ଗଳ୍ପ · ଅକ୍ଟୋବର ୧୬, ୨୦୨୨ · ୨ ମିନିଟ୍ ପଢ଼ା
ସ୍ମୃତି.୧୯🌹♥️🌹💛🌹❤️
ସ୍ମୃତି ତୁ ସେ ଅଭୂଲା ପ୍ରିତି...
ସ୍ମୃତି ତୁ ଗାଉ ଅତିତର ଗୀତି
ସ୍ମୃତି ତୁ ଅଧୁରା ପ୍ରେମ କାହାଣୀ
ସ୍ମୃତି ତୁ ଅଧୁରା ବାପାର ମମତା ପୁଣି
ସ୍ମୁତି ତୁ ସାଙ୍ଗ ର କିଛି ଲୁଚା କଥା
ସ୍ମୃତି ତୁ ଵିରହି ମନରେ ବ୍ୟଥା
ସ୍ମୃତି ତୁ ମୋର ଏଣୁତେଣୁ କିଛି କଥା
ସ୍ମୁତି ତୁ ମୋ ଭାବନା ର ନୀରବତା
ସ୍ମୃତି ତୁ ମୋ ବାପାର ମିଠା ଡାକରେ
ସ୍ମୁତି ତୁ ମୋ ମା'ର କ୍ଷୀର ଭାତ ରେ
ସ୍ମୃତି ତୁ ମୋ ପ୍ରେମ ର ମହୁଆ ପ୍ରିତିରେ
ସ୍ମୃତି ତୁ ତ ପୁଣି ଥାଉ ସେ ଧୋକାରେ
ସ୍ମୃତି ତୁ ଏକା ମୋ ଭିତରେ ଲୁଚିଥାଉ
ଟିକେ ଅତିତ କୁ ମନେ ପକାଇ ଦେଉ
ସ୍ମୃତି କାଲି ସୁଖରେ ଥିଲୁ ସାଥୀ ମେଳେ
ଆଜି ଏକା ଏକା ସେ ଅତିତକୁ ମୁଁ ଭାଳେ
ସ୍ମୃତି କାହିଁକି ହସାଇ ପୁଣି କନ୍ଦାଇ ମାରୁ
ସ୍ମୃତି ତୁ ସଵୁଜାଣି କାହିଁକି ଟିକେ ସୁଖ ଆଣୁ
ସ୍ମୃତି ସେ ସୁଖକୁ ମୁଁ ସାଉଁଟିଲା ବେଳେ
ସ୍ମୃତି ତୁ ପୁଣି ଭିଜାଇ ମାରୁ ଆଷାଢ଼ ରେ.
ସ୍ମୃତି ତୋତେ ମୁଁ ପାରେନା ଭୂଲି ,ତୋ ପାଖେ
ମୋ ସବୁ ପ୍ରିୟ ଚିଜ ଥାଏ ବୋଲି..
ସ୍ମୃତି ତୁ ଦେ ପଛେ ଦୁଃଖ ମୋତେ ,ତଥାପି
ରଖିବି ଏ ଛାତି ତଳେ ତୋତେ..
ତୁ ମୋ ସୁନା ଝରା ଅତିତ... ତୋତେ ମୁଁ
ଭୂଲି ପାରେନା ତ...
ସ୍ମୃତି ମୋ ଜୁଇ ଜଳିବ ଯେବେ ଥିବୁ ମୋ ପାଖେ
ସ୍ମୃତି ମୋ ସାଥେ ଦେବୁ ଜାଳି ମୋ ପ୍ରେମକୁ...
ଗୋଲାପ ଫୁଲ ଟିଏ ଦେବୁ ମୋ ଜୁଇ କୁ
ଜଳି ଯିବ ମୋ ସାଥେ ମୋ ଛାତି ର ଵ୍ୟଥା
ତୁ ଗାଇବୁ ସାରା ଜୀବନ ମୋ ହୃଦୟ ର ଗାଥା.♥️ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ