ଅଧ୍ୟାୟ ୩୩ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୃରାରୀ
ହେ ନାଥ ନାରାୟଣ ବାସୁଦେବ
ତୁମ ପାଦ ପଦ୍ମରେ କୋଟି ନମଃ ନମଃ।
ଜଗନ୍ନାଥ ହେ କମଳା ପତି!
ଫେଡ ଫେଡ ନାଥ ସଂସାରର ଦୁର୍ଗତି
ଶୂନ୍ୟ ଠାକୁର ହେ ଆସ ତୁମେ ଶୂନ୍ୟ
ହୃଦୟକୁ ମନର ଦେବତା ହୋଇ
କି ଦେଇ ପୂଜିବି ତୁମକୁ ପ୍ରଭୁ ହେ
ମୋ ପାଖରେ କିଛି ନାହିଁ।
ଲକ୍ଷ୍ମୀ ଯା’ଙ୍କର ଘରଣୀ କି ପାରିବି ଦେଇ
ତୁମରି ଦାନ ଜୀବନ ତୁମ ସେବା ପାଇଁ
ଯୁଆଡ଼େ ଚାହୁଁଛି ଯାହା ସବୁ ଦେଖୁଛି
ସବୁ ତ ତୁମରି ଦାନ ହେ ସାଇଁ।
କି ସୁନ୍ଦର ଆହା ଏଇ ସଂସାର ଗଢିଛ
ଠାକୁର ତୁମେ
ସବୁ ଦେଇଛ ବଞ୍ଚିବା ପାଇଁ ଆଉ କିଛି ମୁଁ ନ ମାଗେ।
ଭାବ ବନ୍ଧନ ୮୭
ଜୀବନ ପାଇଁ ଲୋଡ଼ା ନିଃଶ୍ୱାସ ପ୍ରଶ୍ୱାସ
ସେଥିପାଇଁ ଦେଲ ବାୟୁ
ଶୋଷ କଲେ ଭରିଲ ତିନି ଭାଗ ଜଳ
ଲୋଡ଼ା ନାହିଁ ଆଉ
ଭୋକ କଲେ ଦେଲ ଶସ୍ୟ ଭଣ୍ଡାର ଜୀବ
ବଞ୍ଚିବା ପାଇଁ
ସବୁ ଭରପୂର ତୁମରି ସଂସାରରେ ଆଉ
କିଛି ଲୋଡ଼ା ନାହିଁ।
ଏତିକି ଠାକୁର ତୁମ ଦେବା ମନ କାହିଁକି
ବଦଳି ଯାଏ
ସରଳ ଜୀବନରେ ବିଷପୂର୍ଣ୍ଣ ହୋଇ
ଛଟ୍୍୍ପଟ ହେଉଥାଏ।
ଦିଅ ଠାକୁର ଜୀବନକୁ ସୁନ୍ଦର ଭାବେ ଗଢି
ମନ ରହୁ ତୁମ ପାଶେ ସଦା ହେ ହରି
କମଳାକାନ୍ତ ହେ ସାତ୍ତ୍ୱିକ ଭାନାରେ ଯାଉ
ମନ ମୋ ପୂରି।
ସୁନ୍ଦର ହୃଦୟ ମାଗେ ହେ ଠାକୁର ଆଉ
କିଛି ମାଗୁ ନାହିଁ
ସେଇ ହୃଦୟରୁ ଝରୁଥାଉ ମମତାର ଝର
ସବୁ ମଣିଷ ପାଇଁ ।
ମଙ୍ଗଳମୟ ହେ ମଙ୍ଗଳ କର ତୁମ ଆଶିଷ
ଢାଳି ଦେଇ
ହସୁଥାଉ ତୁମ ସଂସାର ହସୁ ଜୀବନ କ୍ଷଣିକ
ମଣିଷ ପାଇଁ।
ଭାବ ବନ୍ଧନ ୮୮
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ