ଅଧ୍ୟାୟ ୪୦ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଭାବରେ ବାନ୍ଧ ହେ ଜଗନ୍ନାଥ
ତୁମରି ଅଭାବେ ହୋଇଲି ଅନ୍ଧ
ଗୋବିନ୍ଦ ଗୋବିନ୍ଦ ହେ ଗୋବିନ୍ଦ
ତୁମ ଭାବନାରେ ଏମନକୁ ବାନ୍ଧ।
ଆତ୍ମା ପଞ୍ଜୁରୀରେ ମାୟାର ଶିକୁଳି
ଛଟପଟ ଆତ୍ମା ପକ୍ଷୀ ନ ବାହାରି
ଓଲଟ ବୃକ୍ଷରେ ଲୋଟଣୀ ପାରା
ଖେଳୁଛି ଦୋଳି ଏ ଜୀବନ ପରା।
ଛିଡ଼ି ଯିବ ଦୋଳି ଖେଳ ସରିଯିବ
ମନ ପକ୍ଷୀ ପରମାତ୍ମାକୁ ଖୋଜିବ
ଉଡ଼ି ଉଡ଼ି ଯିବ ପରା ଶୂନ୍ୟକୁ ଗୁଡ଼ି
ଗୁଡି ଛିଣ୍ଡି ଗଲେ ଯିବୁ ତଳେ ପଡି।
ଭାବର ଠାକୁର ହେ କଳା ଠାକୁର
ତୁମ କଳା ରେ ମିଶୁ ଜୀବନ ରଙ୍ଗ
ସବୁରଙ୍ଗ ମିଶିଯାଉ ତୁମଠି ନାଥ
ଘନ କଳା ବୋଳି ହେଉ ଏ ମନ।
ଭାବ ବନ୍ଧନ ୧୦୨
ମାୟାର ଶିକୁଳି ଖୋଲ ମାୟାଧର
ଭାବ ବନ୍ଧନରେ ବାନ୍ଧ ଚକାନୟନ
ହଜିଯାଏ ଭିଜି ଯାଏ ତୁମ ପାଖରେ
ମନ ବନ୍ଧା ପଡୁ ଛନ୍ଦା ଚରଣରେ।
ଲୋଡ଼ା ନାହିଁ କାହାଠାରେ ତ ଭାବ
ତୁମ ଭାବରେ ମନ ହେଉ ଆନନ୍ଦ
ଆନନ୍ଦମୟ ସେଭଳି ଦିଅ ଆନନ୍ଦ
ତୁମ ଆଖିରେ ବାନ୍ଧି ଦିଅ ଜୀବନ।
ସରିଯାଉ ଦିନ ତୁମ ଭାବନାରେ
ସକାଳ ଯାଇ ହେଉ ଦୟାରେ ସଞ୍ଜ
ଗୋବିନ୍ଦ ଗୋବିନ୍ଦ ହେ ଗୋବିନ୍ଦ
ତୁମ ନାମରେ ଝରୁଥାଉ ମକରନ୍ଦ ।
ସେ ମକରନ୍ଦ ପାନ କରି କରି
ଭବୁ ତରିଲେ ବ୍ରଜ ନାରୀ ।
ଭାବ ବନ୍ଧନ ୧୦୩
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ