ଅଧ୍ୟାୟ ୨୭ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କିଛି ଲୋଡ଼ା ନାହିଁ ହେ କାଳିଆ
ଇଛା ନିର୍ମାଲ୍ୟ ଟିକେ ମିଳିଯାଉ
ଜୀବ ଗଲା ବେଳେ ତୁମରି ନାମ
ରେ ମୋର ଜୁଇ ଜଳୁଥାଉ।
ରାମ ନାମ ହରି ନାମ ଏ କାନରେ
ଗୁଞ୍ଜରିତ ହେଉ ଥାଉ
ତୁମର ରୂପକୁ ମୋର ନୟନରେ
ଶେଷ ଦର୍ଶନ କରୁଥାଉ।
ହିସାବ ଲୋଡ଼ା ନାହିଁ ହେ ଠାକୁର
ପାପ ପୁଣ୍ୟ ସବୁ ତୁମର
କର୍ମର ଫଳ ମାଗୁନି ହେ ଠାକୁର
ପାଦ ତଳେ ଜାଗା ଦିଅ ଈଶ୍ୱର।
ଅଣ ନିଃଶ୍ୱାସୀ ହୋଇ ଗଲି କାଳିଆ
ତୁମ ଦେବା ବୋଝ ବୋହି
ପାରୁନି ଠାକୁର ଆଉ ଏ ବୋଝକୁ
ଅଣ୍ଟା ମୋର ଗଲାଣି ନଇଁ।
ଭାବ ବନ୍ଧନ ୭୪
ସବୁଥିରୁ ମନ ଛାଡ଼ିଗଲାଣି ହେ ନାଥ
ହିସାବ କର ନାହିଁ ଆଉ
ଯଦି ଅଛି କିଛି ପୁଣ୍ୟରେ କାଳିଆ
ପାଦ ତଳେ ରଖ ମହାବାହୁ ।
କୋଳେଇ ନିଅ ହେ ଠାକୁର ତୁମେ
ପରା ଏ ଜୀବନଦାତା
ହୃଦୟର ଠାକୁର ତୁମେ ମୋ ଅନୁଭବ
ରେ ଜଗତ ପିତା।
ଲୋଭ ମୋହ ମାୟା ସ୍ୱୁସାରି ଦିଅ
ଧୀରେ ଧୀରେ
ନିଜର କର ହେ ଠାକୁର ଏତିକି ଗୁହାରି
ତୁମ ପାଦ ପଦ୍ମରେ।
ମିଛ ସଂସାର ରେ ମନ ମରିଯାଏ
କ୍ଷଣ କ୍ଷଣ ହେ ଠାକୁର
ଆଉ ମିଛ ଦରକାର ନାହିଁ ଏଇ ଜୀବନ
ପରା ତୁମର।
ସତ୍ୟ ପଥରେ ଯାତ୍ରୀ କର ତୁମେ
ସତ୍ୟ ଶିବ ସୁନ୍ଦର
ମିଛ ହାଟରେ ସତ୍ୟର ସୌଦା ଏକା
ତୁମେ ହେ ଠାକୁର।
ମିଛର ପରଦା ଖୋଲି ଦିଅ ଏଇ ମନରୁ
ଦିଅ ସତ୍ୟ ଶାନ୍ତିର ଧଳା ଚାଦର
ହସି ହସି କୋଳେଇ ନିଅ ସେପାରିରୁ
ଏ ପାରି ଖେଳ ସାର ମୋର।
ଭାବ ବନ୍ଧନ ୭୫
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ