କବିତା · ଜୁନ ୧୦, ୨୦୨୦ · ୧ ମିନିଟ୍ ପଢ଼ା
ସ୍ମୃତି ୧୮
ସ୍ମୃତି ଅଛୁ ତୁ ମନେ
ଖେଳୁଛୁ ମୋ ଅଗଣା ରେ
କାଲି ପରି ଲାଗେ
ତୁ ଥିଲୁ ସାଥୀ ରେ..
ଆଜି ତୋ କଥା ଭାରି ମନେ ପଡେ..
ସତରେ ଭାରି ମନେ ପଡେ...।
ସ୍ମୃତି ତୁ ଭିଜାଉ ଆଷାଢ଼ର ମେଘ ପରି
ପୁଣି ହସାଉ ଫଗୁଣ ର ଫୁଲ ପରି
ଖେଳାଉ ତୁ ପଟାର ଦୋଳି
ଯାଉ ଥରେ ଆଗକୁ ଆସୁ ପୁଣି ପଛକୁ ଫେରି
ଜୀବନର ଏହି ଦୋଳି ଖେଳରେ ମୁଁ
କେବେ ଝୁଲେ ସୁଖର ଦୋଳିରେ ପୁଣି
କେବେ ଦୁଃଖ ର ଦୋଳିରେ...
ପୁଣି ଝୁଲେ ସପନ ଦୋଳିରେ ସଞ୍ଜ ସକାଳେ
ପୁଣି କେବେ ଦୋଳି ଯାଏ ଛିଡି.....
ଏ ଜୀବନ ର ଚକା ଭଉଁରୀ ଖେଳ ଯାଏ ସରି
ସ୍ମୃତି ଭାରି ଭଲ ଲାଗେ ଭେଦି ବାକୁ
ସେହି ସୁନା ଝରା ଅତିତ ରେ
ଏହି ପହିଲି ଆଷାଢ଼ ର ମେଘ ଟୋପାରେ
ଠିକ୍ ଋତୁ ମତି ମାଟି ମାଆ ଯେପରି ଭିଜେ
ହଳଦୀ ପାଣିରେ ଵସୁମତି ଗାଧୁଆ ରେ.... ସ୍ୱର୍ଣ୍ଣ
.
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ