ଅଧ୍ୟାୟ ୧୪ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଭକତି ଫୁଲରେ ଆଞ୍ଜୁଳା ଭରି
ହାତ ଯୋଡି ସକାଳ ପ୍ରଣତି କରି
ଭାବର ମଲ୍ଲି ଫୁଲ ହାର ଗୁନ୍ଥିଦେଇ
ଡାକୁଛି ପ୍ରଭୁ ଆତ୍ମା ପ୍ରଦୀପ ଜାଳି
ଆସିବକି ଦରଶନ ଦେବା ପାଇଁ।
ମୋ ଅଗଣାର ତୁଳସୀ ତୁମପାଇଁ ମହମହ ବାସୁଛି
ମୋ ଅଗଣାରେ ଫୁଲ
ତୁମ ପାଇଁ ଫୁଟି ହସୁଛି।
ଘୋରିଛି ପ୍ରଭୁ ହେ ଚନ୍ଦନ ତୁମପାଇଁ
ମନର ନୈବେଦ୍ୟ ଘେନ ଜଗତ ସାଇଁ।
ଆସିବକି ଠାକୁର ମୋର ହୃଦୟକୁ
ଶୂନ୍ୟ ପଡିଥିବା ଏଇ ସିଂହାସନକୁ
ଧୋଇଦେବି ପାଦ ତୁମର ମୋ ଆଖି ଲୁହରେ
ପୋଛି ଦେବି ପାଦ ଯୁଗଳ ମୋର ପଣତରେ।
ଶହେ ଜନ୍ମର ପାପ ହୋଇ ଯିବ ଦୂର
ଦେଖା ଦେବ କି ହେ କଳା ଠାକୁର
କହିବି ପ୍ରଭୁ ହେ ମନ କଥା ତୁମେ
ଭାବ ବନ୍ଧନ ୪୭
ନିଜର ବୋଲି
ମିଛ ସଂସାରରେ ଆଜିଯାଏ କାହିଁକି
ବନ୍ଧା ପଡ଼ିଲି ।
ପୁତ୍ର ସ୍ୱାମୀ ସଂସାରକୁ ନିଜର କଲି
ଆଖି ବୁଜିଦେଇ
ଆଖି ଖୋଲି ଦେଖିଲି ପାଖେ କେହିତ ନାହିଁ।
ଚକା ଚକା ଆଖିରେ ଚାହିଛ ମୋତେ
କେମିତି ଭାବିବି ଠାକୁର କେହି ନାହିଁ ମୋର ପାଶେ।
ତୁମେ ତ ଆସୁଛ ନିତି ସପନେ ମୋର
ପୁଣି ଆସୁଛ ସକାଳ ସଞ୍ଜ ଭାବନାରେ ମୋର
ଦେଉଛ ଶକତି ଚାଲିବାକୁ ଏଇ ସଂସାରେ
ବିପଦ ଆସିଲେ ଛିଡ଼ା ହେଉଛ ଆଗରେ
ବୁଦ୍ଧି ବିବେକରେ ରହି ତୁମେ ଦିଅ
ସମସ୍ୟାର ସମାଧାନ କରି
କେମିତି କହିବି ନାଥ ତୁମେ ନାହଁ ବୋଲି।
ତୁମେ ପରା ଆସ ଚିନ୍ତା ଚେତନାରେ ମୋର
ପୁଣି ଆସ ଦିବ୍ୟ ଭାବନାରେ ମୋର
ପଦ ଦିଅ କହି ନିତି ସକାଳ ହେଲେ
କପଟ ହରିନିଅ ମନରୁ ନିଜ ମାୟାରେ
ଚାହିଁ ଥାଅ ଏମିତି ଆଡ଼ନୟନରେ
ତୁମ ଚାହିଁବାରେ ପରା ଦୁଃଖ ସରେ।
ଦେଇଛି ତୁମକୁ ମନ ପର କରିବ ନାହିଁ
ମନର କୋହରେ ନିତି ଆଳତି କରୁଛି
ଆତ୍ମା ଶୁଦ୍ଧ ପାଇଁ।
ଜଗତର ନାଥ ସଭିଙ୍କର ମଙ୍ଗଳ କର
ସଭିଙ୍କ ମଙ୍ଗଳରେ ହେଉ ମଙ୍ଗଳ ନିଜର ।
ଭାବ ବନ୍ଧନ ୪୮
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ