କବିତା · ଅକ୍ଟୋବର ୧୬, ୨୦୨୨ · ୧ ମିନିଟ୍ ପଢ଼ା
ସ୍ମୃତି ୮
ସ୍ମୃତି ତୁମେ ଆସ ନିତି ନିତି
ଏଇ ନିଛାଟିଆ ଖରାବେଳେ
ନିର୍ ଧୁମ୍ ତାତିରେ.…
ଟିକେ ଆଖି ବନ୍ଦ ବେଳେ
ଛାଇ ନିଦରେ ମୁଁ ଘୁମାଉ ଥିବା ବେଳେ..
ସ୍ମୃତି ଚୁପ୍ ଚାପ୍ ଛୁଇଁ ଦିଅ ମୋତେ
ଭରିଦିଅ ହୃଦୟ ରେ ଅଭିମାନ କେତେ
ମନଟାକୁ କରିଦିଅ ଏମିତି କାବୁ
ସମୟ ଆପେ ସରିଯାଏ ତୁମ ସହ ଗପୁ ଗପୁ
ସ୍ମୃତି ଏମିତି କାହିଁକି ଜାଳ ତୁମେ
ବୈଶାଖ ତାତିଠୁଵି ଦେହ ଅଧିକ ଜଳେ
ମୋ ସାଥୀ ର ବିରହରେ
ମିଳନ ପାଇଁ ଆତୁର ହୁଏ ପ୍ରାଣ
ଇଛା ହୁଏ ପୁଣି ଆସନ୍ତା ନି ଫେରି ସେ ଫଗୁଣ
ସ୍ମୃତି ତୁମେ ଆସିଲେ ବନ୍ଦ ଆଖି ଦେଖିନି ଏ
କେତେ କଣ ସେ ଅତିତର...
ମୋ ପ୍ରିୟାର ଝୁମ ଝୁମ ଶବ୍ଦ
ନାଲି ନାଲି ଓଠେ ଝରୁଥାଏ ମିଠା ମିଠା ହସ
ଚୋରା ଚୋରା ଚାହାଣି ରେ ମୋତେ କିଣି ନିଏ
ପ୍ରିତିର ମଦିରା ପେଇ କେମିତି ଝୁମାଇ ଦିଏ
ସ୍ମୃତି ତୁମେ ଆସନି ମୋ ମନ ଅଗଣାକୁ
ତୁମକୁ ଦେଖିଲେ ତୁମ ସାଥେ ସେ ଅତିତ
ମୋ ପାଖକୁ ଫେରିଆସେ
ହୃଦୟ ମୋ କ୍ଷତାକ୍ତ ହୁଏ ତୁମକୁ ଦେଖିଲେ
ସ୍ମୃତି ତୁମେ ଆସନି ଏମିତି ଏ ଖରା ବେଳେ
ଭାରି କଷ୍ଟ ହୁଏ ମୋ ଛାତିରେ ଟିକେ ନିଦ
ଭାଙ୍ଗି ଗଲେ..... ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ