ଅଧ୍ୟାୟ ୩୧ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ହେ ଜଗନ୍ନାଥ ତୁମେ ପରମ ବ୍ରହ୍ମ
ବୈକୁଣ୍ଠ ବିହାରି ତୁମେ ସନାତନ
ବାସୁଦେବ ତୁମେ ହେ ନାରାୟଣ
ତୁମେ ପରମପିତା ତୁମେ ଦାରୁବ୍ରହ୍ମ ।
ଏକରେ ଅନେକ ରୂପେ ବିଦ୍ୟମାନ
କଳିରେ ହେଲ ଇଛାରେ ଜଗନ୍ନାଥ
ଦାରୁବ୍ରହ୍ମ ରୂପେ ଶ୍ରୀକ୍ଷେତ୍ରେ ବିଦ୍ୟମାନ
ମାନବୀୟ ଲୀଳା କରୁଅଛ ନାରାୟଣ।
ଜଗତର ପାଳନ କର୍ତ୍ତା ସୃଷ୍ଟି କରତା
ହେ ଜଗନ୍ନାଥ ତୁମେ ଭାଗ୍ୟ ବିଧାତା
ବିଲୟ କାରୀ ହେ ଗୋଲାକ ବିହାରୀ
ଜୀବ ପାଳିଥାଅ ତୁମେ ସନ୍ତାନ ପରି।
ଭାବ ବନ୍ଧନ ୮୨
ପାପ ବଢିଲେ ସଂସାରରେ ତୁମେ ଆସ
ଯୁଗେ ଯୁଗେ ମର୍ତ୍ତ୍ୟଲୋକ ଅବତରୀ
ଦଶ ଅବତାର ହେ ଗୋଲକ ବିହାରୀ
କଳିରେ ହାତ ନାହିଁ ଗୋଡ ନାହିଁ ତୁମରି।
ଅନୁଭବର ଠାକୁର ତୁମେ ହେ ଜଗନ୍ନାଥ
ପରମପିତା ଜଗତକର୍ତା ହେ ଆର୍ତ୍ତତ୍ରାଣ
ଦୁଃଖ ନାଶନ ହେ ଜନାର୍ଦ୍ଦନ ଚକାନୟନ
ପତିତ ଉଦ୍ଧାର ପାଇଁ ପୁଣି ପତିତପାବନ।
ଅନ୍ତର ବୁଝ ବୋଲି ତୁମେ ଅନ୍ତର୍ଯ୍ୟାମୀ
ସବୁ ତୁମରି ଅଧିନ ହେ ବୈକୁଣ୍ଠ ବିହାରୀ
କଳା ବଦନକୁ ନାଲି ଅଧରରେ ହସ
ସବୁ ଜାଣି ପୁଣି କଳିରେ ନିରବେ ଅଛ।
ମୌନରେ ରହି ସବୁ ତୁମେ କରୁ ଅଛ
ନଜାଣିଲା ପରି କିଛି ପୁଣି ନୀରବ ରହୁଛ
ଧର୍ମର ନିକିତି ଧରିଅଛ ଅଦୃଶ୍ୟ ହାତରେ
ପାପ ପୁଣ୍ୟର ବିଚାର କରୁଛ ନୀରବରେ
ମନୁଆ ଠାକୁର ମାଗିଲେ ଦେଉନାହଁ କିଛି
ନ ମାଗିଲେ ପୁଣି ଯାଚି ଦେଉଛ ସବୁ କିଛି।
ହୃଦୟର ଠାକୁର ହେ ହୃଦୟ ବୁଝି ଥାଅ
ଭାବକୁ ନିକଟ ଅଭାବରେ ଦୂରେଇ ଯାଅ
ସବୁଠି ଥାଅ ପୁଣି କେଉଁଠି ନାହଁ ତୁମେ
ଖୋଜିଲେ ମିଳେନା ଦର୍ଶନ ଇଛାରେ ମିଳେ ।
ଭାବ ବନ୍ଧନ ୮୩
ଆହେ ଇଛାମୟ ଇଛାରେ ତୁମର ମୁଁ ନାରୀ
କର୍ତ୍ତବ୍ୟ ଡୋରିରେ ବାନ୍ଧିଛ ଗୋଲକ ବିହାରୀ
କିଏ ବା ବୁଝିଛି ଆଜିଯାଏ ତୁମର ଲୀଳାକୁ
ଅନନ୍ତଶୟନ ରେ ରହି ପୁଣି ଜଗିଛ ସଂସାରକୁ।
ଭକତ ପାଇଁ ତୁମେ ପ୍ରଭୁ ଭକତ ବତ୍ସଳ ହରି
ଲୀଳାମୟ ସବୁ ଅଟେ ପରା ଲୀଳା ତୁମରି
ମାୟାରେ ବାନ୍ଧିଛ ଜୀବକୁ ପୁଣି ଧରିଛ ଡୋରି
ରଖ ପାଦ ତଳେ ପ୍ରଭୁ ହେ ବୈକୁଣ୍ଠ ବିହାରୀ
ଶଙ୍ଖ ଚକ୍ର ଗଦା ପଦ୍ମ ତୁମର ଭକତ ଲାଗି ।
ଭକତ ତୁମ ପିତା ମାତା ଭକତ ବନ୍ଧୁ ତୁମରି
ଆହେ ବୈକୁଣ୍ଠ ବିହାରୀ ଦାରୁବ୍ରହ୍ମ ଜଗନ୍ନାଥ
ଶ୍ରୀକ୍ଷେତ୍ରର ମଉଡ଼ମଣି।
ଘେନ କୋଟିକୋଟି ପ୍ରଣାମ
ହେ ପରମାତ୍ମା ଗୋଲକ ବିହାରୀ ।
ଭାବ ବନ୍ଧନ ୮୪
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ