ଅଧ୍ୟାୟ ୩୦ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି କୋଟି ପ୍ରଣତି ହେ ଜଗନ୍ନାଥ
ଭକ୍ତିଫୁଲ ତୁମପାଦେ କଲି ସମର୍ପିତ
ସୁମନ ପରି ଜୀବନ ହେଉ ମହକିତ।
ହେ ରାଧା ମୋହନ!
ବାଜୁ ପ୍ରେମବଂଶୀ ସକାଳୁ ସକାଳୁ
ପ୍ରେମମୟ କର ତୁମରି ସଂସାରକୁ
ମଧୁମୟ କର ତୁମରି ଗଢା ସୃଷ୍ଟିକୁ
କୁମନ ହରି ଯାଉ ମଣିଷ ପାଖରୁ।
ରାଧା ଭାବ ମୋତେ ଦିଅ ହେ ହରି
ତୁମରି ପ୍ରେମରେ ଏଦିନ ଯାଉ ସରି
ମୀରା ର ଭାବ ଦିଅ ହେ ଜଗନ୍ନାଥ
ତୁମ ପାଖେ ରହୁ ଏ ମନ ସମର୍ପିତ।
ଭାବ ବନ୍ଧନ ୮୦
ଗାଏ ଗୀତ ଗୋବିନ୍ଦ ଛାନ୍ଦେ ଭଜନ
ତୁମେ ବସି ଶୁଣୁଥାଅ ପାଖେ ମୋହର
ହୋଇ ପାରିବିନି ମୁଁ ଜୟ ଦେବ ପରି
ତାଙ୍କ ଲେଖାକୁ ଗାଉଥିବି ତୁମକୁ ସ୍ମରି।
ଦାସିଆ ବାଉରୀ ପରି ମୁଁ ଭକତ ନୁହେଁ
ତଥାପି ଭକତ ଭିତରେ ନାଥ ରଖ ହେ
ବନ୍ଧୁ ମହାନ୍ତି ପରି ବନ୍ଧୁ ଟିଏ କରି ଥାଅ
ମୋ ଦୁଃଖ ସୁଖରେ ପାଖେ ଠିଆ ହୁଅ।
କୃଷ୍ଣା ପରି କେବେ ମୁଁ ନୁହଁଇ ନାରୀ
ଇତର ନାରୀର ମାନ ରଖ ହେ ହରି
କୋଟି ବସ୍ତ୍ର ନ ଦେଲ ନାହିଁ ପ୍ରଭୁ ହେ
ଲଜ୍ଜା ରଖି ଥାଅ ସଦା ଏଇ ସଂସାରେ।
ତୁମେ ପରା ନାଥ ହୃଦୟର ଠାକୁର
ଅନ୍ତର୍ଯ୍ୟାମୀ ହେ ବୁଝ ଅନ୍ତର ସଭିଙ୍କର
ଦୁଃଖ ନାଶନ ହେ ଦୁଃଖ ନରହୁ ମନେ
ଜଗନ୍ନାଥ ତୁମ ନାମରେ ଦୁଃଖ ସରେ।
ମଧୁମୟ ହେଇ ଜୀବନ ତୁମ ଦୟାରେ
ମନ ରହି ଥାଉ ତୁମରି ପାଦ ପୟରେ
ଜୟ ଜଗନ୍ନାଥରେ ସର୍ବ ମଙ୍ଗଳ ହେଉ
ଜୟ ଜଗନ୍ନାଥରେ ଦିନ ଆରମ୍ଭ ହେଉ।
ଭାବ ବନ୍ଧନ ୮୧
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ