ଅଧ୍ୟାୟ ୧୬ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଚାରି ଦୁଆର ଖୋଲି ଦେଲ
ପ୍ରଭୁ ଭକତ ପାଇଁ
କେଉଁ ଦୁଆର ଦେଇ ଯିବି
ଦେଖା ହେବ ଗୋସାଇଁ ।
ଗହଳ ଚହଳ ଲାଗିଛି ନାଥ
ଠେଲା ଠେଲି ବହୁତ
ଅସୁସ୍ଥ ଶରୀରରେ କେମିତି ଯିବି
ଭେଟ କରି ଠାକୁର ।
ପଞ୍ଚମ ଦୁଆର ଖୋଲିଦିଅ ନାଥ
ଭକତ ଡାକ ଶୁଭୁଥିବ
ଏଇଠୁ ଡାକିଲେ ସେଇଠି ଶୁଣିବ
ଢାଳିବ କରୁଣା ତବ।
ଆସୁଛି ଆଗକୁ ରଥ ଯାତରା
ବଡ ଦାଣ୍ଡରେ ଚାହିଁ ଥିବି
ସେଇଠି ଦେଖିବି କଳା ଶ୍ରୀମୁଖକୁ
ମନ କଥା କହୁଥିବି।
ମନ ଚଞ୍ଚଳ ଦେଖିବାକୁ ତୁମକୁ
ନୟନ ହୁଏ ଅଧିର
ବାଙ୍କ ଚାହାଣୀରେ ମୁରୁକି ହସି
କରୁଣା ଢାଳି ଦେବ ଅପାର।
ଭାବ ବନ୍ଧନ ୫୧
ବଡସାନ ଧନି ଗରିବ ସବୁ ପରା
ସେଠି ସମାନ
ଭକତିରେ ଜିଣି ପାରିବ ତୁମକୁ
କେବଳ ଭକତ ଜନ।
ଆଶିଷ ଢାଳି ଦେବ ହେ ନାଥ
ମୁଁ ତୁମ କୃପା ଭିକାରୀ
ପୋଛି ଦେବ ଲୁହ ଏତିକି ବିଶ୍ୱାସ
ଅଛି ମୋହରି।
ସବୁ ମଙ୍ଗଳ କରିବ ହେ ନାଥ
ତୁମେ ପରା ମଙ୍ଗଳ ମୟ
ତୁମରି ନାମରେ ସର୍ବ ଶୁଭ ହେଉ
ଏତିକି କରୁଣା କର ଦୟାମୟ।
ଜୀବନ ସାରା ବୋଝ ବୋହି ବୋହି
ତୁମକୁ ଯାଇଛି ଭୁଲି
ଏବେ ଯିବା ବେଳେ ଦିଅ ହେ ନାଥ
ତୁମରି କରୁଣା ଢାଳି।
ଏତିକି ଅନୁଭବ ମୋହର ତୁମେ ତ
ରହିଛି ପାଶେ
ଦୁଃଖ ହେଉ କି ସୁଖ ହେଉ ତୁମ ପାଇଁ
କେବଳ ମୁଁ ହସେ।
ଚାରି ଦୁଆରେ ଯାଇ ପାରିଲିନି ରହିଛି
ଚାହିଁ ରଥକୁ
ଛୁଇଁ ଦେବି ରଥ ଦଉଡ଼ି ମନ ଚାଲି
ଯିବ ପୁଣ୍ୟ ପଥକୁ।
ଭାବ ବନ୍ଧନ ୫୨
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ