ଅଧ୍ୟାୟ ୩୬ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ସକାଳୁ ସଞ୍ଜ ଥରେ ନ ଦେଖିଲେ
କଳାବଦନକୁ
କାହିଁକି ଭଲ ଲାଗେନା ଜମା
ଏଇ ମୋ ମନକୁ।
କଳା ବଦନକୁ ଚାହିଁ ଦେଲେ ଥରେ
ହୃଦୟରୁ ଭକତି ଫୁଲ ଝରେ
ତୁଳସୀ ବାସରେ ମନରେ ମହକ ଭରେ।
କଳା ବଦନର ରଙ୍ଗ ଅଧରର ସେ
ମନ କିଣା ହସ
ସେ ହସ ଦେଖିବାକୁ ପାଗଳ ମନ
ସକାଳୁ ସଞ୍ଜ।
ରାତି ପାହିଲେ କର୍ମମୟ ଜୀବନର
ଆରମ୍ଭ ହୁଏ
ରାତି ଆସିଗଲେ ଜଞ୍ଜାଳ ଜୀବନରୁ
ମୁକତି ପାଏ।
ଭାବ ବନ୍ଧନ ୯୪
କାଳିଆ ନାମକୁ ଭଜି ଭଜି ଏ ଦିନ
ସବୁ ସରିଯାଏ
ମନେ ଅବସୋସ କଳାବଦନ ଚାହିଁ
ମେଣ୍ଟିଯାଏ।
ପରମ ଶାନ୍ତି ଜୀବ ପାଇଥାଏ ସେଇ
ନାମ ଯିଏ ଭଜିଥାଏ
ଅପରୂପ କାନ୍ତିରେ ଆଖି ଲାଖି
ରହି ଯାଇଥାଏ।
ଲୋଡ଼ା ନାହିଁ ଆଉ କିଛି ଜୀବନରେ
ଏତିକି ମାଗୁଣି ମୋର
ଶେଷ ଯାତ୍ରାରେ ଦେଖା ଯାଉ ମୋତେ
ସେଇ କଳାବଦନ।
ଭାବ ବନ୍ଧନ ୯୫
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ