ଅଧ୍ୟାୟ ୩୪ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଯୁଆଡ଼େ ଚାହୁଁଛି ଦେଖୁଛି ତୁମକୁ
ତୁମେ ତ ସର୍ବବ୍ୟାପ୍ତ
ଜଳରେ ସ୍ଥଳରେ ଆକାଶେ ତୁମେ
କୀଟଠୁ ବ୍ରହ୍ମାଣ୍ଡଯାକ।
ଋତୁରେ ତୁମେ ଋତୁରାଜ ବସନ୍ତ
ମଳୟ ହୋଇ ବୋହି ଯାଅ
ସାଗରେ ତୁମେ ନୀଳ ଉର୍ମି ହୋଇ
କୂଳକୁ ଛୁଇଁ ଥାଅ।
ସକାଳୁ ଦିବାକର ତୁମେ ଜ୍ୟୋତିର୍ମୟ
ପୂର୍ବ ଆକାଶେ ଉଇଁ ଆସ
ସୁନେଲି କୀରଣ ବିଛାଇ ସଂସାରକୁ
କର ଆଲୋକିତ ।
ରଜନୀ ହେଲେ ପୁଣି ତୁମେ ଚନ୍ଦ୍ରମା
ହୋଇ ଦେଖା ଯାଅ
ଶୀତଳ ଜୋଚ୍ଛନାରେ ରୁପାର ଚାଦର
ଧରଣୀକୁ ଘୋଡାଇ ଥାଅ।
ଭାବ ବନ୍ଧନ ୮୯
ମଣିଷର ଚିନ୍ତା ଚେତନା ଭିତରେ ରହି
ବିବେକ ରେ କର୍ମ କରାଅ
ବୃକ୍ଷରେ ଅଶ୍ୱତ୍ଥ ବୃକ୍ଷେ ରହି
ଗ୍ରହ ଖଣ୍ଡନ କରି ଥାଅ।
ଧାତୁ ଭିତରେ ସୁବର୍ଣ୍ଣରେ ରହି
ଚକ ଚକ କରୁଥାଅ
ମଣିଷ ଭିତରେ ନୃପତି ହୋଇ ନ୍ୟାୟର
ବିଚାର କରିଦିଅ।
ପକ୍ଷୀ କାକଳିରେ ତୁମେ ସୁମଧୁର ସ୍ୱର
ହୋଇ ରହି ଥାଅ
ପଶୁ ଭିତରେ ତୁମେ ସିଂହ ହୋଇ ବନର
ରାଜା ହୋଇ ଥାଅ।
ବେଦ ଭିତରେ ସାମ ବେଦ ପୁଣି
ଗୀତା ଭାଗବତ ରାମାୟଣ
ଇନ୍ଦ୍ରିୟ ମଧ୍ୟରେ ତୁମେ ରହିଥାଅ ହୋଇ
ସୁନ୍ଦର ମନ
କେମିତି କହିବି କୁହ କାଳିଆ ସବୁଠି ତ
ତୁମରି ରୂପ।
ଶୟନେ ସପନେ ଅବା ଜାଗରଣରେ
ସବୁଠି ଦେଖୁଛି ତୁମକୁ ନାଥ
ତୁମ ବିନା ଆଉ ଏଇ ଜଗତରେ ଆନ
କେହି ନାହିଁ ତ।
ଭାବ ବନ୍ଧନ ୯୦
ଏକରେ ଅନେକ ତୁମେ ପରମ ପିତା
ହେ ଜନାର୍ଦ୍ଦନ
କି ବର୍ଣ୍ଣନା କରିବି କାଳିଆ କଳିରେ ତୁମେ
ହେଲ ଦାରୁବ୍ରହ୍ମ ।
ଯାହା ସବୁ ଘଟେ ତୁମେ ତ କରୁଛ ଏହାହିଁ
ତୁମର ଇଛା
ଆହେ ଇଛାମୟ ତୁମ ଇଛାକୁ ସମ୍ମାନ କରି
ଲେଖେ ତୁମ କଥା।
ଜୟ ଜଗନ୍ନାଥରେ ଏ ଦିନ ମଙ୍ଗଳ କର ହେ
ଜୟ ଜଗନ୍ନାଥରେ ପଙ୍କରୁ ଜୀବ ଉଦ୍ଧାର
ରାଧା ମାଧବ ହେ!
ଭାବ ବନ୍ଧନ ୯୧
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ