ଅଧ୍ୟାୟ ୩୫ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ହେ ନାଥ
ଜଗନ୍ନାଥ ହେ ତୁମେ ପରମ ବ୍ରହ୍ମ
ଚକା ଚକା ଆଖିରେ ସବୁ ଦେଖୁଛ
ନାଲି ଅଧରରେ ଚାପା ଚାପା ହସୁଛ
ନୀରବରେ ବସି କାହିଁକି ଚାହିଁ ଅଛ ।
ତୁମ ବଂଶୀ କି ବେସୁରା ହୋଇ ଗଲା
ଚନ୍ଦନ ବନେ କି ଆଜି ନିଆଁ ଲାଗିଗଲା
କଦମ୍ବ ଫୁଲ କି ଆଉ ଫୁଟୁ ନାହିଁ ଆଜି
ଯମୁନା ଶୁଖିଗଲା କି ତୁମକୁ ନ ଦେଖି।
ଭଲ ଲାଗୁନାହିଁ କି ରାଧା ନାହିଁ ବୋଲି
ସେଥିପାଇଁ କି ତୁମେ ନୀରବ ରୁହ ଖାଲି
ଗୋଲାପ ବଣଟା କି ହୁତୁହୁତୁ ଜଳିଗଲା
ତୁମ ତୁଳସୀ ଦୟାଣା କି ଝାଉଁଳି ପଡିଲା।
ଭାବ ବନ୍ଧନ ୯୨
କି ପାଇଁ ଚାହିଛ ଖାଲି ନୀରବ ଆଖିରେ
ପାଟି ବୁଜି କଥା କୁହକି ଆଖିରେ ଆଖିରେ
ମୋ ପରି ତୁମେ କି ଭିଜିଛ ଆଖି ଲୁହରେ
ଅନ୍ତର ବେଦନାକୁ ଜାଳୁଛ ହୃଦୟ ଭିତରେ।
ରାଧା ବିନା ତୁମେ ଅଧା ଅଧା ଲାଗ କଳିରେ
ମନେ ମନେ କଥା ହୁଅ କି ରାଧା ସାଙ୍ଗ ରେ
ମାୟାଧର ବଡ଼ ମାୟାବୀ ତୁମେ ସଂସାରରେ
ସେଥିପାଇଁ ମାୟାର ପରଦା ମଣିଷ ମନରେ।
ଆଶାର ସୌଧ ଭୁଷୁଡି ପଡ଼ିଲାଣି ଝଡରେ
ମନ ଭିଜିଗଲାଣି ଠାକୁର ଅଦିନ ମେଘରେ
କରୁଣା ବରଷା ହେଉ ନାଥ ତୁମରି ଦୟାରେ
କଅଁଳି ଉଠୁ ପୁଣି ଜୀବନ ଏଇ ଶରୀରରେ।
ତୁମ ନୀରବତାରେ ଅନେକ କାହାଣୀ ଭରିଛି
ସେ କାହାଣୀରେ ରାଧାରାଧା ଲେଖା ଯାଇଛି
ମୋହନ ବଂଶୀ ବାଜେକି ନୀରବେ ରହି ରହି
ତୁମେ ଶୁଣୁଅଛ କଳିରେ କି ନୀରବ ହୋଇ ।
ହଜିଛ ରାଧା ଭିତରେ ରାଧା ତୁମ ଭିତରେ.
ତେଣୁ ନୀରବରେ କେବଳ ତୁମେ ଚାହିଁଛ
ନୀରବତା ଭିତରେ ତୁମର ଅତିତ ଖୋଜୁଛ
ତୁମ ପରି ଭାବୁଛି ମୁଁ ସବୁଦିନ ନିରବି ଯିବି
ନୀରବତା ଭିତରେ ମୋ ସ୍ମୃତିକୁ ଖୋଜିବି।
ଭାବ ବନ୍ଧନ ୯୩
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ