କବିତା · ଅକ୍ଟୋବର ୧୩, ୨୦୨୦ · ୧ ମିନିଟ୍ ପଢ଼ା
ସ୍ମୃତି ୪୬
ସ୍ମୃତି ତୁମେ ...!
ସ୍ମୃତି ତୁମେ ଏ ମନ ବଗିଚାର
ଝରା ରଜନୀ ଗନ୍ଧା ଫୁଲ ଟିଏ..
ମହମହ ଵାସୁ ଥାଏ ଯିଏ..
ସ୍ମୃତି ତୁମେ..!
ମନ ବେଳାଭୂମି ରେ
ନୀଳନୀଳ ଲହରୀ ମାଳା
ଦୂରରୁ ସୁନ୍ଦର ପାଖରେ ଯନ୍ତ୍ରଣା..
ସ୍ମୂତି ତୁମେ..!
ନିରୋଳା ମନରେ ଏକ ଭାବନା
କ୍ଷତଵିକ୍ଷତ ନ କରି ଜମା ଛାଡନା
ସ୍ମୃତି ତୁମେ!
ସତେ ସୁନା ଫୁଲ ଟିଏ
ସଦା ଚକଚକ ମାରୁଥାଏ ଯିଏ...
ସ୍ମୃତି ତୁମେ !
ବାଉଳା ସମୀର ଟିଏ
ଆସି ଛୁଇଁ ଛୁଇଁ ଯାଏ ମନକୁ ଯିଏ
ସ୍ମୃତି ତୁମେ!
ଅଭିମାନୀ ଫୁଲେଇ ଫଗୁଣ ପରି
ଥରେ ଆସି ପୁଣି ଯାଅ ଵେଦନା ଭରି
ସ୍ମୃତି ତୁମେ!
ମନର ଝରକା ସେପଟେ
ଦୂର ଦିଗ୍ ବଳୟର ଅସ୍ତମିତ ସୂର୍ଯ୍ୟ
ତଥାପି ଭଲ ଲାଗେ ସେ ଦୃଶ୍ୟ..
ସ୍ମୃତି ତୁମେ..!
ନିଅ ମନକୁ ସବୁ ବେଳେ ନିଅ ମୋହି
ତୁମ ପରି ଏମିତି ନିଜର କେ ନାହିଁ
ସ୍ମୃତି ତୁମେ..!
ଦରଦୀ କରି ଦିଅ ମନକୁ ମୋର
ଆଖିକୁ କର ଲୁହ ଛଳଛଳ
ତଥାପି ଭଲ ଲାଗେ ତୁମ ଆସିବାର..♥️. ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ