କବିତା · ଅଗଷ୍ଟ ୭, ୨୦୨୦ · ୧ ମିନିଟ୍ ପଢ଼ା
ସ୍ମୁତି ୨୩
ଏକା ଏକା ଭାରି ଏକା ଏ ଜୀବନ ଟା
ଖାଲି ଆଖି ଆଗେ ନାଚେସେ ସ୍ମୃତି ଟା
ଏକା ଏକା ଭାବେ ସାଥୀ ସେଇ କଥା
ଭାରି ଭଲ ଲାଗେ ଚାରିପାଖ ନୀରବତା
ଆଖି ପାଏ ନା ତୁମେ କାହିଁକେତେ ଦୂରେ
ତଥାପି କାହିଁକି ଏମନ ତୁମକୁ ହିଁ ଝୁରେ
ବେଶୀ ଭଲ ପାଅ ତୁମେ ହୃଦୟ କହୁଛି
ଏକା ଏକା ଏଇଠି ରହି ତୁମକୁ ଭାବୁଛି
ମନ ପକ୍ଷୀ ଚାହେଁ ଉଡ଼ିବାକୁ ତୁମ ପାଶେ
ସମାଜ ର ବେଢ଼ି ପରା ମୋର ଦୁଇ ହାତେ
ହୃଦୟ ଟା ଭାରି ବେସାହାରା ତୁମ ବିନା
ଏକା ଏକା ତୁମ ସ୍ମୃତି ମୋ ଆଖି ଆଇନା
ହୃଦୟ ଟା ଝୁରେ ତୁମକୁ ପାଇବା ପାଇଁ
କାହିଁ କେତେ ଦୂରେ ତୁମେ ଛୁଇଁ ପାରୁନାହିଁ
ମନ ପଞ୍ଜୁରୀ ରେ ଵନ୍ଦି ଆମ ମଧୁର ସ୍ମୃତି
ଛିହ୍ନ ଵୀଣାରେ ହୃଦୟ ତୋଳେ ଵିରହଗୀତି
ଜୀବନଟା ଶୂନ୍ୟ ମନ ବି ଶୂନ୍ୟ ହୃଦୟ ଟା
ଲାଗେ ଖାଲି ଖାଲି..
ଝୁରେ ଖାଲି ସେ ଅତିତ ସତେ ଜୀଵନଟା
ଅଟେ ମୋର ମରୁବାଲି.... ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ