଦାଣ୍ଡରେ ତ ବସି
ରଥାରୁଢ଼ ହୋଇ ଆସିଲେ ନାଥ ହେ
ଟିକିଏ ଚାହିଁ ଦେବକି ।
୮୨
ନିତି ମୁଁ ପାଖଳେ ତୁମର ପାଦକୁ
ମୋର ଆଖି ଲୁହରେ
ଲୁହର କାରଣ ପଚାର କାହିଁକି
ତୁମେ ଦେଲ ପରା ତୁମେ ।
ତୁମେ ନ ଚାହିଁଲେ ହସ ଫୁଲ କେବେ
ଫୁଟେ ନାହିଁ ଓଠରେ
ତୁମେ ନ ଚାହିଁଲେ ଲୁହ ଆସେ ନାହିଁ
କେବେ ଆଖି କୋଣରେ ।
ସବୁ ଜାଣି ଯେବେ ଅଜଣା ହୋଇଲ
କାହିଁକି କହିବି ଆଉ
ତୁମେ ଥାଉ ଥାଉ ତୁମ ଦେବା ସଂସାର
ତୁମ ଆଗେ ଭାସିଯାଉ ।
କେଉଁଠୁ ଆଣି କେଉଁଠି ଛାଡ଼ି ଦେଲ
କିଛି ଜାଣି ପାରୁ ନାହିଁ
୧୬୩
ସିଏ ମୋ ଜଗନ୍ନାଥ
ଏତିକି ଜାଣିଛି ସବୁ ଭାବନା ସରିଲା
ତୁମ ଭାବେ ବୁଡ଼ିଲି ମୁହିଁ ।
ପୁତ୍ର ସ୍ୱାମୀ ଏଘର ସଂସାର ଧନ
ଦୌଲତ ଲୋଭ ମୋ ନାହିଁ
ଅପେକ୍ଷା ନାଥ ହେ ତୁମରି ଦିବ୍ୟ
ଦରଶନ ଟିକେ ପାଇଁ ।
୮୨
ଯେଉଁ ରୂପ ଦେଖି ଅର୍ଜୁନ ହୋଇଲେ
ମୋହ ମାୟା ଶୂନ୍ୟ
ଯେଉଁ ରୂପକୁ ଯଶୋଦା ମାତା ତୁମ
ପାଟିରେ ଦେଖି ମୁର୍ଚ୍ଛିତ ।
ଯେଉଁ ରୂପ ଦେଖି ଶ୍ରମଣା ବୁଜିଲେ
ଆଖି ହେ ମୁରାରି
ଯେଉଁ ରୂପ ପାଇଁ ଦେବତା ମାନେ
ବନ୍ଦନା କରନ୍ତି ନୀରବ ହୋଇ ।
ସେଇ ରୂପକୁ ଥରେ ଦେଖା କାଳିଆ
ମୋର ଶେଷ ବେଳରେ
ଜନ୍ମ ଜନ୍ମର କଷ୍ଟ କୁ ଭୁଲି ଯିବି
ତୁମ ସାନିଧ୍ୟ ପାଇବାରେ।
ଜୟ ଜୟନ୍ନାଥ ଜୟ ଜଗନ୍ନାଥ
ତୁଣ୍ଡ ସଦା ଗାଉଥିବ
୧୬୪
ସିଏ ମୋ ଜଗନ୍ନାଥ
ସେ ଗୀତ କେବଳ ତୁମକୁ ନାଥହେ
ଗୁଣୁଗୁଣୁ ଶୁଭୁଥିବ ।
ରାମ ନାମ ହରି ନାମରେ ମୋ ଚାରି
ପାଖ କମ୍ପୁଥିବ।
ଧୀରେ ଧୀରେ ମୋ ଶେଷ ସବାରୀ
ଘର ଦୁଆରୁ ଉଠୁଥିବ
୮୩
ତୁମରି ନାମ ରେ ଆତ୍ମା ମୋର ଧିରେ
ପରମାତ୍ମାରେ ମିଶିଯିବ ।
୧୬୫
ସିଏ ମୋ ଜଗନ୍ନାଥ
ଜୟ ଜଗନ୍ନାଥ
କୋଟି ପ୍ରଣତି ହେ ଗ୍ରହାଧିପତି
ପାଦେ ସମର୍ପିତ ହେଲି।
୮୩
ଦୁଃଖ ନାଶନ ହରି ହେ କି କହିବି
ମନର କଥାକୁ ଆଉ
ଦୁଃଖ ହାରି ହେ ବଢ଼ିଲା ଦୁଃଖ ଭାର
ତୁମେ ପ୍ରଭୁ ଥାଉ ଥାଉ ।
ଭାସୁଛି ଏଜୀବନ ମଝି ନଈରେ
କୂଳ ପାଉ ନାହିଁ ଆଉ
କୂଳକୁ ନିଅ ହେ ଜୀବନ ଭେଳାକୁ
ତୁମେ ପରା ମହାବାହୁ ।
ମୁଦି ହୋଇ ଯାଏ ଆଖି ଖୋଲିବାକୁ
ଇଛା ନାହିଁ ମୋର ଆଉ
ଦୁଃଖ ଏତେ ଦେଲ କାହିଁକି ଠାକୁର
ତୁମେ ନାଥ ଥାଉ ଥାଉ ।
ସୁଖ ବୋଲି ଯାହା କହେ ତ ଦୁନିଆ
ସିଏ ତ ମନର ବୋଝ
୧୬୬
ସିଏ ମୋ ଜଗନ୍ନାଥ
କିସ ଜାଣିନା ନାଥ ହେ ଅନ୍ତର୍ଯ୍ୟାମୀ
ପୁଣି କହିବାକୁ ହେବ ।
ଜୀବନର ମରୁଝଡ଼ରେ ମୁଁ ଓଟ ପରି
ମୁହଁ ମାଡ଼ିକି ଶୋଇଛି
ଝଡ଼ ଚାଲି ଗଲେ ପୁଣି ବାଟ ଚାଲିବି
ମନେ ମନେ ଶୋଇ ଭାବୁଛି ।
୮୪
ବାଧୁ ନାହି ଆଉ ତତଲା ବାଲିର ତାତି
ଅଭ୍ୟାସ ହୋଇ ଯାଇଛି
ବାକି ଆଉ କେତେ ବାଟ ହେ ଠାକୁର
ନିତି ଦିନ ମୁଁ ଗଣୁଛି ।
ଭାରି କଷ୍ଟ ହୁଏ ଏ ଜୀବନ ପାଠ ଜମା
ସରେ ନାହିଁ କେବେ
ଯେତେ ପଢ଼ୁଛି ସେତେ ଜ୍ଞାନ ବଢ଼ୁଛି
ପୃଷ୍ଠା ପରେ ପୃଷ୍ଠା ଦେଖେ ।
ଆଉ ପରୀକ୍ଷା କରନି ନାଥ ପରୀକ୍ଷା
ଦେଇ ହେଲି ପରା କ୍ଳାନ୍ତ
ଧୈର୍ଯ୍ୟ ର ପରୀକ୍ଷା ନିଅନି ନାଥ ହେ
ଧୈର୍ଯ୍ୟ ସରି ଗଲା ତ ।
କାହିଁକି ଦେଲ ମଣିଷ ଜନ୍ମ ସବୁ
ବେଳେ ତ ଭାରାକ୍ରାନ୍ତ
୧୬୭
ସିଏ ମୋ ଜଗନ୍ନାଥ
ଜୀବନ ଅଛି ମାନେ ଯନ୍ତ୍ରଣା ଅଛି
ଏକଥା ଜାଣିଅଛି ତ ।
ତଥାପି କାଳିଆ ତୁମକୁ କହିଲେ
ଯନ୍ତ୍ରଣା ଉପଶମ ହୁଏ
କେହି ନାହିଁ ଏଠି ମନ ବୁଝିବାକୁ
ସେ ପାଇଁ ତୁମକୁ କହେ।
୮୪
ତୁମେ ପରା ଜଗତର ନାଥ ମନ
ଦୁଃଖକୁ ଧୋଇ ଦିଅ
ସେଥିପାଇଁ କାଳିଆ ରେ ନିତି ତୁମ
ଭଜନ ଲେଖେ ମୁର୍ଖ।
ପାଦ ତଳେ ମିଳୁ ଟିକିଏ ଆଶ୍ରା ହେ
ଆଉ କିଛି ଲୋଡ଼ା ନାହିଁ
ତୁମେ ଥିଲେ ପାଶେ ମୋର ଦୁଃଖ ଯାଏ
ସବୁତ ଦୂର ହୋଇ ।
୧୬୮
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ