କବିତା · ସେପ୍ଟେମ୍ବର ୨, ୨୦୨୧ · ୨ ମିନିଟ୍ ପଢ଼ା
ତୁମେ..!( ଭାଗ୯)
ତୁମେ ନିଦୁଆ ଆଖିରେ
ସ୍ୱପ୍ନ ର ନାୟକ...
ଆସ ଖିଆଲି ମନରେ...
ପ୍ରିତିର ଗୋଲାପ ଫୁଟାଇ..
ରଜନୀଗନ୍ଧା ର ବାସ ମହକାଇ
ହୃଦୟ କୁ ଚୋରି କରି...
ଭାବପ୍ରବଣତା ରେ..
ଉବୁଟୁବୁ କର...
ଏ ଆଖିରେ ଅନେକ ରଙ୍ଗିନ୍
ସପନ ଵୁଣି ଚାଲ..
କିଛି ନାହିଁ ତୁମ ମୋ ଭିତରେ
କେଵଳ ମିଛିମିଛିକା ବୋହୁ ଚୋରି ଖେଳ...।
ତୁମେ !
ଛୁଇଁ ଯାଅ ହୃଦୟ କୁ ଓଦା କରିଦିଅ
ପ୍ରେମ ବର୍ଷା ରେ କେତେଯେ କୋଜାଣି
ମୁଁ ଭିଜି ଭିଜି ଥରିଲା ଓଠରେ
ତୁମ ଉଷ୍ଣ ତା ମାପିବାକୁ ଇଛା କରେ...
ତୁମ ପ୍ରସସ୍ଥ ଵୁକୁରେ ଆଉଜି ଯିବାକୁ ଚାହେଁ
ଠିକ୍ ସେତେ ବେଳେ ତୁମେ ହଜିଯାଅ କେଉଁଠି
ତୁମେ !
ତୁମେ ତ ସ୍ୱପ୍ନ ର ନାୟକ ଟିଏ ମୋର
ତୁମେ କଣ ମାପିପାରିବ ମୋ ପ୍ରେମର
ଗଭିରତାକୁ..
ତୁମେ ଏମିତି କେତେ ଆଖିରେ ନାୟକ
ସାଜି ଥାଅ..
ନିଦ ସରିଗଲେ ତୁମେ ଆଖିରୁ ଫେରିଯାଅ..
ଆଖି ବୁଜି ମୁଁ ସିନା ପକ୍ଷୀ ରାଜ ଘୋଡ଼ା ଚଢ଼ି
ସପନ ରାଇଜରେ ଘୂରି ଥାଏ......
ପ୍ରେମ ବଗିଚାରେ ପ୍ରେମ ପକ୍ଷୀ ସାଜି
ଅଳସ ଭାଙ୍ଗେ..
ନିଦ ନିଦ ଆଖିରେ ଝାପସା ଝାପସା ଆଲୁଅରେ
ପ୍ରେମର ଅବିର ଵୁଣେ..
ତୁମେ..!
ତୁମେ ବୁଝନି ଏ ସବୁର ମାନେ....
ତୁମେ ଭ୍ରମର ଟିଏ ମଧୁ ଅନୁସନ୍ଧାନ ରେ
ଏ ଫୁଲ ରୁ ସେ ଫୁଲକୁ ଉଡିବୁଲ ଆତ୍ମ ତୃପ୍ତିପାଇଁ....
ବୁଝନା ଵେପଥୁ ହୃଦୟ ର ଭାଷା.......
ତୁମେ..!
ସପନର ସୈ।ଦାଗର..
ମନ ଵଗିଜାରେ ଫୁଲ ର ପସରା କୁ ମୂଲ
କରି ଦିଅ ।ବାଜି ଲଗାଇ ପାର
ହେଲେ ଶେଷରେ ଫେରି ଯାଅ
ହୃଦୟ ରେ ଶୂନ୍ୟ ତା ଭରି.....
ବିଶ୍ୱାସ ର ମଞ୍ଜି ବୁଣି ଅବିଶ୍ବାସ ର ଚାରା ରୋପଣ
କରି ଚାଲ। ଏଇତ ତୁମେ ଆଉ ମୁଁ..
ମୁଁ.....
ମୁଁ ବିଶ୍ୱାସ ର ପିଆଲାରେ ହସି ହସି ବିଷପାନ
କରିପାରେ.....
ସକ୍ରେଟିସ ପରି ସତ କହି ମରିଯାଇପାରେ.....
ଅବିଶ୍ୱାସ ର ପ୍ରଶ୍ନ ଉଠୁଛି କେଉଁଠି..
ତୁମେ ତ ମୋ ଆଶାର ତାଜ... ବିଶ୍ୱାସ ର କୋଣାର୍କ .
ବୁଝ କି ନ ବୁଝ ..ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ