ଅଧ୍ୟାୟ ୮ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ହେ ଜଗନ୍ନାଥ
ଜଗନ୍ନାଥ ହେ ମାୟା ସଂସାରରେ
ଯାହା ବି ଘଟୁଛି ସବୁତ ତୁମରି ଇଛା
ତୁମରି ଇଛାକୁ ସନମାନ ଦେଇ
ସଂସାରେ ମଣିଷ ବଞ୍ଚିବା କଥା...।
ହାରିଗଲେ ଦୁଃଖ କେବେ ନାହିଁ ଭାବେ
ତୁମେତ ହରାଇ ଥାଅ
ଜିତିଗଲେ କିଛି ଖୁସି ନାହିଁ ଭବେ
ତୁମ ଲାଗି ମୋର ଜୟ।
ଭାଗ୍ୟର ଲିଖନୀ ଧରିଛ ଠାକୁର
ଗାରେଇଛ ମନ ଇଛା
କର୍ମର ଫଳ କେଉଁ ଜନମର
ମଣିଷ ଭାଗ୍ୟ ରେଖା।
ଭାବ ବନ୍ଧନ ୩୧
ଯଦି ତୁମ ଇଛା ପାଇବାକୁ କଷ୍ଟ
କାହିଁକି କରିବି ଦୁଃଖ ।
ଭଲ ଲାଗୁନାହିଁ ଯଦି ତୁମକୁ ମୋ
ମୁହଁର ନିରୋଳା ହସ।
ଜୀବନର ବେଳାଭୂମିରେ କେତେ ଯେ
ଲହରୀ ଆସିକି ଫେରେ
ଗଣିବାକୁ ଚାହିଁଲେ ବି ଗଣିବାକି
ସମ୍ଭବ ହୋଇ ଥାଏ।
ବିଷାଦ ବାଦଲ ଭାଗ୍ୟ ଆକାଶରେ
ବେଳେ ବେଳେ ଘୋଟି ଆସେ
ତୁମ ଇଛାରେ ନାଥ ହେ ପୁନଶ୍ଚ
ଆକାଶ ବି ନୀଳ ଦିଶେ।
ତୁମ ଇଛାରେ ଦିନ ହୁଏ ଏଠି
ତୁମ ଇଛାରେ ରାତି
ତୁମ ଇଛାରେ ଋତୁ ବି ବଦଳେ
ତୁମରି ଇଚ୍ଛାରେ ପ୍ରୀତି।
କେବେ ବର୍ଷା କେବେ ଖରା ହୁଏ କେବେ
ବରଷା, ଶୀତ,ବସନ୍ତ।
ସେମିତି ବି କେବେ ସୁଖ କେବେ ଦୁଃଖ
ଆସେ ସମୟ ସହିତ।
ଭାବ ବନ୍ଧନ ୩୨
ଏତିକି ମୋ ଅଳି ଠାକୁର ମୋ ଠାରେ ଚାଲିବାକୁ ଦିଅ ଶକ୍ତି
ବଞ୍ଚିବାକୁ ଧୈର୍ଯ୍ୟ ଓ ସାହସ ଦିଅ
ଯାତନାରେ ଆସୁ ଇତି।
ଭାଂଗି ପଡୁନାହିଁ ତୁମେ ପରା ଅଛ
ମୋ ସାଥେ ପ୍ରତି କ୍ଷେତ୍ରରେ
ମୋ ଅନୁଭବରେ ନିତି ଦେଖା ଦିଅ
ମୋ ଅନ୍ତରେ ମୋ ବାହାରେ।
ଭକତ ଆଖିରୁ ଲୁହ ଝରି ଗଲେ
ତୁମକୁ ଭଲ ଲାଗେନି
ସେଥିପାଇଁ ପୋଛି ଦିଅ ତୁମେ ଲୁହ
କେହି ଦେଖି ପାରନ୍ତିନି।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ଏଇ ମନ ଭଜୁ ଥାଉ
ଧୀରେ ଧୀରେ ନାଥ ଏ ଜୀବନେ ମୋର
ପୁଣ୍ୟ ପଥ ଖୋଲି ଯାଉ।
ଭାବ ବନ୍ଧନ ୩୩
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ