ଅଧ୍ୟାୟ ୨୬ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
କୋଟି ପ୍ରଣତି କରୁଛି ଘେନ ନାଥ
ତୁମରି ଦୟାରେ ହେ ପ୍ରଭୁ ଜଗନ୍ନାଥ
ଚାଲିଥାଉ ସଂସାରେ ଜୀବନ ରଥ
ତୁମ ନାମରେ ସରୁ କଣ୍ଟକିତ ପଥ।
ଫରଫର ଉଡୁଥାଉ ନେତ ମନ୍ଦିରେ
ଭକତ ଚାହିଁ ଥାଉ କରୁଣା ଆଶାରେ
ଅରୁଣ ସ୍ତମ୍ଭ ପାଖେ ହାତ ଟେକିଲେ
ଝରଝର ଝରିପଡୁ କରୁଣା ଠାକୁରେ।
ନିରାଶ ମନରେ ତୁମେ ଆଶା ସଞ୍ଚାର
ଭଂଗାମନେ ତୁମେ ଧୈର୍ଯ୍ୟର ପାହାଡ଼
ଦୁର୍ବଳ ମନରେ ତୁମେ ଅସୀମ ଶକତି
ଆଶାର ସଳିତା ମନରେ ଜଳାଅ ନିତି।
ଥାଅ ତୁମେ ସଦା ଚିନ୍ତା ଚେତନା ରେ
ଭକତିର ଦୀପ ଜଳୁଥାଉ ହୃଦୟ ରେ
ମନ ଚାଲି ଥାଉ ସତ୍ୟନ୍ୟାୟ ପଥରେ
କର୍ମ କରୁଥାଉ ମଣିଷ ତୁମ ଇଛା ରେ।
ଭାବ ବନ୍ଧନ ୭୨
ମନପକ୍ଷୀ ବସା ବାନ୍ଧିଥାଉ କଳ୍ପବଟରେ
କାମନାର ସମାପ୍ତ ହେଉ କୈବଲ୍ୟରେ
ଶୋଷ ମରିଯାଉ ମନର ନାମାମୃତରେ
ଆଶା ବୈତରଣୀ ମିଶୁ ମହୋଦଧିରେ।
ଆତ୍ମାପୁରୁଷ ପାଉ ଦିବ୍ୟ ପୁରୁଷ ସାନିଧ୍ୟ
ଆସ ଆସ ନାଥ ହୃଦୟର ଶୂନ୍ୟ ମନ୍ଦିର
ଭକତିର ପୂଜା ଫୁଲ ଘେନ ହେ ଠାକୁର
ବଜାଇ ଦିଅହେ ମୋହନବଂଶୀ ତୁମର।
ମଧୁରତା ଭରିଯାଉ ସବୁ ପ୍ରାଣେ ଠାକୁର
ଜୟ ଜଗନ୍ନାଥରେ ପବିତ୍ର ହେଉ ସଂସାର
ମଙ୍ଗଳ କର ହେ ମଙ୍ଗଳମୟ ଜଗନ୍ନାଥ
ତୁମ ପାଦରେ ଜୀବନ ମୋର ସମର୍ପିତ।
ଭାବ ବନ୍ଧନ ୭୩
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ