କବିତା · ଅଗଷ୍ଟ ୭, ୨୦୨୦ · ୧ ମିନିଟ୍ ପଢ଼ା
ସ୍ମୃତି .୨୫💔💔💔💔💔
ସ୍ମୃତି କାହିଁ ଯେ ଆସୁ ନିତି ନିତି
ମନରେ ଭରୁ ଖାଲି ଅସହ୍ୟତାତି
ସ୍ମୃତି ତୁ ଏମିତି ଜାଳୁଛୁ ନିତି ନିତି
କହ ମୁଁ ବଞ୍ଚିବି ଆଗକୁ କେମିତି..
ସ୍ମୃତି ଗଲା ଯିଏ ସେ ଚାଲି ଯାଉ
ଏ ଅପରାହ୍ନ ରେ କି ଜୀବନ ଆଉ
ରଙ୍ଗ ର ଫଗୁଣ ତ ଚାଲି ଗଲାଣି
ସୂର୍ଯ୍ୟ ଡୁଵି ପରା ସନ୍ଧ୍ୟା ଆସିଲାଣି
ସ୍ମୃତି ସେ ପରା ଏବେ ଅଜଣା ଅତିଥି
ମନେ ଆଉ ନାହିଁ ସେ ବାର ଆଉ ତିଥି
ଫୁଲ ପରା ଝାଉଁଳି ଗଲାଣି ହେଲାସଞ୍ଜ
ବାସ ତାର ସରିଗଲାଣି ଆଉ କିଲାଭ
ସ୍ମୃତି ତୁମେ ଆସନି ପାଶେ ମୋର ଆଉ
ଦେହ ଆଉ ମନରେ ସେ ଦରଜ ଥାଉ
ମନେ ପକାଅନି ଆଉ ତାକୁ ଅବେଳରେ
ମୁଁ ଟିକେ ଶାନ୍ତିରେ ମୋ ନିଃଶ୍ୱାସ ମାରେ
ଅଵିଵେକି ସାଥୀ ଗଲା ପରା ସେ ଚାଲି
ଜାଣିନଥିଲି ସେ ସ୍ୱ। ର୍ଥପର ବୋଲି
ମୁଁ ତାର ମନେ ଅଛି କି ନାହିଁଁ ଜାଣେନା
ବେଳ ଅବେଳରେ ସେ ମୋର ଭାବନା
ଜଳି ଯିବ ଜୀବନଟା ଶେଷ ଜୁଇରେ
ସେତେ ବେଳେ ସ୍ତୁତି ଥିବ ସାଥୀ ରେ
ତା ଦେଵା ସେଇ ଗୋଲାପ ଭିତରେ
ଶେଷ ଦରଶନ ରେ ତା ଆଖି ଲୁହରେ
🥀♥️ ସ୍ୱର୍ଣ୍ଣ ଲତା ଲେଙ୍କା ♥️🥀
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ