କବିତା · ମଇ ୨୪, ୨୦୨୦ · ୧ ମିନିଟ୍ ପଢ଼ା
ସ୍ମୃତି ୬
ସ୍ମୃତି ତୁମେ ଲାଲ ଗୋଲାପ ଟିଏ
ବହି ପୃଷ୍ଠାରେ ମଉଳା ପାଖୁଡ଼ା ଯିଏ
ସ୍ମୃତି ତୁମେ ଭିଜା ଭିଜା ଅତିତଟିଏ
ଦେଖିବାକୁ ଆଉ ଥରେ ଇଛା ହୁଏ
ସ୍ମୃତି ତୁମେ କୋମଳ ପରଶ ଟିଏ
ଚୁପି ଚୁପି ହୃଦୟେ ପାଦ ଥାପେ ଯିଏ
ସ୍ମୃତି ତୁମେ ଛାତିର ସୁନ୍ଦର ଦରଜ ଟିଏ
ସ୍ମୃତି ତୁମକୁ କେବେ କିଏ ଭୂଲି ନ ଥାଏ
ସ୍ମୃତି ଅତିତର ଘଟିଥିବା କଥା ଟିଏ
ସ୍ମୃତି ଧୀରେ ଧୀରେ ଜାଳୁଥାଏ ଯିଏ
ସ୍ମୃତି ତୁମେ ଉଦୁଉଦିଆ ଖରା ବେଳେ
ସ୍ମୃତି ତୁମେ ଦିକ ଦିକ୍ ଜଳିପାର
ସ୍ମୃତି ତୁମେ ମୋ ହାତ ଲେଖା ଚିଠି ଟିଏ
ଆଜି ବି ମୋ ପ୍ରିତି ଲଫାପା ରେ ଵନ୍ଦି ଯିଏ
ସ୍ମୃତି ତୁମେ ଅତର ଛିଞ୍ଚା ପ୍ରେମ ପତର
ଯିଏ ଆଜିବି ଦିଏ ମହମହ ଵାସ ଫଗୁଣର
ସ୍ମୃତି ଅଳ୍ପ ଅଳ୍ପ ଖୁସି ଟିଏ , ବେଶୀ ଦୁଃଖ
ସାଗରେ ଭସାଏ ଯିଏ...
ସ୍ମୃତି ତୁମେ ଏ ମନର ଆବେଗ ଟିଏ
ସୁଯୋଗ ପାଇଲେ ଆସୁଥାଏ ଯିଏ
ସ୍ମତି ତୁମେ ଅଳସୀ ପ୍ରିୟା ମୋର
ସାତ ଋତୁ ସାତ ଫଗୁଣ ର...
କାଲି ଥିଲା ଯେଉଁ କଥା ମନେ ମହମହ
ଆଜି ସେ ସ୍ମୃତି ହୋଇ ଜଳେ ଦହ ଦହି.
କ୍ରମଶଃ........ ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ