ଗଳ୍ପ · ଅକ୍ଟୋବର ୧୬, ୨୦୨୨ · ୧ ମିନିଟ୍ ପଢ଼ା
ସ୍ମୃତି..୭
ସ୍ମୁତି ତୁମେ ମନର ଏମିତି ଝଲକ ଟିଏ...
ଚପଳା ପରି ଆସି ଫେରିଯାଏ ଯିଏ
ସ୍ମୃତି ତୁମେ ଜୀବନର ପ୍ରଚ୍ଛଦପଟ ର କାହାଣୀ
ଅତିତ କୁ ଵାନ୍ଧି ଆଣ ପୁଣି..
ସ୍ମୃତି ତୁମେ ଏମିତି ସୁନ୍ଦରୀ
ଆଖି ପଲକର ସରୁ କଜ୍ଜଳ ଗାର ପରି
ସ୍ମୁତି ତୁମେ ଏମିତି ଜାଵୋଡି ଧର
ସତେ ପ୍ରେମିକ ପ୍ରଵର
ସ୍ମୃତି ତୁମେ ମତୁଆଲି ମହୁମାଛି
ମହୁ ପିଇଦେଇ ଯାଅ ମନ ଇଛା ଦଂଶୀ
ସ୍ମୃତି ତୁମେ ଭାରି ଅଲାଜୁକ
ମନ ଇଛା ପସି ଆସି ଭିଡିଧର
ସ୍ମୃତି ତୁମେ କେବେରଙ୍ଗ ର ଫଗୁଣ
ପୁଣି କେବେ କେବେ ଲୁହର ଶ୍ରାବଣ
ସ୍ମୃତି ତୁମ ହାଲକା ଛୁଆଁ ରେ
ଦେହ ଜଳିଯାଏ ଵିରହ ନିଆଁ ରେ
ସ୍ମୃତି ତୁମେ ମନର ଆବେଗ ଟିଏ
ଜମା ଭୂଲି ହୁଏନା ମନରୁ ଯିଏ...
ସ୍ମୃତି ତୁମେ ମନର ଝରକା ସେପଟେ
ସୁନ୍ଦର ଗୋଲାପ ଟିଏ..
ତୋଳୁ ତୋଳୁ କଣ୍ଟାର ଆଘାତ ଦିଏ..
ହାଏରେ .. ମୁଁ ଏମିତି ପ୍ରେମିକା ଟିଏ
ତୁମ କୁ ଦିନ ରାତି ଝୁରି ହୁଏ...
କ୍ରମଶଃ..... ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ