କବିତା · ଅକ୍ଟୋବର ୧୩, ୨୦୨୦ · ୨ ମିନିଟ୍ ପଢ଼ା
ସ୍ମୃତି ...୪୦
ଭୂଲି ହୁଏ ନାହିଁ ସାଥୀ
ତୁମେ ଯେ ଅଭୂଲା ସ୍ମୃତି
ହୃଦୟରେ ଅଲିଭା ଗାର
କାଲି ଆସିଥିଲ ହୃଦୟ କୁ
ହୋଇ ମୋର ଅତି ଆପଣାର।
ଆଜିବି ତୁମେ ସେତେ ଆପଣାର
ଜୀବନର ଶେଷ ଜୁଇ ରେ
ଵି ତୁମେ ଥିବ ମୋର ଭାରି ନିଜର
ଯଦି ତୁମକୁ କରିଛି ନିଜର
ମୋ ହୃଦୟେ କରିଛ ଘର
କଥା ଦେଉଛି କେବେ
ଦୂରେଇ ବିନି ଏମନରୁ ମୋର...।
କେବେ ଭୂଲି ଯିବି ନାହିଁ
ଆସୁ ଯେତେ ଝଡ଼ ଥିବି
ତୁମ ପାଖେ ରହି..
ଦେହ ଦୂରରେ ଥିଲେବି
ଅଛ ହୃଦୟ ରେ ମୋର
ଛାତି ଆଢ଼ୁଆଳରେ ତୁମେ
ଯେ କେତେ ନିଜର।
ତୁମରି ସ୍ମୃତି ର ନିଆଁ ରେ ମୁଁ
ଜଳି ଯିବି.....
ତଥାପି ସାଥୀ ତୁମକୁ ନ ଭୂଲି ବି
ଅଧା ଗଢା ତୁମ ସ୍ମୃତି ର ତାଜ
ରହିଥିବ ମୋତେ ଚାହିଁ
ନିତି ସଞ୍ଜ ସକାଳେ ତୁମକୁ
ସେଇଠି ଭେଟିବି ମୁହିଁ।
ହସ ର ଧାର ରେ ଲୁହ ବୋହି
ଯାଉଥିବ...
ସେ ଲୁହ ରେ ସାଥୀ ତୁମ ମୁହଁ
ଦିଶୁଥିବ...।
ନିରୋଳା ରେ ତୁମ ସାଥେ କଥା
ହେଉଥିବି ମୁହିଁ
ନିଜ ପ୍ରଶ୍ନ ର ଉତ୍ତର ନିଜେ
ଦେଉଥିବି ରହି...।
ଖାଲି ହୃଦୟ ଦୁଆରେ ତୁମ
ଠିଆ ହୋଇ ଥିବ
ଗୁଣୁଗୁଣୁ ହୋଇ ମୋ ମନ କୁ
କିଛି କହୁଥିବ
ଅଳପ ଦିନର ଗଳପ ଭିତରେ
ଏମିତି କିଛି କଥା
ରହି ରହି ଖାଲି ଦେଉଥିବ
ସେ ବ୍ୟଥା...।
ମନ ବେଳାଭୂମି ରେ ତୁମରି
ଅସ୍ପଷ୍ଟ ପାଦ ଚିହ୍ନ
ମନେ ପକାଇବ ମୋତେ ପାଉଥିଲା
କିଏ ଭଲ
ସ୍ମୃତି ତ ଏମିତି ସେ ଗହନ ମନର କଥା
ଭୂଲି ହୁଏନା ସେ ମନର ଅସହ୍ୟ ବ୍ୟଥା.।.... ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ