ଅଧ୍ୟାୟ ୪୩ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ହେ ନାଥ
ମନ ତୁମ ପାଦରେ ସମର୍ପିତ।
ସକାଳର ସୁରୁଜ ମୂରୁଜ ବୁଣି
ତୁମେ ଆସ ପ୍ରଭୁହେ ଅବତରି
ଫୁଲସ୍ୱୁ ହସୁଥାଉ ଖିଲି ଖିଲି
ସମୀର ଆସୁ ଛୁଇଁ ଥିରି ଥିରି ।
କାକଳିମାର ମୃଦୁ ଗୁଞ୍ଜନରେ
ନିଦ ଫେରି ଯାଉ ଧୀରେଧୀରେ
ହସୁ ଦୁନିଆ ହସୁ ଏଇ ଜୀବନ
ଏହି ମାଗୁଣି କଲି ଚକାନୟନ।
ଆଖି ଖୋଲି ଦେଲେ ତୁମ ଆସ
ପଦ୍ମ ପୟରରେ ମନ ସମର୍ପିତ
ଆତ୍ମା ଆଉ ପରମାତ୍ମାର ଭେଟ
ହେଉ ଥାଉ ଏ ସକାଳରୁ ସଞ୍ଜ।
ଭାବ ବନ୍ଧନ ୧୦୮
ଜୀବନ ଲାଗିଲାଣି ଭାରି କ୍ରାନ୍ତ
ଜଞ୍ଜାଳରେ ଥକି ଗଲା ଜୀବନ
ବାଉଳା ହେଲା ପଞ୍ଜୁରୀର ପକ୍ଷୀ
ସଂସାରେ ହତାଶା ଭାବ ଦେଖି ।
ବୁଦ୍ଧି ହଜିଲା ମାୟା ବନ୍ଧନରେ
ପରିଚୟ ଭୁଲି ଗଲିଣି ଅଚିରେ
ସମୟ ସ୍ରୋତରେ ମୁଁ ପତ୍ରଟିଏ
ଅସହାୟ ଭାବରେ ଭାସୁ ଥାଏ ।
କୂଳ ଜାଣେନା ନିଅ କୂଳକୁ ପ୍ରଭୁ
ଭାସୁଛି ମଝି ନଈ ଭଉଁରୀ ପାଖକୁ
ଜୀବନ ଗଣିତ ଛିଣ୍ଡୁନି ଜମା ନାଥ
କଷିକଷି ଗଣିତ ଥକିଗଲା ପ୍ରାଣ।
ଭାଗଶେଷ ଶୂନ କରିଦିଅ ଠାକୁର
ଆଉ ପାରୁନି କରି ମୁଁ ଏଇ ହରଣ
ଶାନ୍ତିର ଗଙ୍ଗା ହୋଇ ଆସ ହେନାଥ
କାମନା ବାସନାର କରିଦିଅ ଶେଷ।
ତୁଳସୀପତ୍ର ହେଉ ଶାନ୍ତିର ଔଷଧି
ମନ ହେଇ ଯାଉ ପବିତ୍ର ମହୋଦଧି
ଓଁକାର ଧ୍ୱନି ଗୁଞ୍ଜରିତ ହେଉ କର୍ଣ୍ଣେ
ସମର୍ପିତ ମନ ତୁମ ଛନ୍ଦା ଚରଣରେ।
ଭାବ ବନ୍ଧନ ୧୦୯
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ