ଅଧ୍ୟାୟ ୪ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ସଂସାର ନାବର ଜଣେ ପୁରୁଷ ନାଉରୀ
ବାହି ନିଏ ନାବ ଢାଳି କରୁଣାର ବାରି
ଆହୁଲା ମାରଇ ଦୁଃଖ ସୁଖର କାତରେ
ସେହି ଏକ ଯୋଗଜନ୍ମା ପୁରୁଷ ସଂସାରେ।
ପରମ ପୁରୁଷ ଜଣେ ନାରୀଟି ପ୍ରକୃତି
ସଂସାର ନାବ କରୁଣା କରି ସେ ବାହାନ୍ତି
ଜଗତର ନାଥ ପରା ପ୍ରଭୁ ଜଗନ୍ନାଥ
ଏକା ସେ ପୁରୁଷ ଜଣେ ନାରୀ ହିଁ ସମସ୍ତ
ଯେ କେଳି କୁଞ୍ଜବନରେ ନାନାନାରୀ ମେଳେ
ଏବେ ସେ ଦାରୁ ପୁରୁଷ ଏ କଳି ଯୁଗରେ।
ଲୀଳାମୟଙ୍କର ଲୀଳା ଅଟେ ଯେ ଅପାର
ଭାଂଗି ଗଢୁଥାଏ ଏଇ ସଂସାରକୁ ତା'ର।
ସଂସାର ଚଳାନ୍ତି ବୋଲି ସେ ତାଙ୍କ ସଂସାରେ
ସଂସାରର ଭାର ଦେଲେ ପୁରୁଷ କାନ୍ଧରେ
ଭାବ ବନ୍ଧନ ୨୧
ପୁରୁଷ ଆଖିର ଲୁହ ମରେ ଆଖି କୋଣେ
ଧର୍ମର ନିକିତି ଧରିଛନ୍ତି ଜଗା ଜଣେ।
ସଂସାର ନାବରେ ବସି ସେ କଳାନାଉରୀ
ପାଳୁଛନ୍ତି ଜଗତକୁ କରୁଣା ପ୍ରଭୁ ନିଳଗିରି।
ସେ ପରା ଜଗତପିତା ହରି ବାସୁଦେବ
ତାଙ୍କ ବିନା ଏ ସଂସାର ନାବକି ଚାଲିବ ?
ଘେନ ହେ ପ୍ରଣାମ ଏହି ଅବନା ନାରୀର
ଚଳାଅ ସଂସାର ନାବ ହେ କରୁଣା କର।
ଭାବ ବନ୍ଧନ ୨୨
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ