ଅଧ୍ୟାୟ ୨୫ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ସବୁ ତୁମ ଇଛା ହେ କାଳିଆ
ସବୁ ତୁମ ଇଛା
ଦୁଃଖ ଦିଅ ତୁମେ ସୁଖ ଦିଅ
ତୁମେ ମନ ଇଛା।
କେବେ ହସାଅ କେବେ କନ୍ଦାଇ
କରିଦେଲ ଅଭିନେତ୍ରୀ
ଅଭିନୟ କରି ସରିଲା ବେଳ
କେବେ ମିଳିବ ମୁକ୍ତି।
ଥକିଗଲା ମନ ଥକି ଗଲା ପ୍ରାଣ
ଥକିଗଲା ଏଇ ଜୀବନ
ମନୋବଳ ମୋ ଭାଙ୍ଗିଗଲା ନାଥ
ଦିଅ ହେ ପାଦେ ଶରଣ।
ଲେଖିଛ କେମିତି ଏ ଭାଗ୍ୟକୁ
କେଉଁ ଲେଖନୀ ଧରି
ଆଉ ଲିଭି ପାରୁନି ସେ ଲେଖା
ଗଲିଣି ମୁଁ ସରି।
ଭାବ ବନ୍ଧନ ୭୦
ହେ ବନ୍ଧୁ ବାଧିଲାଣି ଏଇ ଜୀବନ
ଟିକେ କରୁଣା ଦିଅ
ତୁମ କରୁଣା ରେ ଏଇ ଜୀବନ
ମୋର ହେଉ ଥୟ।
ସଖା ହେ ସୁଦାମା ପରି କୋଳେଇ
ନେଇ ଯାଅ
ତୁମରି ସ୍ପର୍ଶ ରେ ସରିଯାଉ କଷ୍ଟ
ସବୁ ଏ ଜୀବନର।
ତୁମ ଇଛାକୁ ସମ୍ମାନ ଦେବା ଛଡ଼ା
ମୋର କି କରିବାର ଅଛି
କିଂ କର୍ତ୍ତବ୍ୟ ବିମୂଢ ହେଇ ତୁମକୁ
ଭଜି ଚାଲିଛି।
ଅଭିନୟ ପାଇଁ ପଠାଇଲ ଅଭିନୟ
କି ସରି ନାହିଁ
ଯଦି ସରିଗଲା ଅଭିନୟ ହେ ନାଥ
ଦିଅ ଠିକଣା ଫେରାଇ।
ଭାଙ୍ଗିଗଲା ମନ ଭାଂଗିଲା ସପନ
ଭାଂଗିଲା ଖଣ୍ଡ ଖଣ୍ଡ ଏଇ ହୃଦୟେ
ଭାଙ୍ଗିଗଲା ନିଦ ସରିଲା ସପନ
ଅଧୁରା ରହିଗଲା କିଛି ହେ ନାଥ।
ଶୂନ୍ୟ ଏଇ ମନ ମନ୍ଦିର ମୋର
ଶୂନ୍ୟ ସ୍ଥାନ ଗୋଟେ ଜୀବନରେ
ଆସ ହେ ଠାକୁର ପୂର୍ଣ୍ଣ ଭାବନାରେ
ଧନ୍ୟ ହେଉ ଏ ଜୀବନ ମୋର।
ଭାବ ବନ୍ଧନ ୭୧
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ