ଅଧ୍ୟାୟ ୫୭ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ହେ ନାଥ
ତୁମ ପାଦେ ହେଲି ସମର୍ପିତ..
୮୬
ସବୁ ଡୋରି ସଂସାରୁ ଛିଡ଼ିଲା ପରେ
ତୁମ ପ୍ରେମ ଡୋରି ଭିଡ଼େ
କୋଳେଇ ନେବ କି ନାଥ ଥରେ
ଏହି ମାଗୁଣୀ ଛାମୁରେ ।
ସବୁ ଆଶା ମରିଗଲା ପରେ ବୁଡ଼
ଦେଲି ମହୋଦଧି ରେ
ସଂସାର ସାଗର ପହଁରି ପହଁରି
ହାଲିଆ ହେଲି ଠାକୁରେ ।
କାହିଁକି ମାୟାଧର ମାୟା ରଚିଲ
ମାୟାରେ ହେଲି ଲଟପଟ
ଜୀବନର ମାନେ ବୁଝିଲା ବେଳକୁ
ଜୀବନ ସରି ଆସେତ ।
ପର କିଏ ନିଜର କିଏବା ସବୁ
ତୁମରି ମାୟାର ବନ୍ଧନ
୧୭୨
ସିଏ ମୋ ଜଗନ୍ନାଥ
ନିଜର ମଣିଷ ପର ହୋଇ ଯାଏ
ପର ହୁଏ ଆପଣାର ।
ଚକ ଘୂରେ ଅଖବି ଘୁରେ ଘୁରୁଛି
ଜୀବନ ରଥର ଚକ
ପକ୍ଷେ ଅନ୍ଧାର କୁ ପକ୍ଷେ ତ ଆଲୁଅ
ଏଇତ ତୁମ ସଂସାର ।
କେବେ ହସ କେବେ କାନ୍ଦ କେବେ
୮୭
ପୁଣି ଗୁମସୁମ୍ ମନ
କେବେ ଚଢ଼ାଅ ପର୍ବତ ଶିଖକୁ କେବେ
ସାଗରେ ବୁଡ଼ାଇ ମାର ।
ଜିତିବାର ନିଶା ସରିଯାଏ ଯେବେ
ଦେଖୁଛି ମଶାଣି ଜୁଇ
ମୁଠାଏ ପାଉଁଶ ଜୀବନ କାର୍ହିକି
ତୁଛାଟା ରେ ହାଇ ପାଇଁ ।
ଯାହା ଦେଲେ ଆଦରେ ସାଉଁଟି ନେଲି
ଦୁଃଖ ମୋର କିଛି ନାହିଁ
ଏମିତି ନାଥ ତୁମ ଆଶିଷ ରହୁ
ଆଉ କିଛି ଲୋଡ଼ା ନାହିଁ ।
ସଂସାର ମଙ୍ଗଳ ହେଉ ଶେଷ ବ୍ରତ
ସବୁ ଆଶା ସରିଯାଉ
ବସୁଧୈବ କୁଟୁମ୍ବକମ୍ ନିତି ରେ
ଜୀବନ ନୌକା ବୁଡ଼ିଯାଉ ।
୧୭୩
୮୭
୧୭୪
ସିଏ ମୋ ଜଗନ୍ନାଥ
୧୭୪
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ