ଅଧ୍ୟାୟ ୧୮ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ସକାଳ ଧୂପରେ ତୁମେରେ କାଳିଆ
ସଞ୍ଜ ସଳିତାରେ ତୁମେ
ଏମନ ଅଗଣାରେ ତୁମେରେ କାଳିଆ
ମୋ ହୃଦୟ ବେଦୀରେ ତୁମେ।
ଠାକୁର ଘରର ଘଣ୍ଟି ଶଙ୍ଖ ଧ୍ୱନିରେ
ତୁଳସୀ ଚଉଁରା ମୂଳେ ତୁମେ
ଓଁ କାର ଧ୍ୱନିରେ ତୁମେରେ କାଳିଆ
ମନ୍ତ୍ର ଉଚ୍ଚାରଣରେ ଆସ ତୁମେ।
ମନର ଆବେଗରେ ତୁମେ ରହିଥାଅ
ମୋ ଅନୁଭବରେ ତୁମେ
ମୋ ଆଖି ଯୁଆଡ଼େ ଯାଏ ଆଗରେ
ଦେଖା ଯାଅ ଖାଲି ତୁମେ।
ଶୁଷ୍କ ମରୁଭୂମି ଅବା ଅଥଳ ସାଗରେ
ଶୂନ୍ୟ ବ୍ରହ୍ମାଣ୍ଡରେ ଥାଅ ତୁମେ
ରହିଥାଅ କୀଟଠୁ ବ୍ରହ୍ମାଣ୍ଡ ଏଇ ସ୍ପନ୍ଦନ
ଭିତରେ ତୁମେ।
ନୀଳ ନୀଳ ଆକାଶ ବୁକୁରେ ସକାଳୁ
ଦେଖାଦିଅ ତୁମେ
ନୀଳ ଦରିଆର ଲହରୀ ଭିତରେ ନାଚି
ନାଚି ଆସ ତୁମେ ।
ଭାବ ବନ୍ଧନ ୫୫
ପ୍ରତିଟି ଜୀବର ଆତ୍ମାରେ ରହି ଭଲମନ୍ଦ
ପରଖୁ ଥାଅ ତୁମେ
କଣ୍ଟକିତ ଜୀବନ ପଥ ଧାରେ ହାତ ଧରି
ଧରି ନିଅ ତୁମେ।
ପଡ଼ିଗଲା ବେଳେ କୋଳେଇ ନିଅ ହାତ
ଧରି ନେଇ ତୁମେ
ଏ ଦୁନିଆରେ ସବୁ ପର ହେଲା ବେଳେ
ନିଜର ଖାଲି ତୁମେ।
ସାହସ, ଶକତି, ଧୈର୍ଯ୍ୟ, ଭରସା ଦେଇ
ସଂସାର ନାବ ଚଳାଅ ତୁମେ।
ମୋ ମନର ନୈବେଦ୍ୟକୁ ଦେଇ କୋହର
ଆଳତିରେ ଡାକୁ ଥାଏ
ତୁମରି ନିର୍ଦ୍ଦେଶରେ ମୋ ସଂସାର ନାବକୁ
ଚଳାଇ ନିଏ।
ଅଦୃଶ୍ୟରେ ରହି ସକାଳୁ ସଞ୍ଜ ଯାଏ ସବୁ
କରୁଥାଅ ତୁମେ
ନିମିତ୍ତମାତ୍ର ମୁଁ ସବୁ ଅସମ୍ଭବକୁ ସମ୍ଭବ
କର କେବଳ ତୁମେ।
ରାତି ପାହିଲେ ତୁମେ ଆସ ମନ ମନ୍ଦିରକୁ
ମୋର ଦେବତା ହୋଇ
ସଞ୍ଜ ହୋଇଗଲେ ଅନ୍ଧାର ଭିତରେ ତୁମେ
ଥାଅ ମୋ ସାଥେ ରହି।
ଏମିତି ଥାଅ ହେନାଥ ସକାଳୁସଞ୍ଜ ଭାବନା
ଭିତରେ ତୁମେ ରହି।
ତୁମ ସେବାରେ ଯାଉ ଛାରନାରୀ
ଜୀବନଟି ଧନ୍ୟ ହୋଇ।
ଭାବ ବନ୍ଧନ ୫୬
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ