ଅଧ୍ୟାୟ ୧୫ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଦାରୁବ୍ରହ୍ମ ହେ !
ତୁମ ରୂପକୁ କିଏ ବର୍ଣ୍ଣିପାରିବ ସତେ
ଆହା କି ସୁନ୍ଦର ତୁମ ରୂପ କଳିରେ
ଚକା ଚକା ଆଖି କଳା ବଦନରେ
ମୃଦୁ ମୃଦୁ ହସ ନାଲି ନାଲି ଅଧରେ।
ଧନ୍ୟ ସେଇ ବିନ୍ଧାଣୀ ଗଢିଲା ତୁମକୁ
ହାତ ନାହିଁ ଗୋଡ ନାହିଁ ଖାଲି ମୁହଁକୁ
ସେ ମୁହଁରେ ଏତେ କଳା ଭରିଦେଇଛି
ସେ କଳାରେ ନିତି ଭକ୍ତ ହଜି ଯାଉଛି।
ସେ ମୁହଁରେ ଏତେ ଯାଦୁ ଭରି ରହିଛି
ଥରେ ଯେ ଚାହିଁଲେ ଭାବରେ ହଜିଛି
ଭକ୍ତି ଭରିଯାଏ ଆପେ ଏ ହୃଦୟରେ
ମନ ହଜେ ତୁମର ପଦ୍ମପାଦ ଯୁଗଳେ।
ନାମ ପୁଣି ଜଗତର ନାଥ ଜଗନ୍ନାଥ
ଅନାଥର ନାଥ ବୋଲି ହୁରିପଡେତ
ପତିତଜନ ପାଇଁ ପତିତପାବନ ଅଟ
ଦୁଃଖନାଶନ ହେ ଦାରୁ ବ୍ରହ୍ମରୁ ଜାତ।
ଭାବ ବନ୍ଧନ ୪୯
ଦୀନ ବାନ୍ଧବ ତୁମେହେ ଜଗତ ସାଇଁ
କୋଟି କୋଟି ଓଡ଼ିଆର ମଉଡ଼ମଣି
କୋଟି ଜନମନର ତୁମେ ଠାକୁର ପୁଣି
ହରିନିଅ ଦୁଃଖ ଅଦୃଶ୍ୟରେ ରହି ।
ସାରା ସଂସାରର ମନ ନେଉଛ ଟାଣି
ଆହା କି ସୁନ୍ଦର ତୁମ ବାଙ୍କ ଚାହାଣି
ବଡ଼ ଯାଦୁକର ଆଖିରେ ଯାଦୁ ତୁମରି
ଦିବ୍ୟ ରୂପ ଦର୍ଶନରେ ପୁଣ୍ୟର ଥଳି।
ତୁମ ନାମ ସ୍ମରଣରେ ତୁମ ଦରଶନେ
ତୁମ କଥା ଶ୍ରବଣ ଆଉ କୀର୍ତ୍ତନରେ
ସଂସାରର ଦୁଃଖକଷ୍ଟ ଅଚିରେ ସରେ
ତୁଣ୍ଡେ ଜୟ ଜଗନ୍ନାଥ ଧରିଲେ ଥରେ।
ଚାହିଁ ଦେଲେ ଥରେ ପାପ ସରି ଯାଏ
ତୁମ ନାମରେ ପୁଣ୍ୟର ଥଳି ପୂରି ଯାଏ
ତୁମେ ସତ୍ୟ ସୁନ୍ଦର ଚିରନ୍ତନ ହେନାଥ
ତୁମେ ଆରମ୍ଭ ଆଉ ତୁମେ ପୁଣି ଶେଷ।
ଖେଳାଅ ଜୀବକୁ ମୀନ ଖେଳିଲା ପରି
ଭାଙ୍ଗି ଗଢି ସଂସାର ସଜାଇ ଦିଅ ପୁଣି
ତୁମେ କଳିରେ ଆବିର୍ଭାବ ଦାରୁବ୍ରହ୍ମରେ
ଭାସି ଆସିଥିଲ ନୀଳ ଦରିଆ ବୁକୁରେ।
ଲାଗିଲ ପୁଣ୍ୟରହାଟ ପୁରୀ ଶ୍ରୀକ୍ଷେତ୍ରରେ
ଗଢାହେଲ ତୁମେ ନିଜର ଇଛାମତରେ
ଏବେ ପୂଜା ପାଆ ଦାରୁବ୍ରହ୍ମ ରୂପରେ
ଭକତ ପାଏ ତୁମକୁ ନିଜ ଭାବରେ ।
ମାନବୀୟ ଲୀଳା ପ୍ରକାଶିତ କଳିରେ
ରୁହ ନିତି ମାନବ ହୃଦୟ ସିଂହାସନରେ
କରମୂଳେ ଦର୍ଶନ ମିଳୁ ପ୍ରତି ସକାଳରେ
ଦାରୁବ୍ରହ୍ମ ଦର୍ଶନ ଦିଅ ସନ୍ଧ୍ୟା ଦୀପରେ।
ପାପ ପୁଣ୍ୟର ହିସାବ କରୁ ଥାଅ ହେ ନିତି
କର୍ମର ଫଳ ଦେଇଥାଅ ଭକ୍ତଙ୍କୁ ଯାଚି ।ା
ଭାବ ବନ୍ଧନ ୫୦
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ