ଅଧ୍ୟାୟ ୩୯ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ସକାଳ ପ୍ରଣତି ଘେନ ହେ ଜଗନ୍ନାଥ
ମନ ରହୁ ସଦା ତୁମ ପାଖେ ସମର୍ପିତ ।
ସୁଖ ନିଦ୍ରା ଭାଙ୍ଗି ଗଲା ପରେ ଦୁଃଖର
ଚାଦର ମନକୁ ବଢେ
ମଇଳା ଚାଦର କାଢିବା ପାଇଁ ତୁମକୁ
ପ୍ରଭୁ ହେ ସ୍ମରଣ କରେ
ଦରଜ ମନେ ପରା ତୁମେ ଶାନ୍ତିର ମଲମ
ଭଙ୍ଗା ହୃଦୟେରେ ତୁମେ ଦୃଢ଼ ପ୍ରାଚୀର।
ଆଖି ଖୋଲୁ ଖୋଲୁ ତୁମେ ଆସ ହେପ୍ରଭୁ
ତୁମ ଦିବ୍ୟ ରୂପରେ କଟିଯାଉ ବିପଦ ସବୁ
ଗଢି ଦିଅ ନାଥ ହେ ମନରେ ଶକ୍ତ ପ୍ରାଚୀର
କେବେ କାହାପାଇଁ ମନ ନ ଭାଙ୍ଗୁ କାହାର।
ଯନ୍ତ୍ରଣାର ଜଉ ଘରେ ଏଠି ଜଳୁଛି ଜୀବନ
ତୁମେ ପରା ନାଥହେ ଶାନ୍ତିର ଅଗରୁ ଚନ୍ଦନ
ଆସ ମହକ ଭରି ହୃଦୟକୁ ସକାଳୁ ସକାଳୁ
ଭାବ ବନ୍ଧନ ୧୦୦
ତୁମ ସ୍ମରଣ ଭଜନରେ ସାରା ଦିନ କଟିଯାଉ।
ତୁମ ସ୍ମରଣରେ ଦିନ ଶୁଭମୟ ହୋଇଯାଉ
ହେ କମଳାପତି ତୁମେତ ସବୁ ସୁଖ ସମ୍ପତ୍ତି
ଆଉ କି ସୁଖ ଲୋଡ଼ା ମୋର ପ୍ରଭୁ ହେ
ତୁମେ ପାଖେ ଥିଲେ ଆପେ ସବୁ ଅଜାଡି ହୁଏ।
ଆସୁଥାଅ ଏମିତି ସକାଳୁ ସକାଳୁ ହୃଦୟକୁ
ଶାନ୍ତିର ଗଙ୍ଗା ହୋଇ
ଦିନ ଖୁସିରେ କଟିଯାଉ ତୁମରି ନାମକୁ ନେଇ
ଅଳିଆ ଗଦାରୁ ମନ ଆସି
ପଦ୍ମ ପୋଖରୀରେ ବୁଡି ଯାଉ
ତୁମ ପାଦତଳେ ରହୁ ଏ ମନ ପଦ୍ମ ଫୁଲପରି
ପବିତ୍ର ହୋଇ ରହୁ।
ହୃଦୟରେ ଅସୀମ ଶାନ୍ତି ତୁମ ଆଶିଷରେ
ଭରି ଯାଉ ଏମଣିଷ ଜନ୍ମ
ତୁମକୁ ପାଇ ଧନ୍ୟ ହୋଇ ଯାଉ
ପାପ ପଙ୍କରୁ ଉଦ୍ଧାର ନାଥ ଅସହ୍ୟ ଜୀବନ
ତୁମ ନାମରେ ହେଉ କୋଟି ପୁଣ୍ୟ ଭାଗ୍ୟର।
ଲକ୍ଷ୍ମୀପତି ହେ ବାରେ ଘେନ ମୋର ମିନତି
ଦିଅ ତୁମେ ଏମିତି ଗହଣା ମୋର ଗଳାରେ
ଶୋଭା ପାଉ ସତ୍ୟ ଶାନ୍ତି ଆଉ ପ୍ରେମରେ
ଈର୍ଷା କାମନା ବାସନା ଗର୍ବ ଅହଙ୍କାର
ଯାଉ ଅନେକ ଦୂରେ
ମହାପ୍ରଭୁ ହେ ନାରୀ ଜନ୍ମ ମୋ ସାର୍ଥକ ହେଉ
ବାନ୍ଧି ଦିଅ କର୍ତ୍ତବ୍ୟ ଡୋରିରେ।
ଜୟ ଜଗନ୍ନାଥରେ ଦିନ ଶୁଭମୟ ହୋଇ ଯାଉ
ଜୟ ଜଗନ୍ନାଥରେ ସର୍ବ ମଙ୍ଗଳ ହେଉ ଥାଉ।
ଭାବ ବନ୍ଧନ ୧୦୧
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ