ଅଧ୍ୟାୟ ୩ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ପାହିଲା ରଜନୀ ହେଲା ପ୍ରଭାତ
ଅନନ୍ତ ପ୍ରଣତି ତୁମ ଛନ୍ଦା ପଦେ
ସମର୍ପିତ କରେ ହେ ଦୀନନାଥ !
ସୁନ୍ଦର ତୁମର ସୃଷ୍ଟିକୁ ସୁନ୍ଦର
କର ଠାକୁର।
ହସି ଉଠୁ ଏଠି ସକଳ ଜୀବନ
ଆନନ୍ଦ ଭର।
ମଣିଷ ହୃଦୟକୁ ସରଳ ହେଉ
ହେ ଆନନ୍ଦମୟ!
ଭରି ଦିଅ ପ୍ରାଣେ ଖୁସିର ପୁଲକ
ହେଉ ସଭିଙ୍କର କଳ୍ମଷ କ୍ଷୟ।
ତୁମ କରୁଣାର ବଳରେ ଉଜ୍ୱଳ
ହେଉ ପ୍ରଭାତ।
ଭାବ ବନ୍ଧନ ୧୯
ଜଗତ ନାଥ!
ଫୁଲରୁ ମହକ ଖେଳୁ ଚତୁଃପାର୍ଶ୍ୱେ
ସୁଗନ୍ଧିତ ହେଉ ସାରା ଜଗତ।
ସମୀରେ ସଞ୍ଚରୁ କୁସୁମ ମହକ
ଜୀବନ ପାଇଁ ।
ଅଖିଳ ବ୍ରହ୍ମାଣ୍ଡପତି ହେ ! ଦୁର୍ଗତି
ଦୂରେ ଘୁଞ୍ଚିଯାଉ ବିନତି ଏହି।
ପାହି ଯାଉ ରାତ୍ରି ହେ ଗ୍ରହାଧିପତି
ଅବସାନ ହେଉ ଦୁଃଖ, ଯନ୍ତ୍ରଣା।
ଆନନ୍ଦରେ ମୁଖରିତ ହେଉ ସୃଷ୍ଟି।
ପକ୍ଷୀ କାକଳିରେ ଭରୁ ପ୍ରଗଣା।
ଘଣ୍ଟଘଣ୍ଟା ଶବ୍ଦ ସହ ହେଉ ତୁମ ଆଗମନ
ଓଁକାର ଧ୍ୱନିରେ ତୁମେ ଆସ ଭଗବାନ।
କି ଦେଇ ପୂଜିବି ପ୍ରଭାତରେ ମୁଁ ତୁମକୁ
ହେ ପ୍ରାଣର ଠାକୁର ମୋର
କି ଅବା ଅଛି ମୋ ପାଖରେ ମୁଁ ପରା
ସୃଷ୍ଟି ତୁମର।
ତୁମ ହାତ ଗଢ଼ା ନାରୀଟିଏ ମୁଁ
ନିତି ଦିନ ପ୍ରଣତି ଜଣାଏ।
ହୃଦର କୋହରେ ଜାଳି ଆତ୍ମାର ପ୍ରଦୀପ
ଆଞ୍ଜୁଳାଏ ଭକ୍ତି ପୁଷ୍ପେ ଆବାହନ କରେ।
ଭାବ ବନ୍ଧନ ୨୦
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ