ଅଧ୍ୟାୟ ୩୮ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଆହେ ଗୋଲକ ବିହାରୀ ଦୟାର
ସାଗର ହରି
ତୁମ ଦୟାରେ ଏ ଦିନ ଯାଉ ପ୍ରଭୁ
ମୋର ସରି।
ଭଙ୍ଗା ମନରେ କେତେ ଯେ ସପନ
ଦେଖିବି ଆଉ
ସୁନା ଜୀବନ ଚୂନା ହେଲା ତୁମେ
ପ୍ରଭୁ ଥାଉ ଥାଉ।
ନାରୀ ଜନମ କଷଣ ଏତେ ତୁମେ
କାହିଁକି ଭରିଦେଲ
ସମୟ ସରିଯାଏ ସିନା ସରୁ ନାହିଁ
ଏ ସଂସାର ଖେଳ।
ଧୈର୍ଯ୍ୟର ପଣତ ଚିରି ଚିରି ଆସେ
ହୃଦୟ କାନ୍ଥରୁ ମୋର
ପାଞ୍ଚାଳୀ ପରି କୋଟି ବସ୍ତ୍ର ପ୍ରଭୁ ହେ
ଲଜ୍ଜା ନିବାରଣ କର ।
ଭାବ ବନ୍ଧନ ୯୮
ଅହଲ୍ୟା ପରି ପାଲଟିଲିଣି ପାଷାଣି
ଛୁଇଁ ଦେଇ ଜୀବ ଦାନ କର
କୁବୁଜା ପରି ନିତି ଘୋରୁଛି ଚନ୍ଦନ
ତଥାପି ସରୁନି ଦୁଃଖ ମୋର।
ଶବରୀର ପ୍ରତୀକ୍ଷା କରିଛି ପ୍ରଭୁ ହେ
ବହୁ ଦିନରୁ
ଆସ କୁଟୀରକୁ ତୁମ ଦର୍ଶନ ଦେଇ
ମୋକ୍ଷ କର ଆତ୍ମାକୁ।
ତୁମେ ଦୟାର ସାଗର ବୋଲି ଆସ
ଭକତ ଦୁଃଖରେ ଅବତରି
ଯିଏ ଯାହା ଚାହେଁ ଅଚିରେ ପୂରାଇ
ଚଳାଅ ସଂସାର ତରୀ।
ଭାସି ଯାଏ ଜୀବନ ତରୀ ମହୋଦଧି
ରେ ତୁମକୁ ସ୍ମରି
ପତିତପାବନ ପତିତ ଉଦ୍ଧାର ବୋଲି
ସଂସାରେ ପଡୁଛି ହୁରି।
ଆଜି ଡାକୁଛି ବହୁଦୂରେ ତୁମକୁ ପ୍ରଭୁ
ଚକ୍ରବ୍ୟୁହରେ ପଡ଼ି
କପଟ ପେଶାରେ ପ୍ରଭୁ ହେ ନୀରିହ
ନାରୀ ଗଲି ବଳି ପଡି।
ଜୟ ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରି
ଦୟାକର ଆର୍ତ୍ତତ୍ରାଣ ଶ୍ରୀହରି
ତୁମରି କରୁଣା ଜଳରେ ଦିଅ ଜୀବକୁ
ବିପଦରୁ ଉଦ୍ଧାର କରି ହେ ଚକ୍ରପାଣି ।
ଭାବ ବନ୍ଧନ ୯୯
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ