ଅଧ୍ୟାୟ ୬ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ତୁମ ସ୍ୱରୂପ କିଏ ଜାଣି ନାହିଁ ସଂସାରେ
ନାହିଁ ରୂପ ଏଇ କଳି ଯୁଗରେ
ନୀଳମାଧବ ହେ ଭାସିଭାସି ଆସି ରହି
ଗଲ ନୀଳ ଦରିଆ କୂଳ ନୀଳକନ୍ଦରେ
ଅନୁଭବର ଠାକୁର ଅଛ ଅନୁଭବରେ
ଅତ୍ର ତତ୍ର ସବୁଠି ପୁଣି ଜୀବ ଭିତରେ।
ଦେହରେ ଆତ୍ମା ଶ୍ରୀହରି ଜୀବନ ତୁମେ
ନାହିଁ ସ୍ୱରୂପ ନିରାକାର ଅଣାକାର ହେ
ଠଣଦେବତା ମହିରେ
ହାତ ନାହିଁ ଗୋଡ ନାହିଁ ଗଢା ହୋଇଲ
କଳା କଳା ମୁହଁରେ ।
ମନୁଆ ଠାକୁର ହେ ତୁମ ଇଛାରେ ଗଢା ହେଲ ଏଇ ରୂପରେ
ଘନ କାଳିଆ ମୁହଁରେ ନାଲି ଅଧରରେ
ମୃଦୁ ମୃଦୁ ହସ ହେ କଳା ଠାକୁର ।
ମୋହିଲ ସେ ହସରେ ଜଗତ ଜଗନ୍ନାଥ
ଆସିପାର କୋଷ କୋଷ ଦିଅ ଆଶିଷ
ଭାବ ବନ୍ଧନ ୨୬
ବଢ଼ାଇ ଦିଅ ତୁମର ସେଇ ଅଦୃଶ୍ୟ ହାତ
ସୃଷ୍ଟି କୁ ପାଳନ କରୁଛ ହେ ନାରାୟଣ
ସୁଖ ଦୁଃଖରେ ହୋଇବନ୍ଧୁ ସହୋଦର।
କେଡେ ଦୟାବନ୍ତ ତୁମେ ହେ ଠାକୁର
ଭକତ ଜନ ପାଇଁ ଖୋଲା ସିଂହ ଦୁଆର
ଆନନ୍ଦ ବଜାର ଖୋଲା ଖାଇବା ପାଇଁ
ଭରିଅଛ ଜଳ ଜୀବ ଶୋଷ ମାରିବା ପାଇଁ।
ପାଳନ କରୁଛ ସଂସାରକୁ ସନ୍ତାନ ପରି
ସେଥିପାଇଁ ଜଗତର ପିତା ନାମ ତୁମରି
ନ କହିଲେ ଜାଣିପାରି ହୃଦୟର ଦେବତା
ସବୁ ବୁଝି ବାଟ ଦେଖାଅ ଜୀବନ ଦାତା।
ନାହିଁ ଆକାର ଏଠି ସେଠି ସବୁଠି ଅଛ
ଏ ସଂସାରେ ଅଦୃଶ୍ୟରେ
କର୍ମ ଦେଖି ଫଳ ଦିଅ ଯାଚି ଏ ଜଗତରେ
ଏମିତି ଠାକୁର କାହିଁ ନାହିଁ ତ ଏ ଜଗତେ
ଭକତ ପାଇଁ ବନ୍ଧା ମନ ଭକତଜନ ପାଖେ।
ନାହିଁ ସ୍ୱରୂପ ନାହିଁ ହାତ ଗୋଡ ଖାଲି ସେଇ
ଚକାନୟନ..
ସେ ନୟନରେ ବାନ୍ଧନ୍ତି ଭକତଜନର ମନ
ନୀରବେ ବସିଛନ୍ତି ସେ ରନô ବେଦୀରେ
ପାପ ପୁଣ୍ୟର ନିକିତି ଧରି ଅଦୃଶ୍ୟ ହାତରେ
କର ହିସାବ ଠାକୁର ମୋର ପାପ ପୁଣ୍ୟର
ଜୀବକୁ ମୁକ୍ତିକର ଜନ୍ମାଜନ୍ମାନ୍ତର ଚକାନୟନ
ଶରଣ ପସେ ତୁମର ଛନ୍ଦା ଚରଣ ତଳେ
ରଖିବ ଅନାଥକୁ ନାଥହେ ଏହି ମୀନତି କରେ।
ଭାବ ବନ୍ଧନ ୨୭
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ