ଅଧ୍ୟାୟ ୧୩ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ନାଥ ହେ ତୁମେ ଅଛ ବୋଲି
ମୋର ସତ୍ତା ଏଇ ଦୁନିଆରେ
ସୁଖ ଦୁଃଖର ସମୁଦ୍ର ତୁମ ପାଇଁ
ସିନା ଲଙ୍ଘି ପାରେ ।
ତୁମେ ଅଛ ବୋଲି ପରା ଏଇ
ଆତ୍ମା ଭିତରେ
ଭକ୍ତିର ଅର୍ଘ୍ୟ ଆଞ୍ଜୁଳାଏ ରଖେ
ତୁମ ପାଦ ତଳେ ।
ତୁମ ନାମ ଲେଖେ ପଦ କହି ଦିଅ
ଆସି ଏଇ କଲମରେ
ଅଛ ବୋଲି ମୋ ହୃଦୟ ଭିତରେ
କବିଟିଏ କଲ ସଂସାରରେ।
ଜୀବନ ନୌକା ଚଳାଇଛ ତୁମେ
କଳା ନାଉରୀ ହେ
ଜୀବନ ପାତ୍ର ମୋ ଭରି ଦେଇଛ
କେତେ ମତେ ।
ଭାବ ବନ୍ଧନ ୪୪
ସୁଖ ଦୁଃଖ ଭିତରେ ପାଖେ ଆସି
ହାତ ଧରି ଚଲାଇ ଥାଅ
ମନର ବେଦନାକୁ ତୁମ ନାମରେ
ଧୋଇ ନିଅ।
ତୁମେ ଅଛ ବୋଲି ଏ ମନ ବିବେକ
ତୁମ ଇଛାରେ ବାଟ ଚାଲେ
ତୁମେ ଦେଇଛ ମୋତେ ପରିଚୟ
ଏଇ ସମାଜରେ।
କାହିଁକି କହିବି ତୁମକୁ କିଛି ଦେଇ
ନାହଁ ପ୍ରଭୁ ହେ
ଭଙ୍ଗା ମନରେ ମଲମ ଦିଅ ତୁମେ
ପ୍ରତି ସକାଳରେ।
ତୁମେ ଅଛ ବୋଲି ଏ ସଂସାର ରେ
ସକାଳୁ ସୂରୁଜ ଉଇଁ ଆସେ
ତୁମେ ଅଛ ବୋଲି ହେ ଠାକୁର ସଞ୍ଜ
ଆପେ ଆପେ ନଇଁ ଆସେ।
ଏଠି ଋତୁବି ବଦଳେ ମନବି ବଦଳେ
ବଦଳି ନଥାଅ ତୁମେ
ତୁମେ ଚିରନ୍ତନ ସତ୍ୟ ଶିବ ସୁନ୍ଦର
ଏଇ ଜଗତରେ ।
ଭାବ ବନ୍ଧନ ୪୫
ମନଲାଖି ଫଳ ଦିଅନାହିଁ
ଦିଅ କର୍ମକୁ ପରଖି ନେଇ
ସେଇ ସୁକର୍ମ ହେଉ ଏ ଜୀବନ ବ୍ରତ
ଏହା ମାଗୁଛି ମୁହିଁ।
ସୁଖ ଲୋଡ଼ା ନାହିଁ ଦୁଃଖ ଲୋଡ଼ାନାହିଁ
ଲୋଡ଼ା ତୁମେ ହେନାଥ
ସକଳ କାମନା ହରଣ କର ପ୍ରଭୁ ହେ
ଦିଅ ଛଡା ତୁଳସୀ ପତ୍ର।
ତୁମେ ମନେ ଅଛ ବୋଲି ପୁଣ୍ୟ ପଥ
ଏ ମନ ବାଛି ନିଏ
କୁକର୍ମରୁ ମନ ଦୂରେଯାଇ
ତୁମ ପାଖେ ଶରଣ ନିଏ।
ଏମିତି ଥାଅ ପାଶେ
ମୋ ନ ହୁଏ ମୁଁ ଭକତ ଜଣେ
ଅନ୍ତର୍ଯ୍ୟାମୀ ହେ! ଡାକୁଛି ତୁମକୁ ମୁୁଁ
ହୃଦୟରେ ପ୍ରତିକ୍ଷଣେ।
ଜଗତ ମଙ୍ଗଳ କାମ୍ୟ
ମୋର ତୁମରି ପାଦ ତଳେ
ପାପୀ ଉଦ୍ଧାରି ସାଧୁ ପାଳୁଥାଅ
ନାଥ ଯୁଗ ଯୁଗରେ।
ଭାବ ବନ୍ଧନ ୪୬
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ