ଅଧ୍ୟାୟ ୪୨ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କଳା ସାଆନ୍ତ ଟିକେ ଦୁଃଖ ଶୁଣନ୍ତ
ତୁମେ ଥାଉ ଥାଉ ମୁଁ ହେଲି ଅନାଥ
ତୁମେ ଦାନି ପରା ମୁଁ ଭିକାରୀ ଜଣେ
ହାତ ପାତେ ନିତି ତୁମରି ଛାମୁରେ।
ଶୁଣିକି ଅଶୁଣା କାହିଁକି ହେ ନାଥ
ରହିଗଲା କି ଅଜଣାତେ କିଛି ଦୋଷ
ଜାଣି ଶୁଣି ଅପରାଧ କରିନି ନାଥ
କ୍ଷମା କର ତୁମେ ବଡ଼ ପଣରେ ନାଥ।
ମଣିଷ ଜନ୍ମ ଦେଇ କଲ ହନ୍ତସନ୍ତେ
ବଳୁ ବେଳକୁ ଦୁଃଖ ହୁଏ ଅପ୍ରମିତ
ଭୁଜତଳେ ରଖ କାଳିଆ ସାଆନ୍ତ।
ମନ ହେଲାଣି ଭାରାକ୍ରାନ୍ତ ହେ ନାଥ
ବୋହି ପାରୁନି ଏଇ ସଂସାର ବୋଝ
ଗୁହାରି ଶୁଣ ମଣିମା ଦୟା କରି ତ
ବୋଝ ସହୁନି ନାବ ଭାରି ହେଲା ତ
କଳା ନାଉରୀହେ ପାରି କରତ।
ଭାବ ବନ୍ଧନ ୧୦୬
ଆହୁଲା କେତେ ମାରିବି ହେନାଥ
ମନ ହେଲାଣି ଭୟରେ ବିଚଳିତ
ରହୁ ତୁମରି ଶ୍ରୀଚରଣ ତଳେ ମନ
ଅବସ ହାତରେ ଲେଖୁଛି ଭଜନ।
ହେ କଳାସାହାନ୍ତ ଥରେ ଚାହିଁ ଦିଅତ
ଦିବ୍ୟ ଦରଶନ ଥରେ ମିଳି ଯାଉ ତ
ସମର୍ପିତ ଏଇ ମନ ତୁମଠି ସମର୍ପିତ
ତୁମ ହାତରେ ଧରିଛ ସଂସାର ଚକ।
ତୁମେ ଚାହିଁଲେ କି ନ ହେବ ନାଥ
ତୁମେ ପରା ଅଟ ଏ ଜଗତର ନାଥ
ତୁମେ ପିତା ମାତା ବନ୍ଧୁ ସହୋଦର
ତୁମେ ପରା ନିଜଠୁ ଆହୁରି ନିଜର।
ତୁମ ପରି କେହି ନାହିଁ ହେ ଠାକୁର
ତୁମେ ଆସ ଶାନ୍ତିର ମଳୟ ଦେଇ
ତୁମେ ଆସ ହୃଦୟେ ଚନ୍ଦନ ହୋଇ
ଆସ ଦରଜ ମନେ ଔଷଧ ହୋଇ।
ଆସ ନିଶବ୍ଦ ହଦୟେ ସ୍ପନ୍ଦନ ହୋଇ
ଯିଏ ଯାହା ଚାହିଁଥାଏ ପାଏନି ତାହା
ଭାଗ୍ୟର ଲେଖନୀ ଧରିଛ ଚଉବାହା।
ଭାଗ୍ୟର ଫଳ ପରା ତୁମରି ହାତରେ
ଲେଖିଛ କେମିତି ଜାଣ ତୁମେ ଠାକୁରେ
ତୁମ ଇଛାରେ ଚାଳିତ ମୁଁ ନାରୀ ଜଣେ
ତୁମ ଇଛାକୁ ହୃଦୟରୁ ସମ୍ମାନ କରେ।
ଭାବ ବନ୍ଧନ ୧୦୭
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ