କବିତା · ଅକ୍ଟୋବର ୧୩, ୨୦୨୦ · ୧ ମିନିଟ୍ ପଢ଼ା
ସ୍ମୃତି...୪୪
କାଲି କଥା ଆଜିପରା ସ୍ମୃତି
ମୋ ପାଇଁ କିଛି ତ ଅନୁଭୂତି
ଵେଦରଦୀ ବନ୍ଧୁ ତୁମେ ମୋର!
କାଲି ଥିଲ ଭାରି ଆପଣାର
ଆସିଥିଲ ଛଳନା ରେ କରିଥିଲ
ମନେ ଘର...
ମିଠା ମିଠା କଥାରେ କିଣିଥିଲ ମନ
ଗଢିଥିଲ ସ୍ୱପ୍ନ ର ଏକ ତାଜମହଲ
ଏତେ ଛଳନା ମନେ ରେ ତୁମ ବାନ୍ଧି ଥିଲା
ବୁଢିଆଣୀ ବସା..
ସଂସାରରେ କରିଦେଲ ତୁମେ ପ୍ରତାରିତା
ସ୍ମୃତି ତୀରେ ଛାଡିଦେଲ ଭାବନାରେ ମୋତେ
ଆଜି ଜାଣିଲି ତୁମେ କେଡେ ଅଵିଵେକି ସତେ
ଜଣାଯାଏ ଦୁନିଆ ଟା ଛଳନା ରେ ପୂର୍ଣ୍ଣ
ଆଜି ଯିଏ ନିଏଜର କାଲି ଅଟେ ପର
ମନ ଦିଆ ନିଆ ଏଠି ଗୋଟେ ନିତିଦିନିଆ କଥା
ପୁରୁଣା ପୋଷାକ ପରି ଏଠି ମନ ଵଦଳୁଥାଏ
ଆଜି ଯିଏ ମିତ୍ର ଖାଲି ଶତୃ ହୋଇ ଠିଆ ହୁଏ .. ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ