କବିତା · ଅକ୍ଟୋବର ୧୬, ୨୦୨୨ · ୧ ମିନିଟ୍ ପଢ଼ା
ସ୍ମୃତି ୨୦
ସ୍ମୃତି ତୁ ପାହାନ୍ତି ଭାଵନାରେ ନିତି
ସ୍ମୃତି ତୁ ତ କେବେ ବିରହ ତାତି
କେବେ ଫଗୁଣ ର ଚୋରା ଚଇତି
କେବେ ଆଷାଢ଼ର ପହିଲି ଛୁଆଁ
ପୁଣି କେବେ ଛାତି ତଳେରେ ନିଆଁ
କେବେଫଗୁଣର ଫଗୁ ଫଗୁ ଅବିର
ପୁଣି କେବେ ଭିଜା ଭିଜା ଶ୍ରାବଣ
କେବେ ଅଳସୀ ନଦୀର ଵନ୍ୟାଟିଏ
କେବେ ରଙ୍ଗ ନ ଥିବା ଫିକା ମନ ଟିଏ
କେବେ ଫେରିଆସିବା ଖୁସି ଟିଏ
କେବେ ହସାଉ ଫୁଲର ପସରା ପରି
କେଵେ ଡୁବାଉ ଚକା ଭଉଁରୀ ପରି
କେବେ ଜାଳୁ ଦାଉ ଦାଉ ନିଆଁ ପରି
କେବେ ଥରାଉ ମାଘ ମାସ ଶୀତ ପରି
କେବେ ଅଶ୍ରୃ ର ବନ୍ୟା ହୋଇ ଯାଉ ବୋହି
କେବେ ଖୁସିର ଲହରୀ ହୋଇ ଯାଉ
ଜୀବନକୁ ଛୁଇଁ....
ତୁ ସବୁବେଳେ ଥାଉ ପାଖେ ରହି..... ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ