ଅଧ୍ୟାୟ ୨୪ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ହେ ଜଗନ୍ନାଥ
ସର୍ବ ମୂଳରେ ତୁମେ ଗୋବିନ୍ଦ
ସୁଖ ବରଷା ତୁମେ କରି ଥାଅ
ଅଦିନ ବରଷାରେ ଭିଜାଇ ଦିଅ
ଚାରିପାଖରେ ମୋ ଅନୁଭବରେ
କେବଳ ତୁମେ ଅଛ ଜଗନ୍ନାଥ।
ସୁଖରେ ଥିଲେ ମୁଁ ତୁମକୁ ଡାକେ
ଦୁଃଖରେ ଥିଲେ ଆହୁଲା ମାଗେ
ଏ ହାତ ପାପୁଲିର ଗାର ଭିତରେ
ଅଛ କପାଳର ଭାଗ୍ୟ ରେଖାରେ।
ଜୀବର ଜନ୍ମ ଆଉ ମୃତୁ୍ୟ ଭିତରେ
ପାପ ଆଉ ଏ ମଣିଷର ପୁଣ୍ୟରେ
ସବୁଠି ତୁମେ ଦେଖା ଯାଇ ଥାଅ
ତୁମ କରୁଣା ନାବେ ଭସାଇ ଦିଅ।
ମନର ମୂଳରେ ଚିନ୍ତା ଚେତନାରେ
ଏ ଭାବନା ମୋ ଆଖି ପରଦାରେ
ସପନେ ଅବା ମୋ ଜାଗରଣରେ
ତୁମେ ଅଛ ନାଥ ଚାରିପାଖରେ।
ଭାବ ବନ୍ଧନ ୬୮
ଛକାପଞ୍ଝା ସଂସାର ଜୀବନରେ
ହାରୁଥାଏ ପୁଣି ଜିତେ ସଂସାରେ
ପ୍ରଭୁ ହେ ସବୁ ତୁମରି ଦୟାରେ
ଦୁଃଖ ରେ ଥିଲେ ତୁମକୁ ଖୋଜେ।
ସୁଖ ନିଦ ସପନେ ତୁମକୁ ଭେଟେ
ତୁମ ଦାନ ଜୀବନ ତୁମକୁ ସମର୍ପିତ
ଏତିକି ଜାଣେ ନାଥ ସର୍ବମୂଳେ ଅଛ
ତୁମେ ହେ ଗୋବିନ୍ଦ।
ମଣିଷର ହସ ଲୁହରେ ସମସ୍ୟା
ପୁଣି ସମାଧାନରେ
କେବେ ହସାଅ କେବେ କନ୍ଦାଅ
କେବେ ପୁଣି ଭସାଅ ଲୁହ ସାଗରେ ।
ତୁମ ବିନା କିଛି ବି ସମ୍ଭବ ନୁହେଁ
ତୁମେ ଅଛ ସୃଷ୍ଟି ପୁଣି ବିଲୟରେ
ତେଣୁ ନାଥ ଘେନ କୋଟି ନମସ୍କାର
ସନ୍ଧ୍ୟା ଦୀପରେ ମନ ହେଉ ପବିତ୍ର ମୋର ।
ଭାବ ବନ୍ଧନ ୬୯
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ