ଅଧ୍ୟାୟ ୪୪ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଦୀପଟିଏ ମୋତେ କରି ଦିଅ ପ୍ରଭୁ
ତୁମ ଆଗେ ନିତି ଜଳୁଥିବ ।
ଜଳି ଜଳି ପ୍ରଭୁ ତୁମ ପାଇଁ
ଏ ଜୀବନଟା ସାରି ଦେବିି।
ଦୀପଟିଏ ମୋତେ କର ମହାପ୍ରଭୁ
ଶୁଭ ମନାସିବି ଜଗତ ଜନର
ମହତ ଭାବନା ରହିଥିବ ମନେ
ନିଜ ତଳେ ପଛେ ରହିଯାଉ ଅନ୍ଧାର।
ଦୀପଟିଏ ମୋତେ କର ହେ ମହାପ୍ରଭୁ
ସଳିତାଟିଏ ହୋଇ ଜଳି ଜଳି ଯିବି
ଜଳିବାରେ କେତେ ଯେ ଆନନ୍ଦ
ହସି ହସି କହୁ ଥିବି।
ଭାବ ବନ୍ଧନ ୧୧୦
ଦୀପଟିଏ ମୋତେ କର ହେ ଠାକୁର
ନିତି ଜଳୁ ଥାଏ ତୁମ ଆଗରେ
ଏ ଜଳିବା ଠାରୁ ସେ ଜଳିବା ପ୍ରଭୁ ହେ
ବାଧେ ପୁଣ୍ୟ ଏଇ ସଂସାରରେ।
ଦୀପଟିଏ ମୋତେ କର ମହାବାହୁ
ମୋ ଅବସୋସ ସରି ଯାଉ
ଦୁଃଖ ସରି ଯାଇ ପୁଣ୍ୟର ଥଳି
ଏ ଜୀବନର ଭରି ଯାଉ।
ମାଟି ଦୀପ ଟିଏ ମାଟିରେ ମିଶିବ
ନାହିଁ ମୋ ମନରେ ଦୁଃଖ
ସବୁଠୁ ଆନନ୍ଦ ଦିବ୍ୟ ଜ୍ୟୋତି
ଆଗେ ଜଳିବ କ୍ଷୁଦ୍ର ଦୀପ।
ଦୀପଟିଏ ମୋତେ କର ମହାପ୍ରଭୁ
ତୁମ ଆଗେ ରହିଥାଏ ତୁମ ଆଗେ ରହି ତୁମ
ଚକା ଆଖିକୁ ନିତି ଦେଖୁଥାଏ।
ମାଟି ଦୀପଟିଏ କି ସ୍ୱପ୍ନ ମୋ ଅଛି
ନାହିଁ ମୋର ପ୍ରଭୁ କିଛି
ଦୁଃଖୀ ଜୀବନରେ ତୁମ ଆଗେ ଜଳି
ଶେଷ ହେବାରେ ବହୁ ଖୁସି।
ଏ ଜୀବନ ପ୍ରଦୀପ ଜଳୁ ଥାଉ ପ୍ରଭୁ
ତୁମ ଆଗେ ମାଟି ଦୀପଟିଏ ହୋଇ
ମାଟିର ମଣିଷ ମାଟିରେ ମିଶିବି
ଦୀପଟିଏ ଆଖ୍ୟା ପାଇ।
ଭାବ ବନ୍ଧନ ୧୧୧
ଜୁଇ ଜଳିଲେ ଶେଷ ଜୀବନ ପରା ପାଉଁଶ ମୁଠାଏ
ଦୀପ ଲିଭିଗଲେ ପୋଡ଼ା ସଳିତା
ଘିଅର ବାସ୍ନା ଦେଇଥାଏ।
ଏମିତି ପାଉଁଶ ସେମିତି ପାଉଁଶ
ହୋଇଯିବି ନିଶ୍ଚିତ
ଦୀପର ପାଉଁଶ ପୁଣ୍ୟ ପଥରେ
ହେଉ ପଥ ପ୍ରଦର୍ଶକ..।
ଦିବ୍ୟ ଆତ୍ମା ହୋଇ ତୁମ ପାଖେ ମିଶିଯିବି
ଦୀପଟିଏ ବୋଲି ପ୍ରଭୁ ଆଗେ ଜଳି ଖୁସି ସାଉଁଟିବି।
ଦୀପଟିଏ କର ହେ ଠାକୁର ଏତିକି ମିନତି ମୋର
ଜଳି ଜଳି ସକାଳୁ ସକାଳୁ ସଞ୍ଜ ତୁମ
ପାଖେ ମନ ଶାନ୍ତି ପାଉ ମୋର।
ଭାବ ବନ୍ଧନ ୧୧୨
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ