ଅଧ୍ୟାୟ ୩୭ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କଳା ଠାକୁର ହେ ତୁମେ ଯେବେ ଆସ
ସକାଳୁ ସକାଳୁ ଆଖି ପଲକକୁ
ମନ ଅଗଣାରେ ତୁଳସୀ ତୁଳସୀ ବାସ
ଦେଖି ତୁମର ଦିବ୍ୟ ରୂପକୁ।
ନୂଆ ଆଶା ମନେ ସଞ୍ଚାରିତ ହୋଇ କ୍ଲାନ୍ତି
ଅବସୋସ ଯାଏ ଦୂରେଇ
ତୁମ ମହାମନ୍ତ୍ର ତୁଣ୍ଡରେ ନେଲେ ସକାଳୁ
ସକାଳୁ ତନ ମନ ଯାଏ ପବିତ୍ର ହୋଇ।
ଆସ ନାଥ ଏମିତି ହୃଦୟ ସିଂହାସନକୁ
ତୁଳସୀର ବାସ ଭରି ଦେଇ
ମନ ଅଗଣା ହୋଇ ଯାଉ ଯମୁନାକୂଳ ହେ
ବାଜୁ ଥାଉ ମଧୁର ବଂଶୀ ରହି ରହି।
ଦିବ୍ୟ ପୁରୁଷ ହେ ଆସ ଦିବ୍ୟ ଭାବନାରେ
ଆଖି ପଲକରେ ତୁମେ ଥାଅ ରହି
ଆନ କିଛି ନ ଦିଶୁ ଆଉ ତୁମ ଚକାନୟନ
ଦିବାନିଶି ଦେଖୁ ଥାଇ।
ଭାବ ବନ୍ଧନ ୯୬
ଫିଟିଯାଉ ମନୁ ମାୟାର ଶିକୁଳି ହଟି ଯାଉ
ଏଇ ଆଖିରୁ ମାୟାର ପରଦା
ତୁମ ଭାବନା ଆସୁଥାଉ ମନେ ଏମିତି ତୁମ
ସାଥେ ରଜ୍ଜୁ ମୋର ଭିଡି ଧରି ଥାଆ।
ମନ ହେଉ ବୃନ୍ଦାବନ ମୋର ହୃଦୟ ହେଉ
ପ୍ରେମର ଯମୁନା କୂଳ
ରାସ ବିହାରୀ ହେ ରାସ କରୁ ଥାଅ ନିତି ମନ
କଦମ୍ବ ମୂଳରେ ସକାଳୁ ସଞ୍ଜ।
ରାଧା କି ମୀରା ନୁହେଁ ପ୍ରଭୁ ତଥାପି ଡାକେ
ନିତି ହୃଦୟ କନ୍ଦରକୁ ଆସ
ତୁମେ ଯେବେ ଆସ ମନର ବଂଶୀ ବାଜୁଥାଏ
ନେଇ ରାଧା ଭାବ
ମୋ ହୃଦୟ ହୋଇ ଯାଉ କୁଞ୍ଜବନ ଦେଖୁଥାଏ
ରାଧା କୃଷ୍ଣ ଯୁଗଳ ମୂର୍ତ୍ତି ସାରା ଦିନ।
ତୁମ ପ୍ରେମ ଡୋରିରେ ଟାଣି ହୋଇ ଯାଏ ପ୍ରଭୁ
ସବୁ ଡୋରି ଯାଉ ଛିଣ୍ଡି
ହୃଦୟରେ ବୋହି ଯାଉ ଶାନ୍ତିର ଗଙ୍ଗା ନାଥ ହେ
ଦୂର ହେଉ ମନୁ ଯେତେ ଭ୍ରାନ୍ତି।
ତୁମ ନାମରେ ମଧୁମୟ ହେଉ
ଏଇ ସଂସାରହେ ମଧୁସୁଦନ..!
ସମର୍ପିତ ନାଥ ତୁମ
ପାଦପଦ୍ମରେ ସକାଳୁ କୋଟି
କୋଟି ପ୍ରଣାମ ।
ଭାବ ବନ୍ଧନ ୯୭
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ