ଅଧ୍ୟାୟ ୪୫ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ବାଜୁନି ବଂଶୀ ଆଉ ଯମୁନା କୂଳରେ
ନାହିଁ ଆଉ କେଳି ସେ କୁଞ୍ଜ ବନରେ
ଦାରୁବ୍ରହ୍ମ ରୂପ ନେଲ କଳି ଯୁଗରେ
ମାନବୀୟ ଲୀଳା ପ୍ରକାଶିଲ ଠାକୁରେ।
ତୁମ କଳା ବଦନକୁ ଚାହିଁ ଦେଲେ ଥରେ
କିଛି କୁହନି ମୃଦୁ ହସ ଥାଏ ଅଧରରେ
କାହିଁକି ନୀରବ କଳିରେ କୁହ ଠାକୁର
ଅନୁଭବରେ କେବଳ ତୁମେ ରହିପାର।
ଭଙ୍ଗାଗଢା ତୁମ କାମ ବୋଲି ସଂସାରେ
ଚୁନାଚୁନା କରିଦିଅ ଭାଂଗି ମନ ଏଠାରେ
ନାହିଁ ସତ ଆଖିକୁ ଦିଶେ ଲକ୍ଷେ ସପନ
ସପନ ଫେରିଲେ ଆଖିରୁ କ୍ଷତାକ୍ତ ମନ।
ସମର୍ପି ଦେଲି ତୁମକୁ ତୁମ ଦେବା ଜୀବନ
ମଧୁର ମଧୁର ତୁମେ ମଧୁର ହେ ମଧୁସୂଦନ
ମଧୁ ଝରେ ଦେଖିଲେ ତୁମରି ଓଠର ହସ
ଭାବ ବନ୍ଧନ ୧୧୩
ମଧୁର ବଂଶୀ ସିନା ବାଜୁନି କଳି ଯୁଗରେ
ସେ ପାଇଁ ନାଥ ମଧୁ ଝରେ ତୁମ ନାମରେ।
ସକାଳୁ ସକାଳୁ ନେଲେ ତୁମ ପବିତ୍ର ନାମ
ସମାପନ ହୁଏ ସବୁ ଯେତେ ଅଧୁରା କାମ
ତୁଳସୀ ତୁଳସୀ ବାସ ହୁଏ ମନ ଅଗଣାରେ
କି ଅମୃତ ଅଛି ହରି ହେ ତୁମରି ନାମରେ।
ସବୁ ଭୁଲି ଯାଏ ମନ ତୁମରି ନାମକୁ ନେଇ
ମିଛ ସଂସାରେ ସତ ବାଟକୁ ପାଇବା ପାଇଁ
କେହି ବୁଝିପାରି ନାହିଁ ତୁମରି ଏ ରହସ୍ୟକୁ
ଲୀଳାମୟ ହେ ଶିକ୍ଷା ଦେଉଛ ସଂସାରକୁ।
ପୁଣ୍ୟର ପଥ ଅଟ କେବଳ ତୁମେ ଜଗନ୍ନାଥ
ମିଛମିଛ ଯାହା ଦିଶେ ଆଖିରେ ସକାଳୁ ସଞ୍ଜ
ମିଛ ଧନ ସମ୍ପତି ମିଛ ସମ୍ପର୍କ ମିଛ ଏ ଜୀବନ
ସବୁ ମିଛରେ ଗୋଟିଏ ସତ ମୋ କଳା ଚାନ୍ଦ।
ଉଇଁଲେ ମନ ଆକାଶେ ଜୀବନ ଆଲୋକିତ
ମନଯମୁନା କୂଳେ ବଂଶୀ ରହିରହି ବାଜେତ
ହୃଦୟ କୁଞ୍ଜବନରେ ଫୁଟେ ଶତଶତ କଦମ୍ବ
ମନ ଯମୁନା କୂଳ ହୋଇ ଯାଏ ଗୋପପୁର।
କେବଳ ନେଲେ ତୁମ ନାମ ସକାଳୁ ସକାଳୁ
କୃପା ବୃଷ୍ଟିକର ଦିନ ସାରା ହେ ଦୀନ ଦୟାଳୁ
ଜୟ ଜଗନ୍ନାଥରେ ସର୍ବ ଗ୍ରହ ଖଣ୍ଡନ ହେଉ
ଶୁଭ ଶଙ୍ଖଧ୍ୱନିରେ ସଂସାରର ମଙ୍ଗଳ ହେଉ।
ଭାବ ବନ୍ଧନ ୧୧୪
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ