ଅଧ୍ୟାୟ ୫୬ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ହେ ନାଥ
ତୁମ ପାଦେ ସମର୍ପିତ ।
୮୫
ସଂସାର ଦାଣ୍ଡ ରେ ଚାଲିଚାଲି ନାଥ
ଥକି ତ ଗଲାଣି ପାଦ
ତୃଷାର୍ତ୍ତ ଏ ମନ ତୃଷାର୍ତ୍ତ ଏ ପ୍ରାଣ
ଏ ଜୀବନ ଯନ୍ତ୍ରଣାସିକ୍ତ ।
କେମିତି ପାରି ହେବ କୁହ କାଳିଆ
ଲକ୍ଷ୍ୟ ପଥ ବହୁ ଦୂର
ଆକାଶ କଇଁଆ ଛୁଇଁ କି ପାରିବ
ଅସମ୍ଭବ ଲକ୍ଷ୍ୟସ୍ଥଳ ।
ଜୀବନ ଯମୁନା ଉଛୁଳି ପଡ଼ୁଛି
ପାଉନାହିଁ ଥଳକୂଳ
ସହି ପାରୁନାହିଁ ମନ ମୋର ଆଜି
ଆହତ ବଂଶୀର ସ୍ୱର ।
ଲୁହର ସାଗର ହୋଇଲା କେମିତି
ଗୋଲାପ ଫୁଲର ବଣ
୧୬୯
ସିଏ ମୋ ଜଗନ୍ନାଥ
ଜଣା ପଡ଼ୁନି କେମିତି ଓଠ ହସ
ଲୁହ ଭରେ ଆଖିକୋଣ ।
କେମିତି ହସୁଛ ଆହେ ଜଗନ୍ନାଥ
ଦେଖି ଭକତର ଲୁହ
ଭଲ ଲାଗେ କି ଦେଖିବାକୁ ତୁମକୁ
ଲୁହ ଛଳଛଳ ମୁହଁ।
୮୫
ବୁଝି ପାରୁନକି ହେ ଚକାନୟନ
ଏଛାତିରେ କେତେ କୋହ
ତୁମ ଆଖି ସାଥେ ମୋ ଆଖି ମିଶିଲେ
ଝରଝର ପରା ଲୁହ।
କେମିତି କହିବି ତୁମେ ବଡ଼ ବୋଲି
ବଡ଼ ପଣ ତୁମ କାହିଁ
ଦୋଷ ନକରି ଦଣ୍ଡ ପାଏ ଭକତ
ତୁମ ଭୁଜ ତଳେ ଥାଇ।
ଆହେ ଜଗନ୍ନାଥ ଜଗତର ନାଥ
ତୁମେ ପରା ଭକତ ବାନ୍ଧବ
ପତିତପାବନ ପତିତ ପାଇଁ ଏକଥା
ଭୂଲି କି ଗଲ ଠାକୁର ।
ତୁମ ପାଇଁ ମନ ଯା’ର ସମର୍ପିତ ନୁହେଁ
କି ଭକ୍ତ ତୁମର ସେଇ
୧୭୦
ସିଏ ମୋ ଜଗନ୍ନାଥ
ଅନନ୍ତ ଶୟନ ରୁ ଉଠି ଯାଅ ତୁମେ
ଭକତ ଡାକ ଶୁଣି ଦେଇ ।
ଆଜି କି ନୀରବ କୁହ ହେ ଠାକୁର
ମୋ ଡାକ କି ଶୁଭୁନାହିଁ
ଲୁହ ସାଗରରେ ବୁଡ଼ ଦେଉଛି ମୁହିଁ
ମହୋଦଧି ଭାବି ଦେଇ ।
୮୬
ଭକତ ତୁମର ପିତା ମାତା ଭକତ
ତୁମର ପରା ବନ୍ଧୁ
ଭକତ ପାଇଁ ତୁମର ଶଙ୍ଖ ଚକ୍ର
ଭକତ ପାଇଁ କୃପାସିନ୍ଧୁ ।
ପୋଛି ଦିଅ ସବୁ ଭକତ ଆଖିରୁ ଲୁହ
ଭକ୍ତ ବତ୍ସଳ ବନ୍ଧୁ
ତୁମ ନାମରେ ଜଗତ ମଙ୍ଗଳ
ହେଉ ଜଗନ୍ନାଥ, ହସ ଫୁଲ ଫୁଟୁ ।
୧୭୧
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ