କବିତା · ଅକ୍ଟୋବର ୧୩, ୨୦୨୦ · ୧ ମିନିଟ୍ ପଢ଼ା
ସ୍ମୃତି ୪୨
ସ୍ମୃତି ରେ ଭିଜି ବାକୁ ଇଛା ବୋଲି
ତୁମକୁ ଭାବୁଛି ନିତି...
ଆସୁ ପଛେ କୋହ ଦେଉଛି ହୃଦୟେ ଚାପି
ସ୍ମୃତି ତୀରେ ଵସି ଶୁଣିବାକୁ ଭଲ ଲାଗେ
ଜୀବନ ସଙ୍ଗୀତ
ଗାଇବାକୁ ଭଲ ଲାଗେ ଵିରର ଗୀତ
ହଜିବାକୁ ଭଲ ଲାଗେ ତୁମ ସପନରେ
ଭିଜି ବାକୁ ଭଲ ଲାଗେ ନିଜ ଆଖି ଲୁହରେ
ଶିରି ଶିରି ସକାଳ ଛୁଆଁ ରେ ସ୍ମୃତି ଛୁଇଁ ଦିଏ
ତୁମ କଥା ଭାବିଭାବି ଦେହ ଶୀତେଇ ଯାଏ
ଜୀବନ ଆଣି ଛାଡିଦେଲା ଅଫେରା ବାଟରେ
ତଥାପି ସାଥୀ ଆଜିଏ ହୃଦୟ ତୁମକୁ ଝୁରେ
ସପନଟା ଭଲ ଲାଗେ ପାହାନ୍ତି ପ୍ରହର ନିଦରେ
ଭାରି କଷ୍ଟ ହୁଏ ବାସ୍ତବତା ଦୁଆର ଖୋଲିଲେ
ହଜିଯାଏ ଯିଏ ସେ ତ ଫେରିଆସେ ନାହିଁ
ତଥାପି ଏମନ ଝୁରେ କେବଳ ତାହାରି ପାଇଁ
ଏତେ ଭିଡ ମୁହଁ ଭିତରେ ସେଇ ଗୋଟିଏ ମୁହଁ
ସେଇ ଗୋଟିଏ ମୁଁହ ପାଇଁ ଝରେ ଆଖି ର ଲୁହ....
ବେଦନା ଭରା ହୃଦୟ ର କାହାଣୀ ରେ ସ୍ମୃତି
ଏମନ ସେ କାହାଣୀ କୁ ଝୁରେ ନିତି ନିତି... ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ