କବିତା · ଅକ୍ଟୋବର ୧୬, ୨୦୨୨ · ୨ ମିନିଟ୍ ପଢ଼ା
ସ୍ମୃତି ୨୧....♥️
ସ୍ମୃତି ତୁମେ ସତରେ ଭାରି ଦୁଷ୍ଟ
ମଧୁମକ୍ଷୀ ଟିଏ....
ଚୁପି ଚୁପି ଆସି କୋମଳ ସ୍ପର୍ଶରେ
କଷ୍ଟ ଦିଏ ଯିଏ..
ଯାଇଛି ଅତିତ ହଜିଛି ସେସଵୁ କଥା
ପୁଣି କାହିଁ ଆସି ମନେ ଦିଅ ତୁମେ ଵ୍ୟଥା
ଭାରି କଷ୍ଟ ହୁଏ ଯେବେ ମନେ ତୁମେ ଆସ
ମୁଁ ଫେରି ଯାଏ ତୁମ ସାଥେ ଝୁରେ ମୋ ଅତିତ
ଏଇ ଗୋଧୂଳି ସନ୍ଧ୍ୟା ରେ ତୁମେ ଆସିଗଲ
ଟାଣି ନେଇ ମନକୁ ମୋ ହଜିଲା ଦିନ ପାଖେ
ରଖିଦେଲ..
ମନେ ପଡେ ସେଦିନ ର ସେ ଗୋ ଧୂଳି ସନ୍ଧ୍ୟା ରେ
ହଜି ଥିଲି ମୁହିଁ ମୋ ପ୍ରିୟ ସାଥିରେ
ଛୁଇଁ ଯାଉଥିଲା ବାଉଳା ସମିର କୁଆଁରୀ ମନକୁ
ଇଛା ହେଉଥିଲା ପ୍ରେମ ବର୍ଷା ରେ ଭିଜିଵାକୁ
ଟଣା ଟଣା ଚାହାଣି ରେ ଥିଲା କେତେ ଅକୁହା କଥା
ଚୁପି ଚୁପି ଆସୁଥିଲା ପ୍ରିତି ଭାଙ୍ଗି ସେ ନୀରବତା
ହଜିଯାଉଥିଲୁ ଆମେ ଝୁମା ଝୁମା ଗୋଧୂଳି ବେଳାରେ
କେତେ ରଙ୍ଗିନ ସ୍ୱପ୍ନ ଆସି ଭରିଯାଉଥିଲା ଆଖି ପତାରେ
ଅଦିନିଆ ଝଡ଼ଟା ଅଦିନେ ଆସିଗଲା..
ସ୍ୱପ୍ନ ର ରାଜ ନଅରକୁ ଭାଙ୍ଗି ଦେଇ ସେ ଚାଲି ଗଲା...
ସେଦିନୁ ଭାରି ଡର ମାଡେ ଏ ଗୋଧୂଳି ସନ୍ଧ୍ୟା ଟା
ମନେ ପଡେ ମୋ ସୁନା ଝରା ଅତିତ ଟା...
ସ୍ମୃତି ତୁମେ ଆସିବନି ଏ ଗୋଧୂଳି ସନ୍ଧ୍ୟା ରେ
ଜଳିଯାଏ ଛାତି ମୋର ସେ ଅତିତଟା ଭାରି ମନେ
ପଡେ... ଭାରି ମନେ ପଡେ........ ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ